Connect with us

ଆଞ୍ଚଳିକ

ଭଦ୍ରକରେ ଭୋଟର ସଚେତନତା ରଥର ଶୁଭାରମ୍ଭ

ସାଙ୍କେତିକ

ଭଦ୍ରକରେ ଭୋଟର ସଚେତନତା ରଥର ଶୁଭାରମ୍ଭ
ଭଦ୍ରକ, ୧ ଅକ୍ଟୋବର – ଆଜି ଭଦ୍ରକରେ ଭୋଟର ସଚେତନତା ରଥକୁ ପତାକା ଦେଖାଇ ଜିଲ୍ଲାପାଳ ଜ୍ଞାନ ଦାସ ଶୁଭାରମ୍ଭ କରିଛନ୍ତି । ଭଦ୍ରକ ଜିଲ୍ଲାର ପାଞ୍ଚଟି ବିଧାନସଭା ନିର୍ବାଚନମଣ୍ଡଳୀରେ ଏହି ପାଞ୍ଚଟି ଭୋଟର ସଚେତନତା ରଥ ପରିଭ୍ରମଣ କରି ଭୋଟରମାନଙ୍କୁ ସେମାନଙ୍କର ଭୋଟ ଦେବାର ଅଧିକାର ସଂର୍ପକରେ ସଚେତନା କରାଯିବ ।

ଭାରତର ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ସାରା ଭାରତ ବର୍ଷରେ ଏହି ଭୋଟର ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଅଛି । ଏହି ସଚେତନତା ଜରିଆରେ ଜଣେ ଭୋଟର ବୟସ ୧୮ବର୍ଷ ହୋଇଥିଲେ ସେମାନେ ଭୋଟର ତାଲିକାରେ ନାମ ଅନ୍ତଭୁର୍କ୍ତ କରିବା ପାଇଁ ପର୍ମ-୬,ନାମ ବାଦ୍ ପାଇଁ ଫର୍ମ-୭,ଭୋଟର ବିବରଣୀ ସଂଶୋଧନ ପାଇଁ ଫର୍ମ-୮ ଏବଂ ନିର୍ଦ୍ଦିଷ୍ଟ ନିର୍ବାଚନମଣ୍ଡଳୀ ମଧ୍ୟରେ ସ୍ଥାନ ପରିବର୍ତ୍ତନ ପାଇଁ ଫର୍ମ-୮(କ) ସହ ଭୋଟରମାନେ ନିଜର ଭୋଟ ପରିଚୟ ସହିତ ଆଧାର, ପାସପୋଟ,ରେସନକାର୍ଡ ଭଳି ଆବଶ୍ୟକ ଦସ୍ତାବିଜକୁ ସଂଯୋଗ କରିପାରିବେ ।

ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର, ଉପଜିଲ୍ଲାପାଳ ପିତାମ୍ବର ସାମଲ,ଡେପୁଟି କଲେକ୍ଟର (ନିର୍ବାଚନ) ଜୟଶ୍ରୀ ସେନାପତି ,ଜିଲ୍ଲା ସୂଚନା ଓ ଲୋକସଂର୍ପକ ଅଧିକାରୀ ଗୋଲଖଚନ୍ଦ୍ର ବେହେରା ସମେତ ଜିଲ୍ଲା ନିର୍ବାଚନ ବିଭାଗର କର୍ମଚାରୀଙ୍କ ସମେତ ଜିଲ୍ଲାପାଳଙ୍କ ଦପ୍ତର କର୍ମଚାରୀମାନେ ଉପସ୍ଥିତ ରହିଥିଲେ

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ