Connect with us

ଆଞ୍ଚଳିକ

ପେଥାଇ ପ୍ରଭାବରେ ବର୍ଷା କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିବ ସହାୟତା : ଏସ୍ଆରସି

ସାଙ୍କେତିକ

ପେଥାଇ ପ୍ରଭାବରେ ବର୍ଷା
କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିବ ସହାୟତା : ଏସ୍ଆରସି
ଭୁବନେଶ୍ୱର,୧୮ା୧୨ : ସାମୁଦ୍ରିକ ଝଡ ‘ପେଥାଇ’ ପ୍ରଭାବରେ ରାଜ୍ୟର ଅଧିକାଂଶ ଅଂଚଳରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଲାଗି ରହିଛି । ବର୍ଷା ଯୋଗୁଁ ଅନେକ ସ୍ଥାନରେ ଧାନ ଫସଲ ନଷ୍ଟ ହୋଇଥିବା ଖବର ମିଳିଛି । ବିଲରେ ପାଚିଲା ଧାନ ଫସଲ ଏବଂ କଟା ହୋଇଥିବା ଧାନ ଗଜା ହେବାର ସମ୍ଭାବନା ସୃଷ୍ଟି ହୋଇଛି । ତେବେ ଧାନ ଫସଲ କ୍ଷତି ପାଇଁ ସହାୟତା ମିଳିବ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି । ପେଥାଇ ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ଝାରସୁଗୁଡାରେ ୭୫.୫ ମିମି ଓ ସମ୍ବଲପୁରରେ ୭୫.୩ମିମି ବର୍ଷା ରେକର୍ଡ କରାଯାଇଛି ।

ବର୍ଷା ଯୋଗୁଁ ଧାନ ଫସଲ ନଷ୍ଟ ହୋଇଥିଲେ କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ କରାଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି । ଫସଲ ବୀମା ଅନୁସାରେ ସହାୟତା ଦିଆଯିବ ବୋଲି କୁହାଯାଇଛି । ଜିଲ୍ଲାପାଳଙ୍କ ଠାରୁ କ୍ଷୟକ୍ଷତି ରିପୋର୍ଟ ମିଳିବା ପରେ ତାକୁ ଅନୁଧ୍ୟାନ କରାଯିବ ବୋଲି କମିଶନର ସୂଚନା ଦେଇଛନ୍ତି । ଏଗୁଡିକର ଅନୁଧ୍ୟାନ କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି । ସେମାନଙ୍କ ଠାରୁ ରିପୋର୍ଟ ମିଳିବା ପରେ ତାର ବିଶ୍ଲେଷଣ କରାଯିବ । ବୀମାଧାରୀ ଚାଷୀଙ୍କୁ ବୀମା ରାଶି ପ୍ରଦାନ କରାଯିବ । କ୍ଷୟକ୍ଷତି ଆକଳନ ପରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ । ଏସଡିଆରଏଫ୍ ପକ୍ଷରୁ ଚାଷୀଙ୍କୁ ସହାୟତା ଯୋଗାଇ ଦିଆଯିବ ।

ତେବେ ପେତାଇ ପ୍ରଭାବରେ ଓଡିଶାରେ ବିଶେଷ କ୍ଷତି ହୋଇନାହିଁ । ସବୁ ବନ୍ଦରରୁ ବିପଦ ସଙ୍କେତ ହଟାଇ ଦିଆଯାଇଛି ବୋଲି ସେ କହିଛନ୍ତି । ବୀମାଧାରୀ ଚାଷୀଙ୍କୁ ବୀମା ରାଶି ପ୍ରଦାନ କରାଯିବ । କ୍ଷୟକ୍ଷତି ଆକଳନ ପରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ । ପେଥାଇ ପ୍ରଭାବରେ ଓଡ଼ିଶାରେ ବିଶେଷ କ୍ଷତି ହୋଇନାହିଁ ବୋଲି ସେ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ