Connect with us

ଦେଶ

ଭାରତ-ଋଷ ମଧ୍ୟରେ ୮ ରାଜିନାମା ସ୍ୱାକ୍ଷରିତ :-୫୦୦ କୋଟି ଡଲାରରେ କ୍ରୟ ହେବ ୫ଟି ଏସ୍-୪୦୦ କ୍ଷେପଣାସ୍ତ୍ର

ସାଙ୍କେତିକ ଚିତ୍ର

ଭାରତ-ଋଷ ମଧ୍ୟରେ ୮ ରାଜିନାମା ସ୍ୱାକ୍ଷରିତ
୫୦୦ କୋଟି ଡଲାରରେ କ୍ରୟ ହେବ ୫ଟି ଏସ୍-୪୦୦ କ୍ଷେପଣାସ୍ତ୍ର
ନୂଆଦିଲ୍ଲୀ,୫ା୧୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ମଧ୍ୟରେ ଶୁକ୍ରବାର ଦ୍ୱିପାକ୍ଷିକ ଆଲୋଚନା ହୋଇଛି । ଦୁଇଦେଶ ମଧ୍ୟରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଏସ୍-୪୦୦ ମିସାଇଲ ଡିଫେନସ ସିଷ୍ଟମକୁ ନେଇ ରାଜିନାମା ହୋଇଛି । ଏହାବ୍ୟତୀତ ଉଭୟ ଦେଶ ମଧ୍ୟରେ ମହାକାଶ ବିଜ୍ଞାନ କ୍ଷେତ୍ର ସହିତ ମୋଟ ୮ଟି ରାଜିନାମା ହୋଇଛି । ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସରେ ଦୁଇ ଦେଶର ଉଚ୍ଚପ୍ରତିନିଧିସ୍ତରୀୟ ଆଲୋଚନା ହୋଇଛି । ଦ୍ୱିପାକ୍ଷିକ ଆଲୋଚନା ପରେ ପିଏମ୍ ମୋଦି ଓ ରାଷ୍ଟ୍ରପତି ପୁତିନ ମିଳିତ ସାମ୍ବାଦିକ ସମ୍ମଳନୀକୁ ସମ୍ବୋଧିତ କରିଛନ୍ତି ।

ପିଏମ୍ ମୋଦି କହିଛନ୍ତି ଯେ, ରାଷ୍ଟ୍ରପତିଙ୍କ ପ୍ରତନିଧିଙ୍କୁ ସ୍ୱାଗତ କରି ମୁଁ ବହୁତ ଖୁସି । ଋଷ ସହିତ ନିଜର ସମ୍ବନ୍ଧକୁ ଭାରତ ସର୍ବୋଚ୍ଚ ପ୍ରାଥମିକତା ଦେଇ ଆସିଛି । ପରିବର୍ତ୍ତନଶୀଳ ଯୁଗରେ ଭାରତ ଓ ଋଷ ସମ୍ପର୍କ ଅଧିକ ପ୍ରସଙ୍ଗିକତା ହୋଇଯାଇଛି । ଆଜି ନିଆଯାଇଥିବା ନିର୍ଣ୍ଣୟ ଦୁଇ ଦେଶକୁ ଅଧିକ ଶକ୍ତିଶାଳୀ କରିବ । ଉଲ୍ଲେଖଯୋଗ୍ୟ ଯେ, ଭାରତ ଓ ଋଷ ମଧ୍ୟରେ ହୋଇଥିବା ଏସ୍-୪୦୦ ରାଜିନାମା ଉପରେ ଆମେରିକା ତୀକ୍ଷ୍ଣ ନଜର ରଖିଛି । ଆମେରିକାର ଆପତ୍ତିକୁ ଅଣଦେଖା କରି ଭାରତ ଋଷ ସହିତ ଏହି ରାଜିନାମା ସ୍ୱାକ୍ଷରିତ କରିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ମାନବ ସମ୍ବଳଠୁ ନେଇ ପ୍ରାକୃତିକ ସମ୍ବଳ ପର୍ଯ୍ୟନ୍ତ, କାରବାରଠୁ ନେଇ ନିବେଶ ପର୍ଯ୍ୟନ୍ତ, ପରମାଣୁ ଶକ୍ତି ଶାନ୍ତିପୂର୍ଣ୍ଣ ସହଯୋଗଠୁ ନେଇ ସୌରଶକ୍ତି ପର୍ଯ୍ୟନ୍ତ, ପ୍ରଯୁକ୍ତି ବିଦ୍ୟାଠୁ ନେି ବ୍ୟାଘ୍ର ସଂକ୍ଷଣ ପର୍ଯ୍ୟନ୍ତ, ସାଗରଠୁ ନେଇ ମହାକାଶ ପର୍ଯ୍ୟନ୍ତ ଭାରତ ଓ ଋଷ ମଧ୍ୟରେ ସମ୍ପର୍କ ଆହୁରି ବିସ୍ତାର ହେବ । ଏହାପରେ ରାଷ୍ଟ୍ରପତି ପୁଟିନ କହିଛନ୍ତି ଯେ, ମୁଁ ଭାରତୀୟ ପ୍ରଧାନମନ୍ତ୍ରୀଙ୍କୁ ଭାରତ-ଋଷ ମଧ୍ୟରେ ଏହି ଧରଣର ମହତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଦ୍ୱିପାକ୍ଷିକ ଆଲୋଚନାର ଆୟୋଜନ ପାଇଁ ଧନ୍ୟବାଦ ଦେଉଛି । ଏହି ମିତ୍ରତାରେ ଋଷ ବହୁତ ପ୍ରସନ୍ନ ଅଟେ । ମୁଁ ମୋଦିଙ୍କୁ ଋଷ ଆସିବାକୁ ଆମନ୍ତ୍ରଣ କରୁଛି । ଭାରତ ସହିତ ଆମର ପୁରାତନ ଓ ମଜଭୁତ ସମ୍ପର୍କ ରହିଛି । ମୁଁ ଭାରତୀୟ କମ୍ପାନୀଙ୍କୁ ଋଷରେ କାରବାର ପାଇଁ ଆମନ୍ତ୍ରିତ କରୁଛି । ପିଏମ ମୋଦିଙ୍କ ସହିତ ସିରିଆ ଓ ଋଷ ମାମଲାରେ ମଧ୍ୟ ଆଲୋଚନା କରିଥିବା ପୁଟିନ କହିଛନ୍ତି । ଏହାପୂର୍ବରୁ ଭାରତ ଋଷ ସହିତ ୮ଟି ରାଜିନାମା ଉପରେ ସ୍ୱାକ୍ଷରିତ କରିଛି । ଦୁଇଦେଶର ନେତା ଆଲୋଚନା ପରେ ବୈଦେଶିକ ସଚିବ ବିଜୟ ଗୋଖେଲ ଓ ଋଷ ଅଧିକାରୀଙ୍କ ମଧ୍ୟରେ ରାଜିନାମାର ଦସ୍ତାବିଜ ଆଦାନ ପ୍ରଦାନ ହୋଇଛି ।

ଏହାବ୍ୟତୀତ ଦୁଇଦେଶ ମଧ୍ୟରେ ରୁବଲ ଟଙ୍କା ରାଜିନାମା, ହାଇସ୍ପିଡ ଋଷିୟନ ଟ୍ରେନ୍, ଟ୍ୟାଙ୍କ, ରିକଭରି ହ୍ୱିକିଲ, ରୋଡ୍ ବିଲ୍ଡିଂ ଇନ୍ ଇଣ୍ଡିଆ, ଅପରେସନ ଅନ ରେଲୱେ, ସର୍ଫେସ ରେଲୱେ ଆଣ୍ଡ ମେଟ୍ରୋ ରେଳ ଉପରେ ମଧ୍ୟ ଆଲୋଚନା ହୋଇଛି । ଉଭୟ ଦେଶ ଆତଙ୍କବାଦ, ଆଫଗାନିସ୍ତାନ ଆଣ୍ଡ ଇଣ୍ଡୋ ପେସିଫିକ ଇଭେଣ୍ଟ, କ୍ଲାଇମେଣ୍ଟ ଚେଞ୍ଜ ସହିତ ଏସ୍ସିଓ, ବ୍ରିକ୍ସ, ଜି-୨୦ ଓ ଏସିଆନ ପରି ସଂଗଠନକୁ ନେଇ ମଧ୍ୟ ଆଲୋଚନା ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ