Connect with us

ଆଞ୍ଚଳିକ

ବାତ୍ୟା ‘ଡାଏ’ର ପ୍ରଭାବ ହ୍ରାସ – ଲୋକେ ଆଶ୍ୱସ୍ତ l

ବାତ୍ୟା 'ଡାଏ'ର ପ୍ରଭାବ ହ୍ରାସ - ଲୋକେ ଆଶ୍ୱସ୍ତ l

ବାତ୍ୟା ‘ଡାଏ’ର ପ୍ରଭାବ ହ୍ରାସ – ଲୋକେ ଆଶ୍ୱସ୍ତ

ଭୁବନେଶ୍ୱର : ବାତ୍ୟା ଡାଏ ର ପ୍ରଭାବରେ ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୧.୧ ମିଲିମିଟର ବର୍ଷା ହୋଇଥିଲା ବେଳେ ତିନୋଟି ଜିଲ୍ଲା ଢ଼େଙ୍କାନାଳ, କେନ୍ଦୁଝର ଓ ବାଲେଶ୍ୱରରେ ୨୫ ମିଲିମିଟରରୁ ୫୦ ମିଲିମିଟର ବର୍ଷା ହୋଇଥିଲା । ସେହିପରି ୧୧ଟି ଜିଲ୍ଲା ମୟୁରଭଂଜ, ଗଜପତି, କଟକ, ନବରଙ୍ଗପୁର, ନୟାଗଡ଼, ପୁରୀ, ଅନୁଗୋଳ, ଦେଓଗଡ଼, ଖୋର୍ଦ୍ଧା, ଗଂଜାମ ଓ ଯାଜପୁର ଜିଲ୍ଲାରେ ୧୦ ମି.ମିରୁ ୨୫ ମି.ମି. ଭିତରେ ବର୍ଷା ହୋଇଛି ବୋଲି ଏସ.ଆର.ସି ସୂତ୍ରରୁ ଜଣାପଡ଼ିଛି । ଅନ୍ୟ ୧୫ଟି ଜିଲ୍ଲାରେ ୧୦ ମି.ମି.ରୁ କମ ହୋଇଛି । ଗୋଟିଏ ଜିଲ୍ଲା ନୂଆପଡ଼ାରେ ବର୍ଷା ହୋଇନଥିଲା ବୋଲି କୁହାଯାଇଛି ।

ଜୁନ ୧ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ୧୯ଟି ବ୍ଲକରେ ଯେତିକି ବର୍ଷା ହେବାକଥା ତାହା ହୋଇନାହିଁ । ଏହି ୧୯ଟି ବ୍ଲକରେ ୧୯ ପ୍ରତିଶତରୁ ୩୯% ବର୍ଷା କମ୍ ହୋଇଅଛି । ସେହିପରି ବଲାଙ୍ଗୀର ଜିଲ୍ଲାର ଦୁଇଟି ବ୍ଲକରେ ଅତିମାତ୍ରାରେ ବର୍ଷା କମ୍ ରହିଛି । ୩୯% ରୁ ୫୯ ପ୍ରତିଶତ କମ୍ ଅଛି । ଅନୁଗୋଳ ଜିଲ୍ଲାର ପାଲଲହଡ଼ା ବ୍ଲକରେ ୧୩୮୭.୭ ମି.ମି ବର୍ଷା ହେବା କଥା କିନ୍ତୁ ସେଠାରେ ୧୦୪୪.୧ ମି.ମି ବର୍ଷା ହୋଇଛି । ଅନୁଗୋଳରେ କଣିହା ଠାରେ ୧୧୭୧.୮ ମି.ମି. ବର୍ଷା ପରିବର୍ତେ ୮୦୪.୨ ମି.ମି. ବର୍ଷା ହୋଇଛି । ବଲାଙ୍ଗୀର ତୁରେଇକେଲାରେ ୮୬୬.୭ ମିିମି. ବର୍ଷା ଆଶଙ୍କା କରାଯାଉଥିଲା ସେଠାରେ ମାତ୍ର ୬୭୮ ମି.ମି. ବର୍ଷା ରେକର୍ଡ଼ କରାଯାଇଛି ।

ବରଗଡ଼ର ସୋହେଲା ବ୍ଲକରେ ୧୦୯୬.୭ ପରିବର୍ତେ ୮୮୧.୮ ମିମି. ବର୍ଷା ହୋଇଛି । ସେହପରି କେନ୍ଦୁଝର ଚମ୍ପୁଆ ବ୍ଲକରେ ୧୩୨୪.୧ ମି.ମି. ବର୍ଷା ପରିବର୍ତେ ୧୦୫୩.୪ ବର୍ଷା ହୋଇଛି । କୋରାପୁଟ ଜିଲ୍ଲାର ବନ୍ଧୁଗାଁ ବ୍ଲକରେ ୧୧୦୨.୬ ମି.ମି. ବର୍ଷା ଆଶାକରାଯାଉଥିଲା ବେଳେ ସେଠାରେ ମାତ୍ର ୭୯୬.୨ ମି.ମି. ବର୍ଷା ରେକର୍ଡ଼ କରାଯାଇଛି ଓ ନାରାୟଣପାଟଣା ବ୍ଲକ ରେ ୧୧୬୪.୦ ମି.ମି. ବର୍ଷା ପରିବର୍ତେ ୭୫୩.୮ ବର୍ଷା ହୋଇଛି । ମୟୁରଭଂଜ ଜିଲ୍ଲାର ରାସଗୋବିନ୍ଦପୁର ବ୍ଲକରେ ୯୦୮.୯ ମିମି. ଏବଂ ରରୁହାଁରେ ୮୧୫ ମିମି., ଶୁଳିଆପଦାରେ ୮୩୭.୫ ମି.ମି., ମୋରଡ଼ାରେ ୯୯୮.୫ ମି.ମି., ନବରଙ୍ଗପୁର ଜିଲ୍ଲାର କୋସାଗୁମୁଡ଼ା ବ୍ଲକରେ ୯୩୩.୪ ମିମି. ବର୍ଷା ରେକର୍ଡ଼ କରାଯାଇଛି ।

ସେହିପରି ସୁନ୍ଦରଗଡ଼ ଜିଲ୍ଲାରେ ବଣେଇ ବ୍ଲକର ୯୯୫ମିମି, ବାଲିଶଙ୍କରାରେ ୮୫୮.୯, ଲେଖରିପଡ଼ାରେ ୭୩୨.୯, ସୁନ୍ଦରଗଡ଼ରେ ୮୬୨.୩ ମିମି, ଟଙ୍ଗରପାଲିରେ ୭୧୮.୬ ମି.ମି. ବର୍ଷା ହୋଇଛି । ବଲାଙ୍ଗୀର ଜିଲ୍ଲାର ଲୁଇସିଂହା ବ୍ଲକର ୬୨୬ ମିମି. ଓ ବେଲପଡ଼ାର ୫୭୨ ମିମି. ବର୍ଷା ରେକର୍ଡ଼ କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ