Connect with us

ଓଡିଶା

ପୂର୍ଣ୍ଣାଙ୍ଗ ବଜେଟ୍ ର ଚିଠା ପ୍ରସ୍ତାବକୁ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ଅନୁମୋଦନ

ସାଙ୍କେତିକ

ପୂର୍ଣ୍ଣାଙ୍ଗ ବଜେଟ୍ ର ଚିଠା ପ୍ରସ୍ତାବକୁ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ଅନୁମୋଦନ
ଭୁବନେଶ୍ୱର, ୦୭ ଫେବୃଆରୀ – ଆସନ୍ତା ୧୮ ତାରିଖରେ ବିଧାନସଭା ଅଧିବେଶନରେ ରାଜ୍ୟ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ଆଗତ କରିବାକୁ ଥିବା ୨୦୨୦-୨୧ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ର ଚିଠା ପ୍ରସ୍ତାବକୁ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ଅନୁମୋଦନ କରାଯାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଦିନ ଲୋକସେବା ଭବନ ଠାରେ ଅନୁଷ୍ଠିତ ଏହି ବୈଠକରେ ଚିଠା ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା । କେଉଁ ବିଭାଗକୁ କେତେ ବ୍ୟୟ ବରାଦ କରାଯାଇଛି ତାର ଏକ ପୂର୍ଣ୍ଣାଙ୍ଗ ତାଲିକା ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ ପ୍ରଦାନ କରିଥିଲେ ।

ଖବର ନେବାରେ ଜଣାଯାଏ ଯେ ଗତ ଆର୍ଥିକ ବର୍ଷ ଅପେକ୍ଷା ଆଗାମୀ ଆର୍ଥିକ ବର୍ଷ ପାଇଁ ପ୍ରାୟ ୨୦ କୋଟି ଟଠଙ୍କାର ଅଧିକ ବ୍ୟୟ ବରାଦ କରାଯାଇଛି । ଗତ ଆର୍ଥିକ ବର୍ଷରେ୧ ଲକ୍ଷ ୩୯ ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିଲା । ଏଥର ପ୍ରାୟ ୧ ଲକ୍ଷ ୫୩ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।ଉକ୍ତ ବଜେଟ୍ ରେ ବିଜୁ ସେତୁ , ମୁଖ୍ୟମନ୍ତ୍ରୀ ସଡକ ଯୋଜନା , ଜଳ ସେଚନ , ମହିଳାଙ୍କ ବିକାଶ, ଅଙ୍ଗନବାଡି , ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଉପରେ ବିଶେଷ ଭାବେ ଗୁରୁତ୍ୱ ଦିଆଯାଇଛି ।

ଷୋଡଶ ବିଧାନସଭାର ତୃତୀୟ ଅଧିବେଶନକୁ କ୍ୟାବିନେଟ୍ ବୈଠକରେ ଅନୁମୋଦନ ମିଳିଛି । ଏହି ବୈଠକରେ ଓଡିଶା ଏଜୁକେସନାଲ ରୁଲ୍ ର ସଂଶୋଧନ ପାଇଁ ପ୍ରସ୍ତାବ ଆସିଥିଲେ ହେଁ ଆଲୋଚନା ହୋଇଥିଲେ ନହୋଇ ଘୁଂଚାଇ ଦିଆଯାଇଥିଲା ବୋଲି ମୁଖ୍ୟ ଶାସନ ସଚିବ ଅସୀତ୍ ତ୍ରିପାଠୀ ପ୍ରକାଶ କରିଛନ୍ତି । ପଂଚମ ରାଜ୍ୟ ଅର୍ଥ କମିଶନ ରିପୋର୍ଟ ଉପରେ ନିଆଯାଇଥିବା ଆକ୍ସନ୍ ରିପୋର୍ଟ ଆଲୋଚନା ହୋଇଥିଲା ହୋଇ ମଂଜୁର ହୋଇଥିଲା । ଏହାକୁ ବିଧାନସଭାରେ ଉପସ୍ଥାପନ କରିବାପାଇଁ ସ୍ଥିର ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା