Connect with us

ଦେଶ

ବଢ଼ିଲା ଡିଜେଲ ଓ ପେଟ୍ରୋଲ ଦର

ସାଙ୍କେତିକ

ବଢ଼ିଲା ଡିଜେଲ ଓ ପେଟ୍ରୋଲ ଦର
ଭୁବନେଶ୍ୱର, ୫ ଜୁଲାଇ,- ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପାର୍ଲାମେଂଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ପେଟ୍ରୋଲ ଓ ଡିଜେଲ ଦରରେ ଏକ ଟଙ୍କା ସେସ୍ ଆଦାୟ ହେବ ବୋଲି ବଜେଟରେ ଘୋଷଣା କରିଥିବାରୁ ପେଟ୍ରୋଲ ଲିଟର ପିଛା ୨ ଟଙ୍କା ୫୦ ପଇସା ବୃଦ୍ଧି ପାଇଛି । ସେହିପରି ଡିଜେଲ ଲିଟର ପିଛା ୨ ଟଙ୍କା ୩୦ ପଇସା ବୃଦ୍ଧି ପାଇଛି । ଏହି ବର୍ଦ୍ଧିତ ଦର ଆସନ୍ତା କାଲି ସକାଳ ୬ଟା ଠାରୁ ଲାଗୁ ହେବ ।
ସୂଚନାଯୋଗ୍ୟ ଯେ, ଭୁବନେଶ୍ୱରରେ ଆଜିର ପେଟ୍ରୋଲ ଦର ଲିଟର ପିଛା ୬୯ ଟଙ୍କା ୫୭ ପଇସା ଥିଲା ବେଳେ ଡିଜେଲ ଲିଟର ପିଛା ୬୯ ଟଙ୍କା ୦୨ ପଇସା ରହିଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ