Connect with us

ଦେଶ

ବିବାହିତା ମହିଳା ବାପଘରେ ରହିପାରିବେ : ସୁପ୍ରିମକୋର୍ଟ l

ବିବାହିତା ମହିଳା ବାପଘରେ ରହିପାରିବେ : ସୁପ୍ରିମକୋର୍ଟ l

ବିବାହିତା ମହିଳା ବାପଘରେ ରହିପାରିବେ : ସୁପ୍ରିମକୋର୍ଟ l
ନୂଆଦିଲ୍ଲୀ,୨୮ା୮ : ବିବାହିତ ମହିଳାମାନେ ଚାହିଁଲେ ସେମାନଙ୍କ ପସନ୍ଦ ଅନୁଯାୟୀ ଶାଶୂଘର କିମ୍ବା ବାପଘରେ ରହିପାରିବେ । ସ୍ୱାମୀ ସହିତ କିମ୍ବା ଶାଶୂ ଘରେ ରହିବା ବାଧ୍ୟତାମୂଳକ ନୁହେଁ । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍ ଏ ଏମ୍ ଖାନୱିଲକର ଓ ଡି ୱାଇ ଚନ୍ଦ୍ରଚୂଡଙ୍କୁ ନେଇ ଗଠିତ ଖଣ୍ଡପୀଠ ଉପରୋକ୍ତ ରାୟ ଶୁଣାଇଛନ୍ତି । ଏଥିସହିତ ଏହି ମାମଲାରେ ତଳ କୋର୍ଟ ଦେଇଥିବା ଏକ ରାୟକୁ ସୁପ୍ରିମକୋର୍ଟର ଖଣ୍ଡପୀଠ ଖାରଜ କରିଛନ୍ତି ।

ମହମ୍ମଦ ଇବ୍ରାହିମ୍ ସିଦ୍ଦିକି ନାମକ ଜଣେ ଯୁବକ ଧର୍ମ ପରିବର୍ତ୍ତନ କରି ଆର୍ଯ୍ୟାନ୍ ଆର୍ଯ୍ୟା ନାମ ଧାରଣ କରିଥିଲେ । ଏହାପରେ ସେ ଛତିଶଗଡ଼ର ଜଣେ ଯୁବତୀଙ୍କୁ ବିବାହ କରିଥିଲେ । ଏକଥା ଜଣାପଡିବା ପରେ ମହିଳା ଜଣକ ନିଜ ବାପ ଘରେ ରହିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । କିନ୍ତୁ ତାଙ୍କୁ ଶାଶୂ ଘରେ ବା ନିଜ ପାଖରେ ରଖିବାକୁ ଆର୍ଯ୍ୟାନ୍ ବାଧ୍ୟ କରିଥିଲେ । ମହିଳା ଜଣକ ଏଥିରେ ରାଜି ନହେବାରୁ ଆର୍ଯ୍ୟାନ୍ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟଙ୍କ ରାୟ ଆର୍ଯ୍ୟାନଙ୍କ ସପକ୍ଷରେ ଯିବା ପରେ ମହିଳା ଜଣକ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଉକ୍ତ ମହିଳାଙ୍କୁ ବ୍ୟକ୍ତିଗତ ଜେରା କରିବା ପରେ ତାଙ୍କ ଯୁକ୍ତିରେ ସନ୍ତୁଷ୍ଟ ହୋଇ ଉପରୋକ୍ତ ରାୟ ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ