Connect with us

ଆଞ୍ଚଳିକ

ପବିତ୍ର ଦୀପାବଳୀ ଉତ୍ସବରେ ଆଖଣ୍ଡଳମଣିଙ୍କ ମନ୍ଦିର ଚୂଡାକୁ ଉଠିଲା ମହାଦୀପ

ସାଙ୍କେତିକ

ଭଦ୍ରକ, ୨୮ ଅକ୍ଟୋବର – ପବିତ୍ର ଦୀପାବଳୀ ଉତ୍ସବ ପାଇଁ ଗତରବିବାର ରାଜ୍ୟର ପ୍ରସିଦ୍ଧ ଶୈବପୀଠର ଅଧିଷ୍ଠିତ ଆଖଣ୍ଡଳମଣିଙ୍କ ମନ୍ଦିର ହୋଇ ଉଠିଥିଲା ଚଳଚଞ୍ଚଳ । ଏପରିକି ଶହଶହ ବର୍ଷର ପରମ୍ପରା ଅନୁଯାୟୀ ରାତ୍ର ସାଢେନଅଟାରେ ମନ୍ଦିର ଚୂଡାକୁ ଉଠିଥିଲା ମହାଦୀପ । ଏଥିପାଇଁ ମନ୍ଦିରରେ ଦୈନଦିନ ନୀତିନୀର୍ଘଣ୍ଟର ସାମନ୍ୟ ପରିବର୍ତ୍ତନ କରାଯିବା ସହିତ ଦିନତମାମ ଚାଲିଥିଲା ସ୍ୱତନ୍ତ୍ର ନୀତିକାନ୍ତି ।

ଭୋର ୪ଟାରେ ମନ୍ଦିର ଦ୍ୱାରଫିଟା ଯିବା ମନ୍ଦିର ମାର୍ଜନା, ମଙ୍ଗଳଆଳତୀ, ମହାସ୍ନାନ, ଘର୍ଷଣଲାଗି ଆଦି ସମସ୍ତ ନୀତିକାନ୍ତି ଅନୁଷ୍ଠିତ ହେବା ସହିତ ଶ୍ରଦ୍ଧାଳୁମାନଙ୍କ ଦର୍ଶନ ଓ ଦୀପଦାନ ନିମନ୍ତେ ସକାଳ ୫ଟା ଠାରୁ ଅପରାହ୍ଣ ପର୍ଯ୍ୟନ୍ତ ସାହଣମେଲା କରାଯାଇଥିଲା । ମଧ୍ୟାହ୍ଣରେ ମଣିବାବାଙ୍କୁ ଯୋଗୀବେଶରେ ସଜ୍ଜିତ କରାଯାଇଥିବା ବେଳେ ଅପରାହ୍ଣ ୪ଟାରେ ଫୁଲ, ଚନ୍ଦନ ଓ ବିଭିନ୍ନ ଅଳଙ୍କାରରେ ଆଭୁଷଣ କରାଯାଇ ବଡସିଂହାର ବେଶରେ ସଜ୍ଜିତ କରାଯାଇଥିଲା ।

ସଂଧ୍ୟାରେ ମୁଖ୍ୟମନ୍ଦିର ସହ ପାଶ୍ୱର୍ ମନ୍ଦିର ଗୁଡିକୁ ଦୀପ ଆଲୋକରେ ସଜ୍ଜିତ କରାଯାଇଥିବା ବେଳେ ମାନସିକଧାରୀ ଭକ୍ତମାନେ ଶହଶହ ଦୀପ ଜାଳିଥିଲେ ମନ୍ଦିର ବେଢାରେ । ଏପରିକି ଦୀପାବଳୀ ନୀତି ନିମନ୍ତେ ରାତ୍ର ୮ଟାରେ ମହାଦୀପ ପ୍ରସ୍ତୁତି କରାଯାଇ ମଣିବାବାଙ୍କ ନିକଟରେ ଗୁପ୍ତ ଷୋଡଶରେ ଅଗ୍ନି ସଂଯୋଗ କରାଯିବା ପରେ ଜଗତ କଲ୍ୟାଣ ଉଦ୍ୟେଶରେ ସେବାୟତମାନେ ଘଣ୍ଟା, କିର୍ତ୍ତନ ଛତ୍ର ଆଲଟ ଦ୍ୱାରା ମହାଦୀପକୁ ମନ୍ଦିର ବେଢା ପ୍ରଦକ୍ଷଣ କରାଇବା ସହ ରାତ୍ର ସାଢେନଅଟାରେ ମନ୍ଦିର ଚୂଡାରେ ସ୍ଥାପନ କରିଥିଲେ ।

ଏହି ମହାନ ପରମ୍ପରା ଦୀପାବଳୀ ନୀତର ମହାଦୀପ ଦେଖିବା ପାଇଁ ରାଜ୍ୟର କୋଣ ଅନୁକୋଣରୁ ଅଗଣିତ ଭକ୍ତଙ୍କ ସମାଗମ ହୋଇଥିଲା ପୀଠରେ । ଏହାକୁ ଦୃଷ୍ଟିରେ ରଖି ଆରଡି ପୁଲିସ ପକ୍ଷରୁ ମନ୍ଦିର ଭିତରେ ଓ ବାହାରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ