Connect with us

ଓଡିଶା

ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ପାଳିତ

ସାଙ୍କେତିକ ଚିତ୍ର

ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ପାଳିତ
ଭୁବନେଶ୍ୱର,୨୯ା୧୦ : ୧୯୯୯ ମସିହା ଅକ୍ଟୋବର ୨୯ ତାରିଖରେ ହୋଇଥିବା ମହାବାତ୍ୟାର ୧୯ ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ପାଳିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିପର୍ଯ୍ୟୟ ପ୍ରାକ୍ ସୂଚନା ପ୍ରଦାନ କେନ୍ଦ୍ର ଲୋକାର୍ପଣ କରିଛନ୍ତି ।

ସୋମବାର ରବିନ୍ଦ୍ର ମଣ୍ଡପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାତ୍ୟା, ବନ୍ୟା, ସୁନାମୀ ଭଳି ପ୍ରାକୃତିକ ବିପର୍ଯ୍ୟୟ ବିଷୟରେ ଓଡ଼ିଶାବାସୀଙ୍କୁ ଆଗୁଆ ସୂଚନା ପାଇଁ ଏହି କେନ୍ଦ୍ର ଉଦ୍ଘାଟନ କରିଛନ୍ତି । ଥରକୁ ଥର ପ୍ରାକୃତିକ କବଳରୁ ଓଡ଼ିଶାବାସୀଙ୍କୁ ଉଦ୍ଧାର କରିବାରେ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ପ୍ରଭାବିତ ଅଞ୍ଚଳରେ ଲୋକମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିବା ଏନ୍ଡିଆରଏଫ୍, ଓଡ଼ିଆରଏଏଫ, ଅଗ୍ନିଶମ ବିଭାଗ ଏବଂ ଓଏଫଡିସି ଦଳକୁ ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି ।

୧୯୯୯ ମସିହା ଅକ୍ଟୋବର ୨୯ ତାରିଖରେ ହୋଇଥିବା ପ୍ରଳୟଙ୍କରୀ ମହାବାତ୍ୟାକୁ ଆଜି ୧୯ ବର୍ଷ ପୁରିଛି । ୨୦୦୦ ମସିହାରୁ ରାଜ୍ୟ ସରକାରଙ୍କ ତରଫରୁ ପ୍ରତିବର୍ଷ ଅକ୍ଟୋବର ୨୯ ତାରିଖରେ ବିପଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ପାଳନ କରାଯାଉଛି । ଫାଇଲିନ୍ ଓ ହୁଡୁହୁଡୁ ଭଳି ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ରାଜ୍ୟ ସରକାର ଅନେକ ସଫଳ ମୁକାବିଲା କରିଛନ୍ତି । ତେବେ ୧୯୯୯ ମସିହାରେ ମହାବାତ୍ୟାରେ ପ୍ରାଣ ହରାଇଥିବା ପରିବାର ବର୍ଗ ଏବଂ ପ୍ରଭାବିତ ହୋଇଥିବା ପିଡୀତ ପରିବାର ବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା