Connect with us

ଓଡିଶା

ବେସାମରିକ ସେବା (ନିଯୁକ୍ତି ଏବଂ ପଦୋନ୍ନତି ଚୟନର ମାନଦଣ୍ଡ) ନିୟମାବଳୀ ସଂଶୋଧନକୁ କ୍ୟାବିନେଟ୍ ମଂଜୁରୀ

ସାଙ୍କେତିକ

ବେସାମରିକ ସେବା (ନିଯୁକ୍ତି ଏବଂ ପଦୋନ୍ନତି ଚୟନର ମାନଦଣ୍ଡ) ନିୟମାବଳୀ ସଂଶୋଧନକୁ କ୍ୟାବିନେଟ୍ ମଂଜୁରୀ
ଭୁବନେଶ୍ୱର, ୦୭ ଫେବୃଆରୀ – ଓଡିଶା ବେସାମରିକ ସେବା (ନିଯୁକ୍ତି ଏବଂ ପଦୋନ୍ନତି ଚୟନର ମାନଦଣ୍ଡ) ନିୟମାବଳୀ ୨୦୦୩ର ନିୟମ ୪ ର ଉପନିୟମ ୨ ଅନୁଯାୟୀ ସେହି ବର୍ଷର ପ୍ରତ୍ୟାଶାମୂଳକ ଖାଲିପଡିଥିବା ପଦୋନ୍ନତିର ପଦବୀର ୧.୨୫ ଗୁଣା ବ୍ୟକ୍ତିଙ୍କୁ ଉପନିୟମ ୧ ଅନୁଯାୟୀ ପ୍ରସ୍ତୁତ କରାଯାଉଥିବା ତାଲିକାରେ ଅନ୍ତର୍ଭୁକ୍ତ କରିବାର ବ୍ୟବସ୍ଥା ରହିଛି ।
ଉପରୋକ୍ତ ନିୟମାବଳୀ ସେହି ବର୍ଷ ପୁନର୍ବାର ବିଭାଗୀୟ ପଦୋନ୍ନତି ଚୟନ ସମିତିନକରି ଅଧିକା ଖାଲି ପଡିଥିବା ପଦୋନ୍ନତି ପଦବୀ ପୂରଣ ପାଇଁ ପୋଷ୍ଟ ବେସଡ୍ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯିବା ପୂର୍ବରୁ ପ୍ରଚଳିତ ଥିଲା । ଇତି ମଧ୍ୟରେ ଭାକେନ୍ସିଯ ବେସଡ୍ ସଂରକ୍ଷଣ ବ୍ୟବସ୍ଥା , ପୋଷ୍ଟ ବେସଡ୍ ସଂରକ୍ଷଣ ବ୍ୟବସ୍ଥା ଦ୍ୱାରା ପରିବର୍ତନ କରାଯାଇଛି । ଯେହେତୁ ପ୍ରତ୍ୟାଶାମୂଳକ ଖାଲି ପଡିଥିବା ପଦବୀ ପାଇଁ ଅଧିକ ସଂଖ୍ୟକ କର୍ମଚାରୀଙ୍କୁ ଚୟନ କରାଯିବା ଦ୍ୱାରା ସେମାନେ ପରବର୍ତୀ ବର୍ଷରେ ପଦୋନ୍ନତି ପାଇଁ ଦାବି କରିଥାନ୍ତି ଏବଂ ତାହା ମାଲି ମକଦ୍ଦମାକୁ ଆହ୍ୱାନ କରିଥାଏ ତେଣୁ ଉପରୋକ୍ତ ନିୟମାବଳୀକୁ କାର୍ଯ୍ୟକାରୀ କରିବାରେ ଯଥାର୍ଥତା ନାହିଁ ।
ଏଣୁ ଓଡିଶା ବେସାମରିକ ସେବା (ନିଯୁକ୍ତି ଏବଂ ପଦୋନ୍ନତି ଚୟନର ମାନଦଣ୍ଡ) ନିୟମାବଳୀ ୨୦୦୩ର ନିୟମ ୪ ର ଉପନିୟମ ୨ରେ ଥିବା ସଂଖ୍ୟା ଏବଂ ଶବ୍ଦ ୧.୨୫ ଟାଇମସ୍ କୁ ଶବ୍ଦ ଇକ୍ୱାଲ ଟୁ ଦ୍ୱାରା ପ୍ରତିସ୍ଥାପନ କରିବାର ଆବଶ୍ୟକତା ରହିଛି । ତେଣୁ ଓଡିଶା ବେସାମରିକ ସେବା (ନିଯୁକ୍ତି ଏବଂ ପଦୋନ୍ନତି ଚୟନର ମାନଦଣ୍ଡ) ନିୟମାବଳୀ ୨୦୦୩ କୁ ସଂଶୋଧନ କରାଯାଇ ଓଡିଶା ବେସାମରିକ ସେବା (ନିଯୁକ୍ତି ଏବଂ ପଦୋନ୍ନତି ଚୟନର ମାନଦଣ୍ଡ) ସଂଶୋଧିତ ନିୟମାବଳୀ ୨୦୧୯ର ପ୍ରଣୟନ କରାଗଲା ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା