Connect with us

ଦେଶ

ଅପଗ୍ରେଡ୍ ହେଲା ମିଗ୍-୨୯ ଲଢ଼ୁଆ ବିମାନ

ସାଙ୍କେତିକ ଚିତ୍ର

ଅପଗ୍ରେଡ୍ ହେଲା ମିଗ୍-୨୯ ଲଢ଼ୁଆ ବିମାନ
ଅଦମପୁର,୭ା୧୦ : ଭାରତୀୟ ବାୟୁସେନାର ଲଢ଼ୁଆ ବିମାନ ମିଗ-୨୯କୁ ଅପଗ୍ରେଡ୍ କରି ଏହାର ଶକ୍ତି ଓ ଗତିକୁ ବୃଦ୍ଧି କରାଯାଇଛି । ଆବଶ୍ୟକ ଲଢ଼ୁଆ ବିମାନ ନଥିବାରୁ ମିଗକୁ ଅଧିକ ଶକ୍ତିଶାଳୀ କରାଯାଇଛି ।

ଅଦମପୁରର ବାୟୁସେନା ଘାଟିରେ ମୁତୟନ ବିମାନ ଲେଫ୍ଟନାଣ୍ଟ କରନ କୋହଲି କହିଛନ୍ତି ଯେ, ଋଷ ଦ୍ୱାରା ନିର୍ମିତ ଏହି ଲଢ଼ୁଆ ବିମାନ ଏବେ ଅଧା ରାସ୍ତାରେ ମଧ୍ୟ ଇନ୍ଧନ ଭରିବାର କ୍ଷମତା ରହିଛି । ଏହି ଲଢ଼ୁଆ ବିମାନ ଜରିଆରେ ଏବେ ଏକ ସଙ୍ଗେ ଗୋଟିଏରୁ ଏକାଧିକ ଦିଗରେ ଲକ୍ଷ୍ୟ କରି ଆକ୍ରମଣ କରାଯାଇ ପାରିବ । ଚୀନ ଓ ପାକିସ୍ତାନ ଉପରେ ନଜର ରଖିବା ପାଇଁ ଏହି ଲଢ଼ୁଆ ବିମାନର ଉପସ୍ଥିତି ବହୁତ ମହତ୍ୱପୂର୍ଣ୍ଣ ରହିଛି । ନିଜର ପୁରୁଣା ଭର୍ସନରେ ମଧ୍ୟ ଏହି ଲଢ଼ୁଆ ବିମାନ ବାୟୁସେନାକୁ ମହତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲା । ୧୯୯୯ କାରଗିଲି ଯୁଦ୍ଧ ସମୟରେ ମିଗ ୨୯ ପାକିସ୍ତାନୀ ସେନା ଉପରେ ଭାରତୀୟ ସେନାକୁ ବିଜୟ ଦେବାରେ ବହୁତ ସହାୟକ ହୋଇଥିଲା । ଗତ ସପ୍ତାହରେ ଅଦମପୁର ବାୟୁସେନା ଘାଟିରେ ମିଗ-୨୯ର ଅପଗ୍ରେଡ୍ ଭର୍ସନକୁ ପ୍ରଦର୍ଶନ କରାଯାଇଥିଲା । ଏହାର ବ୍ୟବହାର ସୋମବାର ହେବାକୁ ଥିବା ବାୟୁସେନା ଦିବସ ଅବସରରେ କରାଯିବ ।

ଲେଫ୍ଟନାଣ୍ଟ କୋହଲି କହିଛନ୍ତି ଯେ, ମିଗ ୨୯ରେ ମଲଟି ଫଙ୍କସନ ଡିସପ୍ଲେ ମଧ୍ୟ ଲଗାଯାଇଛି । ରଣନୀତି ରୂପେ ଅଦମପୁର ବାୟୁସେନା ଘାଟି ଯାହା ପାକିସ୍ତାନଠୁ ୧୦୦ କିମି ଓ ଚୀନକୁ ୨୫୦ କିମି ଦୂରରେ ଅବସ୍ଥିତ ଏବେ ଏହି ଘାଟିରେ ଅପଗ୍ରେଡ୍ ମିଗ୍-୨୯କୁ ମୁତୟନ କରାଯିବ । ଭାରତୀୟ ବାୟୁସେନାର ମିଗ-୨୯ର ତିନୋଟି ସ୍କ୍ୱାର୍ଡନ ବର୍ତ୍ତମାନ ଅପରେସନରେ ନିୟୋଜିତ ଅଛି । ଏଥିରୁ ଦୁଇଟି ଅଦମପୁର ବାୟୁସେନା ଘାଟିରେ ମୁତୟନ ଅଛି । ଗୋଟିଏ ସ୍କ୍ୱାର୍ଡନରେ ୧୬ରୁ ୧୮ ଲଢ଼ୁଆ ବିମାନ ରହିଥାଏ ।

ମିଗ୍ ଲଢ଼ୁଆ ବିମାନ ଉଡାଉଥିବା ଜଣେ ପାଇଲଟ କହିଛନ୍ତି ଯେ, ମିଗ୍-୨୯ର ଅପଗ୍ରେଡ୍ ଭର୍ସନରେ ଏହାର ରେଞ୍ଜକୁ ବହୁତ ଉନ୍ନତ କରାଯାଇଛି । ଏବେ ଏହାରି ଜରିଆରେ ଆମେ ଆକାଶରୁ ଅକାଶ ପର୍ଯ୍ୟନ୍ତ, ଆକାଶରୁ ଭୂପୃଷ୍ଠ ଓ ଆଣ୍ଟିଂ ସିପିଂ ଅପରେସନକୁ ସହଜରେ ସଫଳ କରି ପାରିବୁ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ