Connect with us

ଦେଶ

ଭାରତର ଅର୍ଥ ବ୍ୟବସ୍ଥା ବଦଳିଛି : ମୋଦି

ସାଙ୍କେତିକ ଚିତ୍ର

ଭାରତର ଅର୍ଥ ବ୍ୟବସ୍ଥା ବଦଳିଛି : ମୋଦି
ଡେରାଡୁନ,୭ା୧୦ : ମିଳିତ ଜାତିସଂଘ ଦ୍ୱାରା ‘ଚାମ୍ପିଅନ୍ସ ଅଫ୍ ଦ ଆର୍ଥ’ ସମ୍ମାନରେ ସମ୍ମାନିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉର୍ଜା ଆବଶ୍ୟକତାକୁ ପୂରା କରିବା ପାଇଁ ‘ୱାନ୍ ୱାର୍ଲ୍ଡ, ୱାନ ସନ ଓ ୱାନ ଗ୍ରୀଡ୍’ର ନାରା ଦେଇଛନ୍ତି । ରବିବାର ଉତ୍ତରାଖଣ୍ଡ ଇନଭେଷ୍ଟର୍ସ ସମିଟର ଉଦ୍ଘାଟନ କରିବା ଅବସରରେ ମୋଦି ବଡ ଘୋଷଣା କରି କହିଛନ୍ତି ଯେ, ଆମର ସରକାର ୨୦୨୨ ପର୍ଯ୍ୟନ୍ତ ଦେଶରେ ୧୭୫ ଗିଗାୱାଟ୍ ଅକ୍ଷୟ ଉର୍ଜା ଉତ୍ପାଦନ କରିବାର ଲକ୍ଷ୍ୟ ନିର୍ଦ୍ଧାରିତ କରିଛନ୍ତି । ଏହାସହିତ ଦେଶ ନବୀକରଣ ଶକ୍ତି କ୍ଷେତ୍ରରେ ଗ୍ଲୋବାଲ ଲିଡର ହେବା ଦିଗରେ ଆଗକୁ ବଢ଼ୁଛି । ମୋଦି କହିଛନ୍ତି ଯେ, ଆଜି ସମଗ୍ର ଦୁନିଆରେ ବିକାଶ ସହିତ ପର୍ଯ୍ୟାବରଣ ସଂସ୍କରଣ ମଧ୍ୟ ଏକ ପ୍ରମୁଖ ପ୍ରସଙ୍ଗରେ ପରିଣତ ହୋଇସାରିଛି । ଏହି ସ୍ଥିତିରେ ଏବେ ଭାରତ ସାରା ଦୁନିଆକୁ ‘ୱାନ୍ ୱାର୍ଲ୍ଡ, ୱାନ ସନ ଓ ୱାନ ଗ୍ରୀଡ’ର ନାରା ଦେଇଛି ।

ଉଲ୍ଲେଖଯୋଗ୍ୟ ଯେ, ନିକଟରେ ମିଳିତ ଜାତିସଂଘର ସର୍ବୋଚ୍ଚ ପର୍ଯ୍ୟାବରଣ ପୁରସ୍କାର ‘ଚାମ୍ପିଅନ୍ସ ଅଫ୍ ଦ ଆର୍ଥ’ ସମ୍ମାନରେ ସମ୍ମାନିତ ହେବା ପରେ ମୋଦି ସମଗ୍ର ଦୁନିଆକୁ ଏହି ନାରା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଅନ୍ତରାଷ୍ଟ୍ରୀୟ ସୌର ମେଣ୍ଟ ବିଷୟରେ ଉଲ୍ଲେଖ କରି କହିଛନ୍ତି ଯେ, ୨୦୨୨ ପର୍ଯ୍ୟନ୍ତ କେବଳ ଥରୁଟିଏ ବ୍ୟବହୃତ ହେଉଥିବା ସବୁ ପ୍ରକାରର ପ୍ଲାଷ୍ଟିକକୁ ଭାରତରୁ ସମ୍ପୂର୍ଣ୍ଣ ଭାବେ ହଟାଇବାର ସଂକଳ୍ପ ପାଇଁ ମିଳିତ ଜାତିସଂଘ ତାଙ୍କୁ ଏହି ପୁରସ୍କାର ଦେଇଛି । ଏହାସହିତ ମୋଦି ନିଜର ସମ୍ବୋଧନରେ ପୁଣିଥରେ ପୂରା ଦୁନିଆ ମଧ୍ୟରେ ଏକତା ଓ ସୌର ମେଣ୍ଟ ଗଠନର ସନ୍ଦେହ ଦେଇଛନ୍ତି । ଅନ୍ୟପଟେ ଆୟୁଷ୍ମାନ ଯୋଜନାର ପ୍ରଶଂସା କରି ମୋଦି କହିଛନ୍ତି ଯେ, ନୂତନ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଦେଶର ୫୦ କୋଟି ଲୋକଙ୍କୁ ଲାଭ ମିଳି ପାରିବ । ଏହାସହିତ ଦେଶରେ ଅନେକ ମଧ୍ୟ ଓ ବଡ ହସ୍ପିଟାଲର ସ୍ଥାପନାରେ ମେଡିକାଲ ଓ ଫାର୍ମା ସେକ୍ଟରରେ ରୋଜଗାର ସାଧନ ବିକଶିତ ହୋଇପାରିବ । ଗତ ଏକବର୍ଷ ମଧ୍ୟରେ କେନ୍ଦ୍ର ସରକାର ଆଧାରଭୂତ ଢାଞ୍ଚା ମଜଭୁବ କରିବା ପାଇଁ ଅନେକ କାମ କରିଛନ୍ତି । ଏହି କ୍ରମରେ ପ୍ରତିଦିନ ପ୍ରାୟ ୨୭ କିମି ସଡକ ନିର୍ମାଣ କରାଯାଉଛି । ଯାହା ପୂର୍ବ ସରକାର ତୁଳନାରେ ଦୁଇଗୁଣ ଅଧିକ ।

ଭାରତ ଅକ୍ଷୟ ଉର୍ଜା କ୍ଷେତ୍ରରେ ସାରା ଦୁନିଆରେ ଲିଡର ହେବା ଦିଗରେ ଅଗ୍ରସର ହେଉଛି । ଏହି କ୍ରମରେ ୨୦୨୨ ପର୍ଯ୍ୟନ୍ତ ୧୬୫ ଗିଗାୱାଟ ନବୀକରଣ ଉତ୍ପନ କରିବାର ଲକ୍ଷ୍ୟ ରଖାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ