Connect with us

ଆଞ୍ଚଳିକ

ବେଦମାତା ଓ ମହାକାଳୀ ବେଶରେ ପୂଜା ପାଇଲେ ମା’ ଭଦ୍ରକାଳୀ

ସାଙ୍କେତିକ

ବେଦମାତା ଓ ମହାକାଳୀ ବେଶରେ ପୂଜା ପାଇଲେ ମା’ ଭଦ୍ରକାଳୀ
ଭଦ୍ରକ, ୨୮ ଅକ୍ଟୋବର – ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ପୁରାଣ ପ୍ରସିଦ୍ଧ ଶକ୍ତିପୀଠ ମା’ ଭଦ୍ରକାଳୀଙ୍କ ପୀଠରେ ରବିବାର ଠାରୁ ମା’ଙ୍କର ସପ୍ତମାତୃକା ବେଶ ଓ ବିଶ୍ୱଶାନ୍ତି ମହାଯଜ୍ଞ ଶୁଭାରମ୍ଭ ହୋଇଛି ।

ସପ୍ତମାତୃକା ବେଶର ପ୍ରଥମ ଦିନରେ ମା’ ବେଦମାତା ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥିବା ବେଳେ ଦ୍ୱିତୀୟ ଦିନରେ ମହାକାଳୀ ବେଶରେ ପୂଜା ପାଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି । ସକାଳୁ ହଜାର ହଜାର ଶ୍ରଦ୍ଧାଳୁ ଧାଡ଼ିବାନ୍ଧି ମା’ଙ୍କୁ ଧୂପ ଦୀନ ଦେଇ ଆଶୀର୍ବାଦ କାମନା କରିଛଡ଼୍ତି । ମା’ ବେଦମାତା ବେଶଷର ହଂସ ବାହନରେ ହଳଦିଆ ପାଟ ବସ୍ତ୍ର ପରିଧାନ କରି ସ୍ୱର୍ଣ୍ଣ, ରୌପ୍ୟ ଅଳଙ୍କାରରେ ଭୂଷିତ ହୋଇ ଚତୁର୍ଦ୍ଧା ମୂର୍ତ୍ତିରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି ।

ମା’ଙ୍କର ମୁଖ କାଞ୍ଚନବର୍ଣ୍ଣା ଥିବା ବେଳେ ଦକ୍ଷିଣ ହସ୍ତରେ ଜପାମାଳି ଓ ବାମହସ୍ତରେ ବେଦ ଧାରଣ କରିଛନ୍ତି । ବେଦ ହେଉଛି ସର୍ବ ଜ୍ଞାନର ଭଣ୍ଡାର । ସୂର୍ଯ୍ୟଦେବ ଆଲୋକ ବଳରେ ଅନ୍ଧକାର ଦୂରିଭୁତ କଲେ ମଧ୍ୟ ଅଜ୍ଞାନ ଅନ୍ଧାରକୁ ଦୂରିଭୁତ କରିପାରନ୍ତି ନାହିଁ । ମା’ଙ୍କୁ ଏହି ବେଦମାତା ବେଶଷର ଦର୍ଶନ କଲେ ଭକ୍ତର ଜ୍ଞାନଚକ୍ଷୁ ଉନ୍ମୁକ୍ତ ହେବା ସହ ଅଜ୍ଞାନ ଅନ୍ଧକାର ଦୂରିଭୁତ ହୋଇଥାଏ । ପୀଠରେ ସକାଳୁ ମଙ୍ଗଳ ଆଳତୀ, ଗୁରୁପୂଜା, ସୂର୍ଯ୍ୟପୂଜା, ପଞ୍ଚଦେବତା ପୂଜା କରାଯିବା ପରେ ମହାଯଜ୍ଞ ନିମନ୍ତେ ମାନସିକଧାରୀ ଭକ୍ତମାନେ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ପୂଣ୍ୟତୋୟା ପବିତ୍ର ସାଳନ୍ଦୀ ନଦୀର ଆହାରପଦା ଘାଟକୁ ପୂଜା କରାଯିବା ପରେ ମହାଯଜ୍ଞ ଶୁଭାରମ୍ଭ ହୋଇଥିଲା । ସପ୍ତ ମାତୃକାବେଶର ଦ୍ୱିତୀୟ ଦିନରେ ମା’ ମହାକାଳୀ ବେଶଷର ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ।

ପୁରାଣ ମତ ଅନୁସାରେ ମା’ ଭଦ୍ରକାଳୀ ଶଶନ୍ତିରୂପା । ସେ କୋଳରେ ବାଳଗୋପାଳଙ୍କ ବିଗ୍ରହ ଧାରଣ କରି ମାତୃଶକ୍ତ୍ିର ପରିଚୟ ଦେଇଛନ୍ତି । କିନ୍ତୁ ବର୍ଷର ଗୋଟିଏ ଦିନ ତଥା ସପ୍ତମାତୃକା ବେଦଶର ଦ୍ୱିତୀୟ ଦିନ ମା’ ଉଗ୍ରରୂପ ଧାରଣ କରିଥାନ୍ତି । ମହାକାଳୀ ବେଶଷର ମା’ଙ୍କର ମୁଖମଣ୍ଡଳ ଶ୍ରାମଳ ବର୍ଣ୍ଣ ଥିବା ବେଳେ ନାଳିପାଟ ବସ୍ତ୍ର ପରିଧାନ କରି ସ୍ୱର୍ଣ୍ଣରୌପ୍ୟ ଅଳଙ୍କାରରେ ଭୂଷିତ ହୋଇଛନ୍ତି । ଦକ୍ଷିଣ ହସ୍ତରେ ଖଡ୍ଗ ଡ଼ାରଣ କରିଥିବା ବେଳେ ରକ୍ତ ଜିହ୍ୱା, ମୁକ୍ତକେଶା, ମୁଣ୍ଡମାଳ ଧାରଣ କରି ଉଗ୍ରରୂପରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି । ମା’ଙ୍କର ଏହି ବେଶ ଦର୍ଶନ କରିବା ପାଇଁ ଆଜି ସକାଳ ଠାରୁ ରାତ୍ରୀ ପର୍ଯ୍ୟନ୍ତ ହଜାର ହଜାର ଭକ୍ତଙ୍କର ଭିଡ଼ ଲାଗିଥିଲା ।

ମହାକାଳୀ ବେଶଷର ମା’ଙ୍କୁ ଦର୍ଶନ କଲେ କାମ, କ୍ରୋଧ,ହିଂସା, ଗର୍ବ, ଅହଙ୍କାର ବିନାଶ ହୋଇଥାଏ । ଭକ୍ତଙ୍କୁ ଧର୍ମପଥକୁ ପଥ ଦେଖାଏ ବୋଲି ବିଶ୍ୱାସ ରହିଛି । ସପ୍ତମାତୃକା ବେଶର ତୃତୀୟ ଦିନରେ ମା’ ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେବେ ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ