Connect with us

ଓଡିଶା

ଆଜିଠାରୁ‘ମୋ ସରକାର :- ଆଜିଠୁ ପ୍ଲାଷ୍ଟିକ୍ ବ୍ୟାନ୍

ସାଙ୍କେତିକ

ଆଜିଠାରୁ‘ମୋ ସରକାର : ଥାନା ଓ ଡାକ୍ତରଖାନା ବିଷୟରେ ଫୋନ୍ କରି ଫିଡବ୍ୟାକ୍ ନେବେ ମୁଖ୍ୟମନ୍ତ୍ରୀ

– ଆଜିଠୁ ପ୍ଲାଷ୍ଟିକ୍ ବ୍ୟାନ୍
ଭୁବନେଶ୍ୱର, ୦୧ ଅକ୍ଟୋବର- ଆସନ୍ତାକାଲି ମହାତ୍ମା ଗାନ୍ଧିଙ୍କ ଜୟନ୍ତୀ ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ସହୀଦ ନଗର ଥାନା ଓ କ୍ୟାପିଟାଲ ହସ୍ପିଟାଲରେ ମୋ ସରକାର କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିବେ । ମୁଖ୍ୟମନ୍ତ୍ରୀ ନିଜେ ସିଧାସଳଖ ଅଭିଯୋଗକରୀଙ୍କ ସହ ଫୋନରେ କଥା ହେବେ ।

“ମୋ ସରକାର’ ଥାନା ଓ ଡାକ୍ତରଖାନାକୁ ଗୁରୁତ୍ୱ ଦିଆଯାଉଥିବାବେଳେ ଆସନ୍ତାକାଲି ନବୀନ ସହିଦ ନଗର ଥାନା ଏବଂ କ୍ୟାପିଟାଲ ହସ୍ପିଟାଲରରୁ ହିଁ ଅଭିଯୋଗକାରୀ ଓ ରୋଗୀଙ୍କ ସହ ଫୋନରେ କଥା ହେବେ । ମୁଖ୍ୟମନ୍ତ୍ରୀ ସେମାନଙ୍କ ଠାରୁ ଥାନା ଓ ଡାକ୍ତରଖାନା ବାବଦରେ ମତାମତ ନେବେ । ସେହିପରି ଆସନ୍ତାକାଲି ଠାରୁ ପ୍ଲାଷ୍ଟିକ୍ ବ୍ୟବହାର ଉପରେ ମଧ୍ୟ ରୋକ୍ ଲଗାଯିବ । ରାଜ୍ୟର ସମସ୍ତ ସହରାଂଚଳରେ ଏହି ଆଇନ୍ ଲାଗୁ ହେବ । ପ୍ଲାଷ୍ଟିକ୍ ଥାଳି ,ଥର୍ମୋକୁଲ ଓ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ବ୍ୟବହାର , ଆମଦାନୀ ବନ୍ଦ କରାଯିବ । ୧୯୮୬ ଆଇନ୍ ଅନୁଯାୟୀ ପ୍ଲାଷ୍ଟିକ୍ ବ୍ୟବହାରକାରୀଙ୍କ ବିରୋଧରେ ୧ ଲକ୍ଷ ଟଙ୍କା ଜୋରିମାନା ଓ ୫ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ।

ଗତବର୍ଷ ୫ ଟି ମହାନଗର ନିଗମ ଓ ପୁରୀ ପୌର ପାଳିକାରେ ଏହି ନିୟମ ଲାଗୁ ହୋଇଥିଲା । ପ୍ଲାଷ୍ଟିକ୍ ଓ ପଲିଥିନ୍ ବିକ୍ରିକାରୀ ଓ ବ୍ୟବହାରକାରୀଙ୍କୁ ଧରିବା ପାଇଁ ପୋଲିସ୍ ଓ ପ୍ରଦୂଷଣ ବୋର୍ଡ ର ସ୍କ୍ୱାର୍ଡ ବିଭିନ୍ନ ସ୍ଥାନରେ ଚଢାଉ କରିବେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା