Connect with us

ଅପରାଧ

ପୋଲାଭରମ୍ ମାମଲା : ନଭେମ୍ବର ୧୫ରେ ଚୂଡାନ୍ତ ଶୁଣାଣି

ସାଙ୍କେତିକ ଚିତ୍ର

ପୋଲାଭରମ୍ ମାମଲା : ନଭେମ୍ବର ୧୫ରେ ଚୂଡାନ୍ତ ଶୁଣାଣି
ନୂଆଦିଲ୍ଲୀ,୫ା୧୦ : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ କେନ୍ଦ୍ର ସରକାରଙ୍କ ପକ୍ଷରୁ ଶୁକ୍ରବାର ପୋଲାଭରମ ସମ୍ପର୍କିତ ରିପୋର୍ଟ ଦାଖଲ କରାଯାଇଛି । ପଛୁଆ ଜଳ ସମୀକ୍ଷା ରିପୋର୍ଟ ଦେବା ପାଇଁ ଗତକାଲି ସୁପ୍ରିମକୋର୍ଟ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ । ପୋଲାଭରମ ପ୍ରକଳ୍ପରେ ପରିବେଶ ମଞ୍ଜୁରୀ ଉଲ୍ଲଘଂନ ନେଇ ଓଡ଼ିଶାର ମଧ୍ୟବର୍ତ୍ତୀକାଳୀନ ଆବେଦନର ଚୂଡାନ୍ତ ଶୁଣାଣି ନଭେମ୍ବର ୧୫ ତାରିଖରେ କରିବା ପାଇଁ ଦିନ ଧାର୍ଯ୍ୟ କରାଯାଇଛି ।

କେନ୍ଦ୍ର ପକ୍ଷରୁ ଦାଖଲ କରାଯାଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଗୋପାଳକୃଷ୍ଣ କମିଟି ୨୦୧୧ରେ ପଛୁଆ ଜଳ ସମୀକ୍ଷା ରିପୋର୍ଟ ଦେଇଥିବାରୁ ପୁନର୍ବାର ରିପୋର୍ଟ ଦେବାର ଆବଶ୍ୟକତା ନାହିଁ । ସୁପ୍ରିମକୋର୍ଟ ପ୍ରକଳ୍ପର ସଠିକ୍ ଜଳ କ୍ଷମତା ୫୦ଲକ୍ଷ ଘନଫୁଟ୍ ବୃଦ୍ଧି କରିବା ଦ୍ୱାରା ଓଡ଼ିଶା ଉପରେ କ’ଣ ପ୍ରଭାବ ପଡିବ ସେଥିନେଇ ପ୍ରଶ୍ନ କରିଥିଲେ ହେଁ ସେ ସମ୍ପର୍କରେ କିଛି ଉଲ୍ଲେଖ କରାଯାଇ ନଥିବା ଜଣାପଡିଛି । ଜଷ୍ଟିସ୍ ମଦନ ବି ଲୋକୁର, ଏସ୍ ଅବତୁଲ ନଜିର ଏବଂ ଜଷ୍ଟିସ୍ ଦୀପକ ଗୁପ୍ତାଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ । ପୂର୍ବରୁ ପ୍ରକଳ୍ପର ଜଳଧାରଣ କ୍ଷମତା ୩୬ ଲକ୍ଷ କ୍ୟୁସେକ ଥିବା ବେଳେ ପରବର୍ତ୍ତୀ ସମୟରେ ୫୦ଲକ୍ଷ କ୍ୟୁସେକ୍ ଜଳଧାରଣ କ୍ଷମତାକୁ ବୃଦ୍ଧି କରାଯାଇଥିଲା । ଏହାଦ୍ୱାରା ପ୍ରକଳ୍ପର ସ୍କୋପ୍ ପରିବର୍ତ୍ତନ ହେବନାହିଁ ବୋଲି ସତ୍ୟପାଠରେ ଦର୍ଶାଇଥିଲେ କେନ୍ଦ୍ର ସରକାର ।

ପରିବେଶ ମଞ୍ଜୁରୀ ସଂକ୍ରାନ୍ତୀୟ ଓଡ଼ିଶାର ମଧ୍ୟବର୍ତ୍ତୀକାଳୀନ ଆବେଦନ ଉପରେ ପୂର୍ବ ଶୁଣାଣିରେ କେନ୍ଦ୍ର ଓ ଆନ୍ଧ୍ର ସରକାରଙ୍କୁ ନୋଟିସ କରି ଜବାବ ମାଗିଥିଲେ କୋର୍ଟ । ମାମଲାରେ ୬ ରାଜ୍ୟ ସହ କେନ୍ଦ୍ର ସରକାର, ପୋଲାଭରମ କର୍ତ୍ତୃପକ୍ଷ, ତେଲେଙ୍ଗାନାର ସାମାଜିକ ସଂଗଠନ ରେଲା ପକ୍ଷଭୁକ୍ତ ଅଟନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ