Connect with us

ଓଡିଶା

ବଢ଼ିଲା ଦୈନିକ ମଜୁରୀ

ସାଙ୍କେତିକ ଚିତ୍ର

ବଢ଼ିଲା ଦୈନିକ ମଜୁରୀ
ଭୁବନେଶ୍ୱର,୩୦ା୧୦ : ରାଜ୍ୟ ସରକାର ଶ୍ରମିକଙ୍କ ଦୈନିକ ମଜୁରୀରେ ମଙ୍ଗଳବାର ସଂଶୋଧନ ଆଣିଛନ୍ତି । ସଂଶୋଧନ ଅନୁସାରେ ଅଣକୁଶଳୀ, ଅର୍ଦ୍ଧକୁଶଳୀ ଏବଂ ଉଚ୍ଚ କୁଶଳୀ ଶ୍ରମିକମାନେ ନୂତନ ଦରରେ ଶ୍ରମ ମୂଲ୍ୟ ପାଇବେ । ରାଜ୍ୟ ସରକାର ୩ ବର୍ଷ ପରେ ସର୍ବନିମ୍ନ ମଜୁରୀ ସଂଶୋଧନ କରିଛନ୍ତି । ସଂଶୋଧନ ନେଇ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗର ବିଜ୍ଞପ୍ତି ପ୍ରକାଶ ପାଇଛି ।

ସଂଶୋଧନ ଅନୁସାରେ ଅଣକୁଶଳୀ ଶ୍ରମିକମାନଙ୍କ ଦୈନିକ ମଜୁରୀ ୪୦ ପ୍ରତିଶତ ବୃଦ୍ଧି ଘଟିଛି । ଏହି ହିସାବରେ ଅଣକୁଶଳୀ ଶ୍ରମିକମାନେ ଦୈନିକ ମଜୁରୀ ୨୮୦ ଟଙ୍କା ପାଇବେ । ପୂର୍ବରୁ ସେମାନେ ୨୦୦ ଟଙ୍କା ପାଇ ଆସୁଥିଲେ । ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ମଜୁରୀ ୪୫ ପ୍ରତିଶତକୁ ବୃଦ୍ଧି ଘଟିଛି । ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ମଜୁରୀ ୨୨୦ ଟଙ୍କାରୁ ୩୨୦ ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିଭଳି କୁଶଳୀ ଶ୍ରମିକଙ୍କ ମଜୁରୀ ୫୪ ପ୍ରତିଶତ ବୃଦ୍ଧି ହୋଇଛି । କୁଶଳୀ ଶ୍ରମିକମାନେ ଦୈନିକ ମଜୁରୀ ୨୪୦ ଟଙ୍କାରୁ ୩୭୦ ଟଙ୍କା ପାଇବେ ।

ଉଚ୍ଚ କୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀ ୬୦ ପ୍ରତିଶତ ବୃଦ୍ଧି ହୋଇଛି । ଉଚ୍ଚକୁଶଳୀ ଶ୍ରମିକଙ୍କ ମଜୁରୀ ୨୬୦ରୁ ୪୩୦ ଟଙ୍କା ବଢ଼ିଛି । ୧୫ଟି ନିୟୋଜନରେ ଠିକା କାର୍ଯ୍ୟ କରୁଥିବା ଶ୍ରମିକଙ୍କ ମଜୁରୀ ବୃଦ୍ଧି ଘଟିଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା