Connect with us

ଓଡିଶା

ଇ-ଷ୍ଟାମ୍ପ ବିରୋଧରେ ତେଜିଲା ଷ୍ଟାମ୍ପ ଭେଣ୍ଡରଙ୍କ ଆନ୍ଦୋଳନ

ସାଙ୍କେତିକ

ଇ-ଷ୍ଟାମ୍ପ ବିରୋଧରେ ତେଜିଲା ଷ୍ଟାମ୍ପ ଭେଣ୍ଡରଙ୍କ ଆନ୍ଦୋଳନ
ଭୁବନେଶ୍ୱର, ୩୧ ଅକ୍ଟୋବର- ଇ-ଷ୍ଟାମ୍ପକୁ ବିରୋଧ କରି ଓଡ଼ିଶା ଷ୍ଟାମ୍ପ ଭେଣ୍ଡର ମହାସଂଘ ପକ୍ଷରୁ ଭୁବନେଶ୍ୱରରେ ଷ୍ଟାମ୍ପ ବିକ୍ରୀ ବନ୍ଦ କରାଯିବା ସହ ତହସିଲ ଓ ସବ୍ରେଜିଷ୍ଟାର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଆନ୍ଦୋଳନ କରାଯାଇଛି । ଏଥି ସହ ଇ-ଷ୍ଟାମ୍ପ କାର୍ଯ୍ୟାଳୟକୁ ତାଲା ପକାଯାଇଛି । ସରକାରଙ୍କ ଇ-ଷ୍ଟାମ୍ପ ପ୍ରତ୍ସୋହନ କମ୍ପାନୀ ପ୍ରୀତି ଯୋଗୁଁ ୩୦ଟି ଜିଲ୍ଲାର ୪ହଜାର ଷ୍ଟାମ୍ପ ଭେଣ୍ଡର ଗୁରୁରାଣ ହରାଇବେ ବୋଲି କୁହାଯାଇଛି ।
ମହାସଂଘ ପକ୍ଷରୁ କୁହାଯାଇଛି ଯେ, ପୂର୍ବରୁ ଷ୍ଟାମ୍ପ ଭେଣ୍ଡରଙ୍କୁ ସର୍ବାଧିକ ୫ଲକ୍ଷ ଟଙ୍କାର ପେପର କିଣାବିକା ପାଇଁ ସ୍ୱିକୃତୀ ରହିଥିଲା । ତେବେ ସରକାର ଇ-ଷ୍ଟାମ୍ପ ବିକ୍ରୀ ଲାଗୁ କରିବା ପରେ ଏକ ହଜାର ଟଙ୍କାରୁ ଉର୍ଦ୍ଧ ଟଙ୍କାରୁ ଇ-ଷ୍ଟାମ୍ପ ପ୍ରଚଳନ ହବ ଘୋଷଣା କରିଥିଲେ । ଏବେ ପୁଣି ଷ୍ଟାମ୍ପ ଭେଣ୍ଡର ମହାସଂଘ ସହ ଆଲୋଚନା ନକରି ସରକାର ଏକ ଟଙ୍କାରୁ ଉର୍ଦ୍ଧ ଷ୍ଟାମ୍ପ ବିକ୍ରୀ ପାଇଁ ଘୋଷଣା କରିବା ସହ ବିଭିନ୍ନ କାର୍ଯ୍ୟାଳୟରେ ବିକ୍ରୀ ଆରମ୍ଭ ହୋଇଛି । ଯାହା ଫଳରେ ୩୦ଟି ଜିଲ୍ଲାର ୪ହଜାର ଷ୍ଟାମ୍ପ ଗୁଜୁରାଣ ହରାଇବେ ।

ଆଜି ଭୁବନେଶ୍ୱର ସବ୍ ରେଜିଷ୍ଟାର କାର୍ଯ୍ୟାଳୟରେ ଏହାକୁ ବିରୋଧ କରି ଇ-ଷ୍ଟାମ୍ପ କାର୍ଯ୍ୟାଳକୁ ତାଲା ପକାଇବା ସହ କାର୍ଯ୍ୟ ବନ୍ଦ କରାଯିବା ସହ ରାଜଧାନୀରେ ସବ୍ ରେଜିଷ୍ଟାର କାର୍ଯ୍ୟାଳୟ ଆଗରେ ଶତାଧିକ ସଭ୍ୟ ମାନଙ୍କ ଦ୍ୱାରା ଆନ୍ଦୋଳନ ଓ ବିକ୍ଷୋଭ କରାଯାଇଛି । ଏହା ନେଇ ଜୁଡିସିଆଲ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଏଥିପାଇଁ ମହାସଂଘ ସରକାରଙ୍କୁ ଦାୟି କରିଛନ୍ତି ।

ଆସନ୍ତା ନଭେମ୍ବର ୩ତାରିଖରେ ଆଗାମୀ ଅନ୍ଦୋଳନ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା