Connect with us

ଓଡିଶା

ସିଭିଲ ସର୍ଭିସ ରୁଲରେ ସଂଶୋଧନ: କର୍ମଚାରୀଙ୍କ ମୃତ୍ୟୁ ପରେ ପରିବାରର ଜଣକୁ ମିଳିବ ଚାକିରୀ

ସାଙ୍କେତିକ

ସିଭିଲ ସର୍ଭିସ ରୁଲରେ ସଂଶୋଧନ: କର୍ମଚାରୀଙ୍କ ମୃତ୍ୟୁ ପରେ ପରିବାରର ଜଣକୁ ମିଳିବ ଚାକିରୀ
ଭୁବନେଶ୍ୱର, ୦୭ ଫେବୃଆରୀ – ସରକାରୀ ଚାକିରୀରେ ଥାଇ ମୃତ୍ୟୁବରଣ କରୁଥିବା ସରକାରୀ କର୍ମଚାରୀଙ୍କ ପରିବାରର ପ୍ରତିପୋଷଣ ପାଇଁ ଉକ୍ତ ପରିବାରର ଜଣେ ସଦସ୍ୟକୁ ତୃତୀୟ ଏବଂ ଚତୁର୍ଥ ପଦବୀରେ ଅନୁକମ୍ପାମୂଳକ ନିଯୁକ୍ତି ମିଳିବ । ଏଥିପାଇଁ ଓଡିଶା ବେସାମରିକ ସେବା (ପୁନଃ ଥଇଥାନ ସହାୟତା) ନିୟମାବଳୀ ୧୯୯୦ ଅନୁଯାୟୀ ବ୍ୟବସ୍ଥା କରାଯାଇଛି । ତେବେ ଏହି ନିୟମାବଳୀକୁ ପରିବର୍ତନ କରାଯାଇ ଓଡିଶା ବେସାମରିକ ସେବା (ପୁନଃ ଥଇଥାନ ସହାୟତା) ନିୟମାବଳୀ ,୨୦୨୦ ର ପ୍ରଣୟନ କରିବାକୁୁ କ୍ୟାବିନେଟ୍ ବୈଠକରେ ନିଷ୍ପତି ହୋଇଛି ।
ଏହି ନୂଆ ନିୟମ ଅନୁଯାୟୀ ପ୍ରଶାସନରେ ଦକ୍ଷତା ବୃଦ୍ଧି, ସମୟଉପଯୋଗୀ ସେବା ପ୍ରଦାନ ତଥା ଉଚ୍ଚଶିକ୍ଷିତ ଯୁବାବର୍ଗଙ୍କୁ ନିଯୁକ୍ତି ସୁଯୋଗ ଦେବାପାଇଁ ପ୍ରଚଳିତ ତୃତୀୟ ଓ ଚତୁର୍ଥ ଶ୍ରେଣୀ ପଦବୀ ବଦଳରେ କେବଳ ଚତୁର୍ଥ ଶ୍ରେଣୀ ପଦବୀରେ ଅନୁକମ୍ପାମୂଳକ ନିଯୁକ୍ତି ଦେବାପାଇଁ ନିଷ୍ପତି ନିଆଯାଇଛି ।
ପ୍ରଚଳିତ ନିୟମ ଅନୁଯାୟୀ ତୃତୀୟ ଏବଂ ଚତୁର୍ଥ ମୂଳ ପଦବୀରେ ଖାଲି ଥିବା ୧୦ ପ୍ରତିଶତ ପଦବୀରେ ଅନୁକମ୍ପାମୂଳକ ନିଯୁକ୍ତି ଦେବାର ବ୍ୟବସ୍ଥା ରହିଛି । ଏଥି ନିମନ୍ତେ ବହୁ ଆବେଦନକାରୀ ନିଯୁକ୍ତି ପାଇବାରୁ ବଂଚିତ ହେଉଥିବା ସରକାରଙ୍କ ଦୃଷ୍ଟିଗୋଚର ହୋଇଥିବାରୁ ସେମାନଙ୍କୁ ଉପଯୁକ୍ତ ସୁଯୋଗ ପ୍ରଦାନ କରିବାକୁ ଏହି ୧୦ ପ୍ରତିଶତକୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ କ୍ୟାବିନେଟ୍ ବୈଠକରେ ନିଷ୍ପତି ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା