Connect with us

ଓଡିଶା

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ୫୭.୧୦ କୋଟି ଟଙ୍କାରେ ୨୩୦୨ ଟି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ମଂଜୁରୀ

ସାଙ୍କେତିକ ଚିତ୍ର

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ୫୭.୧୦ କୋଟି ଟଙ୍କାରେ ୨୩୦୨ ଟି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ମଂଜୁରୀ
ଭୁବନେଶ୍ୱର ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ୧୦ଟି ଜିଲ୍ଲାର ୧୧ ଟି ବ୍ଲକ୍ ର ୨୪୬ଟି ପଂଚାୟତ ପାଇଁ ୫୭.୧୦ କୋଟି ଟଙ୍କାରେ ୨୩୦୨ ଟି ପ୍ରକଳ୍ପକୁ ମଂଜୁର କରିଛନ୍ତି । ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ ଜିଲ୍ଲା କୋଇରା ବ୍ଲକ୍ ର ୧୫ଟି ପଂଚାୟତପାଇଁ ୩.୭୫ କୋଟି ଟଙ୍କାରେ ୧୨୧ଟି ପ୍ରକଳ୍ପ ,ନୟାଗଡ ଜିଲ୍ଲା ନୟାଗଡ ବ୍ଲକ୍ ର ୨୯ଟି ପଂଚାୟତ ପାଇଁ ୭.୨୩ କୋଟି ଟଙ୍କାରେ ୪୦୭ଟି ପ୍ରକଳ୍ପ , କେନ୍ଦୁଝର ଜିଲ୍ଳା ହାଟଡିହି ବ୍ଲକ୍ ର ୩୧ଟି ପଂଚାୟତ ପାଇଁ ୭.୨୮ କୋଟି ଟଙ୍କାରେ ୩୦୮ଟି ପ୍ରକଳ୍ପ , ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ୍ ର ୩୫ଟି ପଂଚାୟତ ପାଇଁ ୮.୭୫ କୋଟି ଟଙ୍କାରେ ୨୮୮ଟି ପ୍ରକଳ୍ପ , ନୂଆପଡା ଜିଲ୍ଲା ଖରିଆର ବ୍ଲକ୍ ର ୨୫ଟି ପଂଚାୟତ ପାଇଁ ୩.୭୬ କୋଟି ଟଙ୍କାରେ ୨୧୮ଟି ପ୍ରକଳ୍ପ , ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ୍ ର ୨୬ଟି ପଂଚାୟତ ପାଇଁ ୫.୬୪ କୋଟି ଟଙ୍କାରେ ୨୭୧ଟି ପ୍ରକଳ୍ପକୁ ମଂଜୁରୀ ଦେଇଛନ୍ତି ।

ସେହିପରି ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ର ୨୧ଟି ପଂଚାୟତ ପାଇଁ ୫.୫୯ କୋଟି ଟଙ୍କାରେ ୨୨୬ଟି ପ୍ରକଳ୍ପ , ମୟୁରଭଂଜ ଜିଲ୍ଲା ଯଶିପୁର ବ୍ଲକ୍ ର ୨୦ଟି ପଂଚାୟତ ପାଇଁ ୪.୯୯ କୋଟି ଟଙ୍କାରେ ୧୬୦ଟି ପ୍ରକଳ୍ପ , ସମଖୁଂଟା ବ୍ଲକ୍ ର ୧୪ଟି ପଂଚାୟତ ପାଇଁ ୩.୩୬ କୋଟି ଟଙ୍କାରେ ୧୧୪ଟି ପ୍ରକଳ୍ପ , ଗଂଜାମ ଜିଲ୍ଲା ଗଂଜାମ ବ୍ଲକ୍ ର ୧୫ଟି ପଂଚାୟତ ପାଇଁ ୩.୭୫ କୋଟି ଟଙ୍କାରେ ୯୮ଟି ପ୍ରକଳ୍ପ ଏବଂ କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକ୍ ର ୧୫ଟି ପଂଚାୟତ ପାଇଁ ୩ କୋଟି ଟଙ୍କାରେ ୯୧ଟି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ମଂଜୁରୀ ମିଳିଛି ।
ଆଜିର କାର୍ଯ୍ୟକ୍ରମକୁ ମିଶାଇ ମୁଖ୍ୟମନ୍ତ୍ରୀ ରାଜ୍ୟର ୨୨୯ଟି ବ୍ଲକ୍ ର ୪୯୮୪ ଟି ଗ୍ରାମପଂଚାୟତର ଜନସାଧାରଣଙ୍କ ସହିତ ଆଲୋଚନା ମାଧ୍ୟମରେ ୪୫,୭୧୪ଟି ପ୍ରକଳ୍ପ ମଂଜୁର କରିଛନ୍ତି । ଏପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକଳ୍ପ ପାଇଁ ୧୧୩୦.୫୯ କୋଟି ଟଙ୍କର ମଂଜୁର କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପରିଷଦର ସଦସ୍ୟ , ସାଂସଦ , ବିଧାୟକ , ଉନ୍ନୟନ କମିଶନର , ପଂଚାୟତିରାଜ ବିଭାଗର ପ୍ରମୁଖ ସଚିବ , ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ , ଜିଲ୍ଲାପାଳ ଓ ପଂଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା