Connect with us

ଓଡିଶା

ଓଡ଼ିଶାରେ ପ୍ରଧାନମନ୍ତ୍ରୀ -ଝାରସୁଗୁଡା ବିମାନ ବନ୍ଦର ଲୋକାର୍ପଣ କରିବା ସହିତ ପ୍ରସ୍ତାବିତ ତାଳଚେର ସର କାରଖାନାର ଶିଳାନ୍ୟାସ କଲେ l

ଓଡ଼ିଶାରେ ପ୍ରଧାନମନ୍ତ୍ରୀ -ଝାରସୁଗୁଡା ବିମାନ ବନ୍ଦର ଲୋକାର୍ପଣ କରିବା ସହିତ ପ୍ରସ୍ତାବିତ ତାଳଚେର ସର କାରଖାନାର ଶିଳାନ୍ୟାସ କଲେ l

ଝାରସୁଗୁଡ଼ା / ତାଳଚେର -୨୨ । ୯:- ମଧ୍ୟାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାରସୁଗୁଡା ବିମାନବନ୍ଦର ଲୋକାର୍ପଣ କରିବା ସହିତ ବାର୍ଷିକ ୧.୨୭ ନିୟୁତ ମେଟ୍ରିକ୍‌ ଟନ୍‌ ଉତ୍ପାଦନ କ୍ଷମତା ବିଶିଷ୍ଟ ଏକ ସାର କାରଖାନାର ଶିଳାନ୍ୟାସ କରିଥିଲେ । ଝାରସୁଗୁଡା ବିମାନବନ୍ଦର ଲୋକାର୍ପିତ କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବିଳମ୍ବରେ ହେଲେ ମଧ୍ୟ ଓଡ଼ିଶାରେ ଦ୍ୱିତୀୟ ବିମାନବନ୍ଦର ହୋଇପାରିଛି । ଏହା ଦ୍ୱାରା ଓଡ଼ିଶା ସମେତ ଛତିଶଗଡ଼ର କେତେକ ଅଞ୍ଚଳର ଲୋକ ଉପକୃତ ହୋଇପାରିବେ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଝାରସୁଗୁଡ଼ା ବିମାନବନ୍ଦରକୁ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ନାମରେ ଘୋଷଣା କରିଥିଲେ । ଏହି ଲୋକାର୍ପଣ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ, ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଅବସରରେ ଝାରସୁଗୁଡ଼ାରୁ ପ୍ରଧାନମନ୍ତ୍ରୀ ମୋଦି ସୁନ୍ଦରଗଡ଼ ଜିଲା ଏମ୍‌ସିଏଲ୍‌ ଅଧୀନ ବସୁନ୍ଧରା କୋଇଲା ଖଣି ଅଞ୍ଚଳରୁ କୋଇଲା ପରିବହନ ଲାଗି ୫୩.୧ କି.ମି. ଦୂରତା ବିଶିଷ୍ଟ ଝାରସୁଗୁଡ଼ା-ସବଡେଗା ରେଳପଥ ଉଦ୍‌ଘାଟନ କରିଥିଲେ ।

ସେହିପରି ସୁନ୍ଦରଗଡ଼ ଜିଲାର ୨ଟି କୋଇଲା ଖଣି ଯଥା ଏନ୍‌ଟିପିସି ପାଇଥିବା ଡୁଲଙ୍ଗା ଏବଂ ଏମ୍‌ସିଏଲ୍‌ ଅଧୀନରେ ଥିବା ଗର୍ଜନବାହାଲ ଖୋଲାମୁହଁ କୋଇଲା ଖଣିକୁ ଉଦ୍‌ଘାଟନ କରିଥିଲେ । ଏହା ପରେ ପ୍ରଧାନମନ୍ତ୍ରୀ ଅମଲିପାଲିଠାରେ ଆୟୋଜିତ ବିଶାଳ ସମାବେଶରେ ଉଦ୍‌ବୋଧନ ଦେଇ ତାଳଚେର ଆସିଥିଲେ l

ତାଳଚେର ସାର କାରଖାନାର ଶିଳାନ୍ୟାସ କରିବା ଅବସରରେ ସେ କାରଖାନାର ଲକ୍ଷ୍ୟ, ଉତ୍ପାଦନ, ନିଯୁକ୍ତି, ପୁଞ୍ଜି ନିବେଶ ସହ ରାଜ୍ୟବାସୀଙ୍କ ସ୍ବାର୍ଥ ସମ୍ବଳିତ ବିଭିନ୍ନ ବିଷୟ ଉପସ୍ଥାପନ କରିଥିଲେ । ୩୬ମାସ ମଧ୍ୟରେ ଏହା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇ ଉତ୍ପାଦନଯୋଗ୍ୟ ହେବ । ଏହା ଦ୍ୱାରା ସିଧାସଳଖ ୪୫୦୦ ଜଣ କର୍ମସଂସ୍ଥାନ ପାଇବେ। ଅନ୍ୟ ଭିତ୍ତିଭୂମି ବିକାଶ ହେବାର ବାଟ ଫିଟିବ ବୋଲି ସେ ଦଳୀୟ ସାଧାରଣ ସଭାକୁ ସମ୍ବୋଧନ କରି କହିଥିଲେ । ଏହି ସାର କାରଖାନା ପୂର୍ବ ସରକାରଙ୍କ ବିଫଳତା ଥିଲା । ହେଲେ ଏନ୍‌ଡିଏ ସରକାର ସମୟରେ ଏହି ସ୍ବପ୍ନ ପୂରଣ ହେବାକୁ ଯାଉଛି ବୋଲି ସେ ଅଭିଭାଷଣ ରଖିଥିଲେ ।

ଶେଷରେ ଜୟ ଜଗନ୍ନାଥ ଉଚ୍ଚାରଣ କରି ପ୍ରଧାନମନ୍ତ୍ରୀ ମଞ୍ଚରୁ ବିଦାୟ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ରାଷ୍ଟ୍ରୀୟ ପ୍ରଭାରୀ, ଅରୁଣ ସିଂ, ପୂର୍ବତନ ରାଜ୍ୟ ସଭା ସଦସ୍ୟ ରୁଦ୍ରନାରାୟଣ ପାଣି, ରାଜ୍ୟ ସମ୍ପାଦକ କାଳିନ୍ଦୀ ସାମଲ, ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ, ମନମୋହନ ସାମଲ, ସୁରମା ପାଢ଼ୀ, ସମ୍ବିତ୍‌ ପାତ୍ର, ପ୍ରତାପ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା