Connect with us

ଅପରାଧ

ନଭେମ୍ବର ୯ ସୁଦ୍ଧା ତଦନ୍ତ ଶେଷ କର : ହାଇକୋର୍ଟ

ସାଙ୍କେତିକ ଚିତ୍ର

ନଭେମ୍ବର ୯ ସୁଦ୍ଧା ତଦନ୍ତ ଶେଷ କର : ହାଇକୋର୍ଟ
ଭୁବନେଶ୍ୱର,୩୦ା୧୦ : ଆଇନଜୀବୀ ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ ପୋଲିସ ଆକ୍ରମଣ ଓ ମାଡ ମାରିବା ଅଭିଯୋଗ ଘଟଣାର ତଦନ୍ତ ନଭେମ୍ବର ୯ ତାରିଖ ସୁଦ୍ଧା ଶେଷ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟର ଅବସ୍ଥାପିତ ବିଚାରପତି ଚିତ୍ତରଞ୍ଜନ ଦାସ ଦୈନନ୍ଦିନ ଭିତ୍ତିରେ ଏହି ମାମଲାର ଅନୁଧ୍ୟାନ କରିବେ । ତଦନ୍ତର ଅଗ୍ରଗତି ନେଇ ତଦନ୍ତକାରୀ ଅଫିସର ତଥା କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବ୍ରୋଥା ପ୍ରତିଦିନ ଜଷ୍ଟିସ ଦାଶଙ୍କୁ ଅବଗତ କରିବେ । ଆସନ୍ତା ୯ ତାରିଖ ସୁଦ୍ଧା ତଦନ୍ତ ଶେଷ ହେବା ପରେ ସେହି ଦିନ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଉଚ୍ଚ ନ୍ୟାୟାଳୟ ସୂଚନା ଦେଇଛନ୍ତି ।

ଅନ୍ୟପକ୍ଷରେ ଓକିଲ ଓ ପୋଲିସଙ୍କ ମଧ୍ୟରେ ବିବାଦ ତୀବ୍ର ରୂପ ଧାରଣ କରିଥିବା ବେଳେ ଆସନ୍ତାକାଲି ରାଜ୍ୟବ୍ୟାପୀ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିବାକୁ ନିଷ୍ପତ୍ତି ନିଆଯାଇଥିବା ହାଇକୋର୍ଟ ବାର ସଭାପତି ଶ୍ରୀକାନ୍ତ ନାୟକ ସୂଚନା ଦେଇଛନ୍ତି । ରାଜ୍ୟର ସବୁ ବାର ଆସୋସିଏସନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରିବ ବୋଲି ସେ କହିଛନ୍ତି । ଶ୍ରୀ ନାୟକଙ୍କ ସୂଚନା ଅନୁଯାୟୀ, ଆସନ୍ତା ୧ ତାରିଖରେ ସବୁ ବାର ଆସୋସିଏସନ କର୍ମକର୍ତ୍ତାଙ୍କ ମିଳିତ ବୈଠକ ହେବ । ଏହି ବୈଠକରେ ଆନ୍ଦୋଳନର ପରବର୍ତ୍ତୀ ପନ୍ଥା ସ୍ଥିର କରାଯିବ । ୪ ହାଇକୋର୍ଟ ଓକିଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ।

ସୂଚନାଥାଉ କି, ଅଗଷ୍ଟ ୨୮ ତାରିଖରେ କଟକ ନୂଆ ବଜାର ଠାରେ ଏକ ସଡକ ଦୁର୍ଘଟଣାକୁ ନେଇ ଓକିଲ ଓ ପୋଲିସଙ୍କ ମଧ୍ୟରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ସ୍ଥାନୀୟ ଅଞ୍ଚଳର ଦିଲ୍ଲୀପ ସିଂହ, ଚାଉଳିଆଗଞ୍ଜ ଥାନାର ହାବିଲଦାର ପ୍ରସନ୍ନ କୁମାର ବେହେରା, କନଷ୍ଟେବଳ ଦିଲ୍ଲୀପ କୁମାର ସାମଲ, ଓଏପିଏଫ୍ ଉଦୟ ଭୂୟାଁ ଓ ହୋମ ଗାର୍ଡ କିଶୋର ଜେନା ଆଇନଜୀବୀ ଦେବୀପ୍ରସାଦ ପଟ୍ଟନାୟକଙ୍କୁ ମାଡ ମାରିଥିଲେ ବୋଲି ଚାଉଳିଆଗଞ୍ଜ ଥାନାରେ ଅଭିଯୋଗ ହୋଇଥିଲା ।

ଏହାପରେ ଏତଲାକୁ ଆଧାର କରି ଚାଉଳିଆଗଞ୍ଜ ପୋଲିସ ସେମାନଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ଏଥିସହିତ ଦିଲ୍ଲୀପ ସିଂହ, ହାବିଳଦାର ପ୍ରସନ୍ନ କୁମାର ବେହେରା ଓ ଗୌରାଙ୍ଗ ସାହୁଙ୍କ ଏତଲା ଆଧାରରେ ଚାଉଳିଆଗଞ୍ଜ ଥାନାରେ ଶ୍ରୀ ପଟ୍ଟନାୟକଙ୍କ ବିରୋଧରେ ମଧ୍ୟ ୩ଟି ମାମଲା ରୁଜୁ ହୋଇଥିଲା । ଏନେଇ ଅଭିଯୁକ୍ତଙ୍କୁ ଗିରଫ ଦାବି କରି ଘଟଣା ପରଦିନ ଅର୍ଥାତ ଅଗଷ୍ଟ ୨୯ରୁ ଆଇନଜୀବୀମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି । ଘଟଣାର ଦୁଇମାସ ପରେ ବି ସମସ୍ୟାର ସମାଧାନ ହୋଇପାରିନାହିଁ ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ