Connect with us

ଦେଶ

ବିହାରରେ ‘କଂଗ୍ରେସ, ଆରଜେଡି,ଆରଏଲ୍ଏସ୍ପି ଓ ଏଚ୍ଏଏମ୍’ର ମହାମେଣ୍ଟ ଘୋଷଣା

ସାଙ୍କେତିକ

ବିହାରରେ ‘କଂଗ୍ରେସ, ଆରଜେଡି,ଆରଏଲ୍ଏସ୍ପି ଓ ଏଚ୍ଏଏମ୍’ର ମହାମେଣ୍ଟ ଘୋଷଣା
ପାଟନା,୨୦ା୧୨ : ବିହାରରେ ୨୦୧୯ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ, ଆରଜେଡି, ଆରଏଲ୍ଏସ୍ପି ଏବଂ ଏଚ୍ଏଏମ୍ ପକ୍ଷରୁ ଗୁରୁବାର ମହାମେଣ୍ଟ ଘୋଷଣା କରାଯାଇଛି । ଏହି ଅବସରରେ ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚା (ଏଚ୍ଏଏମ୍) ନେତା ଜିତନ ରାମ ମାଝୀ, ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ତେଜସ୍ୱୀ ଯାଦବ, କଂଗ୍ରେସ ନେତା ଅହମଦ ପଟେଲ ଏବଂ ଶକ୍ତିଶିନହା ଗୋହିଲ ଏବଂ ରାଷ୍ଟ୍ରୀୟ ଲୋକ ସମତା ଦଳ (ଆରଏଲଏସ୍ପି) ନେତା ଉପେନ୍ଦ୍ର ଖୁଶୱା ଉପସ୍ଥିତ ଥିଲେ । ବିଜେପି ନେତୃତ୍ୱାଧୀନ ଏନଡିଏ ସହ ସମ୍ପର୍କ ଛିନ୍ନ କରିବା ସହ କେନ୍ଦ୍ର ମନ୍ତ୍ରୀ ପଦରୁ ଇସ୍ତଫା ଦେବାର ଗୋଟିଏ ଦିନ ପରେ ଆରଏଲ୍ଏସ୍ପି ଅଧ୍ୟକ୍ଷ ଉପେନ୍ଦ୍ର କୁଶୱା କଂଗ୍ରେସ ନେତୃତ୍ୱାଧୀନ ମହାମେଣ୍ଟରେ ସାମିଲ ହୋଇଛନ୍ତି ।

କୁଶୱା କହିଛନ୍ତି ଯେ, ଏନଡିଏରେ ତାଙ୍କର ଅପମାନ ହେଉଥିଲା । ଏନଡିଏରେ ସାମିଲ ଜେଡିୟୁ ଅଧ୍ୟକ୍ଷ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ତାଙ୍କର ଅପମାନ କରିଥିଲେ । ହେଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବଂ ଆରଜେଡି ନେତା ଲାଲୁ ପ୍ରସାଦ ଯାଦବ ତାଙ୍କ ପ୍ରତି ଉଦାରତା ଦେଖାଇଥିଲେ । ତେଣୁ ସେ ଏନଡିଏ ତ୍ୟାଗ କରି ୟୁପିଏରେ ସାମିଲ ହେବାକୁ ନିଷ୍ପତ୍ତି ନେଇଥିଲେ । ଏବେ ସେ ମହାମେଣ୍ଟରେ ସାମିଲ ହୋଇଛନ୍ତି ।

ଆରଜେଡି ନେତା ତେଜସ୍ୱୀ ଯାଦବ କୁଶୱାହାଙ୍କ ମହାମେଣ୍ଟକୁ ସ୍ୱାଗତ କରିବା ସହ ପ୍ରଧାନମନ୍ଦ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି । ତେବେ ଦିଲ୍ଲୀଠାରେ ଆସନ ବଣ୍ଟା ନେଇ ଘୋଷଣା କରାଯିବ ବୋଲି କଂଗ୍ରେସ ବରିଷ୍ଠ ନେତା ଅହମଦ ପଟେଲ ସୂଚନା ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ