Connect with us

ଅପରାଧ

ବ୍ୟାଙ୍କରେ ୧କୋଟି ୪୫ଲକ୍ଷ ଟଙ୍କାର ଠକେଇ : ଜଣେ ଗିରଫ

ସାଙ୍କେତିକ

ବ୍ୟାଙ୍କରେ ୧କୋଟି ୪୫ଲକ୍ଷ ଟଙ୍କାର ଠକେଇ : ଜଣେ ଗିରଫ
ଭୁବନେଶ୍ୱର,୧୮ା୧୨ – ବ୍ୟାଙ୍କରୁ ଋଣ ନେଇ ଠକେଇ କରିବା ଏକ ଦୈନଦିନ ଘଟଣା ହୋଇଗଲାଣି । ଜାଲ କାଗଜପତ୍ର ଦେଇ ବ୍ୟାଙ୍କରୁ ଋଣ ନେଇ ଠକେଇ କରିବା ଘଟଣାରେ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ଖୋର୍ଦ୍ଧା ଜିଲା ବେଗୁନିଆ ପାଟନାସାହିର ନାରାୟଣ ସେନାପତି(୪୩) ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ବିସାଲ ପଲିମରସ୍ କମ୍ପାନୀର ମ୍ୟାନେଜିଙ୍ଗ ପାଟର୍ନର ଅଛନ୍ତି ।

ସୂଚନା ଅନୁସାରେ , ନାରାୟଣ ସେନାପତି ୨୦୧୦ ମସିହାରେ ପୁରୁଣା ଷ୍ଟେସନ ବଜାର ସ୍ଥିତ ଆଲ୍ଲାବାଦ ବ୍ୟାଙ୍କ୍ରୁ ଜାଲକାଗଜପତ୍ର ଜରିଆରେ ପଲିଥିନ କାରଖାନା କରିବା ପାଇଁ ଦୁଇଟି କିସ୍ତିରେ ଲୋନ୍ ନେଇଥିଲେ । ପ୍ରଥମେ ସେ ୬୦ ଲକ୍ଷ ଟଙ୍କା ଓ ଦ୍ୱିତୀୟ କିସ୍ତିରେ ୪୦ ଲକ୍ଷ ଟଙ୍କା ଲୋନ ନେଇଥିଲେ । ସେ ବାଣପୁର ମୌଜା ଓ ରଘୁନାଥପୁର ଜଳି ମୌଜାରେ ଥିବା ଦୁଇଟି ଜମିର କାଗଜପତ୍ର ଦେଇ ଲୋନ୍ ନେଇଥିଲେ । ଲୋନ୍ ୨୦୧୪ ମସିହା ସୁଦ୍ଧା ସୁଧ ମୂଳ ମିଶି ଲୋନ ୧କୋଟି ୪୫ଲକ୍ଷ ୭୯ହଜାର ୨୪୫ ଟଙ୍କାରେ ପହଞ୍ଚିଲାପରେ ବ୍ୟାଙ୍କ୍ ତାଙ୍କୁ ଲୋନ୍ ପରିଶଧ କରିବା ପାଇଁ ନୋଟିସ ଦେଇଥିଲା । କିନ୍ତୁ ସେ ନୋଟିସ ପାଇଥିଲେ ମଧ୍ୟ ଅନୁଯାୟୀ ଲୋନ୍ ପରିଶୋଧ କରିନଥିଲେ । ବ୍ୟାଙ୍କ୍ କର୍ତ୍ତୃପକ୍ଷ ଆଇନ ଅନୁଯାୟୀ ବନ୍ଧକ ଥିବା ଜମିକୁ ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ କରିବାପାଇଁ ତାଙ୍କର କାଗଜପତ୍ରକୁ ଯାଞ୍ଚ କରିଥିଲେ ।

ଯାଞ୍ଚ କରିବାରୁ ଜଣାପଡିଲା ଯେ, ନାରାୟଣ ବନ୍ଧକ ରଖିଥିବା ବାଣପୁରର ଜମିକୁ ସେ ବିକ୍ରି କରି ଦେଇଛନ୍ତି ଓ ଉକ୍ତ ଜମିର ମାଲିକାନା ତାଙ୍କ ନାମରେ ନାହିଁ । ଜଳି ମୌଜା ଜମିଟି ସରକାରୀ ଖାତା ଅନ୍ତର୍ଭୁକ୍ତ ଥିବା ଜଣାପଡିଥିଲା । ତେଣୁ ଆଲ୍ଲାବାଦ ବ୍ୟାଙ୍କ୍ର ଚିଫ୍ ମ୍ୟାନେଜର ଇଓଡବ୍ଲ୍ୟୁରେ ଏହି ଚଂଚକତାକୁ ନେଇ ଅଭିଯୋଗ କରିଥିଲେ । ଇଓଡବ୍ଲ୍ୟୁ ତଦନ୍ତ କରି ନାରାୟଣକୁ ଜାଲିଆତି କରି ଋଣ ନେଇ ଠକିଥିବା ଯୋଗୁଁ ଝାରପଡା ସ୍ଥିତ ଘରୁ ଗିରଫ କରିଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ