Connect with us

ଓଡିଶା

ଦୁର୍ଗାପୂଜା ମଣ୍ଡପ ମୁଖ୍ୟ ଆକର୍ଷଣ ସାଜିବ

ସାଙ୍କେତିକ

ଦୁର୍ଗାପୂଜା ମଣ୍ଡପ ମୁଖ୍ୟ ଆକର୍ଷଣ ସାଜିବ

ଭୁବନେଶ୍ୱର  , ୨୭ ସେପ୍ଟେମ୍ବର – ଧରା ପୃଷ୍ଠକୁ ଅବତରଣ କରିବେ ଜଗତ୍ ଜନନୀ ଦୁର୍ଗତି ନାସିନୀ କଲ୍ୟାଣମୟୀ ମା’ ଦୁର୍ଗା । ଶରତ ଋତୁ ତଥା ଓଡ଼ିଆ କ୍ୟାଲେଣ୍ଡରରେ ପାର୍ବଣର ମାସ ଆଶ୍ୱିନରେ ଶାରଦୀୟ ଦୁର୍ଗାପୂଜା ପାଳିତ ହୋଇଆସୁଛି । ବିଶ୍ୱ ଧାତ୍ରୀମା’ ଦୁର୍ଗା ଶକ୍ତି ରୂପିଣି, ସେ ମଧ୍ୟ ଜଗଦମ୍ବା, ସିଂହ ବାହିନୀ ଓ ମହିଷ ମର୍ଦ୍ଦିନୀ । ବିଭିନ୍ନ ପୁରାଣରେ ଶକ୍ତି ପୀଠଗୁଡ଼ିକର ସଂଖ୍ୟା ଭିନ୍ନଭିନ୍ନ ହୋଇଥିଲେ ମଧ୍ୟ ପୀଠମାନଙ୍କରେ ଷୋଳ ଦିବସୀୟ ପୂଜାର୍ଚ୍ଚନା ସହିତ ଷୋଡ଼ଶ ଉପଚାର ହୋଇଥାଏ । ଏହି ସମସ୍ତ ପୀଠରେ ମା’ ଦ୍ୱିଭୂଜା,  ବିରଜା, ଚର୍ତୁଭୂଜା,  ବିମଳା, ବନଦୁର୍ଗା ଭାବେ ନବରାତ୍ର ଧରି ପୂଜା ପାଉଥିବା ବେଳେ କେଉଁଠାରେ ୮ ଦିନ,  ୪ ଦିନ ଓ ୩ ଦିନ ଧରି ପୂଜା ପାଇଥାନ୍ତି । ଚଳିତ ବର୍ଷ ମାଦୁର୍ଗା ଧରାପୃଷ୍ଠରେ ଅବତରଣ ହେବାକୁ ଯାଉଛନ୍ତି । ମା’ଙ୍କ ସପ୍ତମୀ ପୂଜା ଆସନ୍ତା ଅକ୍ଟୋବର ୫ ତାରିଖ ଶନିବାର ଅନୁଷ୍ଠିତ ହେବ ।

ସାର୍ବଜନୀନ ଦୁର୍ଗାପୂଜା ପେଣ୍ଡେଲ ଓ ମଣ୍ଡପଗୁଡ଼ିକରେ ସାଧାରଣତଃ ପୂଜା ପାଇଥାନ୍ତି ମୃଣ୍ମୟୀ ଦେବୀ ଦଶଭୂଜା ଓ ସିଂହବାହିନୀ ‘ମା ଦୁର୍ଗା’ । ମାଟିରେ ନିର୍ମିତ ହୋଇ ମହିଷାସୁରକୁ ବଧ କରୁଥିବା ଦେବୀ ଦୁର୍ଗାଙ୍କ ମୂର୍ତି  । ପୂଜା ସମାପ୍ତ ହେବା ପରେ କେଉଁଠି ଦଶହରା ଦିନ ଏହି ଦୁର୍ଗା ମୂର୍ତିଙ୍କ ଜଳ ବିସର୍ଜନ କରାଯାଇଥାଏ ତ ପୁଣି କେଉଁଠି ଦଶହରାର ପରବର୍ତି ଦିନରେ ବିସର୍ଜନ କରାଯାଇଥାଏ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା