Connect with us

ଓଡିଶା

ଭିତିଭୂମି ବିକାଶ ପାଇଁ ୬ଟି ନୂଆ ପ୍ରକଳ୍ପ ଅନୁମୋଦିତ l

ଭିତିଭୂମି ବିକାଶ ପାଇଁ ୬ଟି ନୂଆ ପ୍ରକଳ୍ପ ଅନୁମୋଦିତ l

ଭିତିଭୂମି ବିକାଶ ପାଇଁ ୬ଟି ନୂଆ ପ୍ରକଳ୍ପ ଅନୁମୋଦିତ
ଶିଳ୍ପାଂଚଳରେ ଭୁତଳଜଳ ବ୍ୟବହାରକୁ ନିଷିଦ୍ଧ କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦେଶ
ଭୁବନେଶ୍ୱର : ଓଡ଼ିଶାରେ ଶିଳ୍ପ ବିକାଶ ନିମନ୍ତେ ଅନ୍ୟ ଏକ ଗୁରୁତ୍ୱପୂଣ୍ଣ ପଦକ୍ଷେପଭାବେ ରାଜ୍ୟ ସରକାର ନିଜ ପାଣ୍ଠିରୁ ପ୍ରାୟ ୪୦୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ୬ଟି ନୂଆ ପ୍ରକଳ୍ପ ଅନୁମୋଦନ କରିଛନ୍ତି । ଆଜି ଶାସନ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀ ଶିଳ୍ପାଞ୍ଚଳ (ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟ୍) ଭିତିଭୂମି ବିକାଶ ପାଣ୍ଠିର(ଆଇ.ଆଇ.ଡ଼ି.ଏଫ୍) ଅନ୍ତ-ବିଭାଗୀୟ ସମନ୍ୱୟ ବୈଠକରେ ଏହି ପ୍ରକଳ୍ପ ଗୁଡିକର ଅନୁଧ୍ୟାନ କରି ସେଗୁଡିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ।
ରାଜ୍ୟ ସଚିବାଳୟଠାରେ ଅନୁଷ୍ଠିତ ଏହି ବୈଠକରେ ଇଡକୋର ମୁଖ୍ୟ ପରିଚାଳନା ନିର୍ଦେଶକ ଶ୍ରୀ ସଂଜୟ କୁମାର ସିଂ ପ୍ରକଳ୍ପ ଗୁଡିକର ବୈଷୟିକ ଓ ଆର୍ଥିକ ବିଷୟ ସମ୍ବନ୍ଧିତ ବିଷୟବସ୍ତୁ ଆଲୋଚନା ନିମନ୍ତେ ଉପସ୍ଥାପନ କରା ଯାଇଛି । ରାଜ୍ୟରେ ଥିବା ବିଭିନ୍ନ ଇଡକୋ ଶିଳ୍ପାଂଚଳର ଭିତ୍ତିଭୂମି ବିକାଶ ଅନୁଧ୍ୟାନ କରି ଶିଳ୍ପାନୁଷ୍ଠାନ ପାଇଁ ଭୁତଳ ଜଳର ବ୍ୟବହାର ନିଷିଦ୍ଧ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ନିର୍ଦେଶ ଦେଇଥିଲେ ।
ଶିଳ୍ପାଂଚଳଗୁଡିକୁ ଇଡକୋ ମାଧ୍ୟମରେ ଯୋଗାଯାଉଥିବା ଜଳଯୋଗାଣ ବ୍ୟବସ୍ଥାରୁ ଆବଶ୍ୟକୀୟ ଜଳ ନେବା ପାଇଁ ଶିଳ୍ପାନୁଷ୍ଠାନ ମାନଙ୍କୁ ଶ୍ରୀ ପାଢ଼ୀ ନିର୍ଦେଶ ଦେଇଥିଲେ । ବୈଠକରେ ପାରାଦ୍ୱୀପ ପ୍ଲାଷ୍ଟିକ ପାର୍କ, ଅନୁଗୋଳ ଆଲୁମିନିଅମ୍ ପାର୍କ, କଟକ ଜିଲ୍ଲାସ୍ଥିତ ରାମଦାସପୁର ଶିଳ୍ପାଂଚଳ, ଖୋର୍ଦ୍ଧା ଜିଲ୍ଲାସ୍ଥିତ ଛତାବର ଶିଳ୍ପାଂଚଳ ଏବଂ ନବରଙ୍ଗପୁର ଜିଲ୍ଲାସ୍ଥିତ ବାମୁଣୀ ଶିଳ୍ପାଞ୍ଚଳ ଆଦିର ଭିତ୍ତିଭୂମି ବିକାଶ ବିଷୟରେ ସବିଶେଷ ଆଲୋଚନା ହୋଇଥିଲା । ସ୍ଥାନ ପାଇଁ ମୁଖ୍ୟତଃ ହାଇ ଲେଭଲ୍ ବ୍ରିଜ୍ ନିର୍ମାଣ, ବାହ୍ୟ ସଂଯୋଗୀକରଣ ରାସ୍ତା ବିକାଶ, ବିଦ୍ୟୁତ ଯୋଗାଣ, ବାହ୍ୟ ଜଳଯୋଗାଣ ଆଦି ପ୍ରକଳ୍ପ ଗୁଡିକୁ ଅନୁମୋଦନ କରାଯାଇଥିଲା । ଏସବୁ ପ୍ରକଳ୍ପ ବାବଦରେ ୪୦୦୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ଏହି ଅର୍ଥ ୨୦୧୮-୧୯ ଆର୍ଥିକ ବର୍ଷରେ ଯୋଗାଇଦେବେ ।
ପ୍ରାପ୍ତ ସୂଚନାରୁ ଜଣାପଡିଛି, ଆ.ପି.ଆର୍ -୨୦୧୫ ଅନୁସାରେ ସରକାର ଶିଳ୍ପାଂଚଳ ଭିତ୍ତିଭୂମି ଉନ୍ନୟନ ପାଣ୍ଠି ଗଠନ କରିଛନ୍ତି । ୨୦୧୭-୧୮ ଆର୍ଥିକ ବର୍ଷରେ ଏହି ପାଣ୍ଠିରୁ ୩ଟି ଶିଳ୍ପାଂଚଳରେ ରାସ୍ତା, ଲୁଣା ଘେରିବନ୍ଧ ଏବଂ ଡ୍ରେନେଜ୍ ଆଦି ନିର୍ମାଣ ପାଇଁ ରାଜ୍ୟ ପ୍ରାୟ ୪୮୨୯ କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦନ କରିଥିଲେ । ଇତି ମଧ୍ୟରେ ଏସବୁ ପ୍ରକଳ୍ପର କ୍ଷେତ୍ରସ୍ତରୀୟ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି ବୋଲି ଇଡକୋର ସି.ଏମ୍.ଡି ଶ୍ରୀ ସିଂ ଜଣାଇଥିଲେ ।

ଅର୍ଥ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ତୁହିନକାନ୍ତ ପାଣ୍ଡେ, ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜିବ ଚୋପ୍ରା, ଗ୍ରାମ ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଡ଼ଃ ମୋନା ଶର୍ମା, ଏବଂ ସୂଚନା ଓ ଲୋକ ସଂପର୍କ ବିଭାଗ ଶାସନ ସଚିବ ଶ୍ରୀ ହେମନ୍ତ କୁମାର ଶର୍ମା ଓ ପୁର୍ତ ବିଭାଗ ଶାସନ ସଚିବ ଶ୍ରୀ ନଳିନୀକାନ୍ତ ପ୍ରଧାନଙ୍କ ସହ ସଂପୃକ୍ତ ବିଭାଗର ବରିଷ୍ଠ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା