Connect with us

ଦେଶ

ଭୀମା କୋରେଗାଓଁ ହିଂସା ମାମଲା : ୨ ବାମପନ୍ଥୀ ନେତା ଗିରଫ l

ଭୀମା କୋରେଗାଓଁ ହିଂସା ମାମଲା : ୨ ବାମପନ୍ଥୀ ନେତା ଗିରଫ l

ଭୀମା କୋରେଗାଓଁ ହିଂସା ମାମଲା : ୨ ବାମପନ୍ଥୀ ନେତା ଗିରଫ l
ନୂଆଦିଲ୍ଲୀ/ମୁମ୍ବାଇ,୨୮ା୮ : ମହାରାଷ୍ଟ୍ର ଭୀମା କୋରେଗାଓଁ ହିଂସାକାଣ୍ଡ ମାମଲାରେ ପୁଣେ ପୋଲିସ ମଙ୍ଗଳବାର ଦୁଇଜଣ ସାମାଜିକ କର୍ମୀଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତିମାନେ ହେଲେ ହାଇଦରାବାଦର କବି ତଥା ବାମପନ୍ଥୀ କାର୍ଯ୍ୟକର୍ତ୍ତା ବାରବରା ରାଓ ଏବଂ ଛତିଶଗଡ଼ ଟ୍ରେଡ ୟୁନିଅନ ନେତା ସୁଧା ଭରଦ୍ୱାଜ ।

ଏହି ମାମଲାରେ ପୋଲିସ ମଙ୍ଗଳବାର ସକାଳୁ ମୁମ୍ବାଇ, ଦିଲ୍ଲୀ, ରାଞ୍ଚୀ, ଗୋଆ ଏବଂ ହାଇଦରାବାଦ ଭଳି ବିଭିନ୍ନ ସହରରେ ସାମାଜିକ କର୍ମୀଙ୍କ ଘରେ ଚଢ଼ାଉ କରିଥିଲେ । ପୁଣେ ପୋଲିସ ଦିଲ୍ଲୀରେ ମାନବାଧିକାରୀ କର୍ମୀ ତଥା ସାମ୍ବାଦିକ ଗୌତମ ନାଭଲାଖା, ଛତିଶଗଡ଼ ଶ୍ରମିକ ନେତା ସୁଧା ଭରଦ୍ୱାଜ, ହାଇଦ୍ରାବାଦରେ ଲେଖକ ତଥା ସାମାଜିକ କର୍ମୀ ପି.ବରବରା ରାଓ, ମୁମ୍ବାଇରେ ସାମାଜିକ କର୍ମୀ ଭେରନାନ ଗୋନସାଲଭେସ୍, ସୁଜେନ ଆବ୍ରାହମ, ସାମ୍ବାଦିକ କ୍ରାନ୍ତି ଟେକୁଲା ଏବଂ ଅରୁଣ ଫରେରା, ସାମାଜିକ କର୍ମୀ କାଦର ଷ୍ଟେନ୍ ସ୍ୱାମୀ, ଗୋଆରେ ସାମାଜିକ କର୍ମୀ ତଥା ଲେଖନ ଆନନ୍ତ ତେଲତୁମ୍ବଡେଙ୍କ ଘର ଉପରେ ଚଢ଼ାଉ କରି ଛାନଭିନ୍ କରିଥିଲା । ସେମାନଙ୍କ ମଧ୍ୟରୁ ୨ଜଣଙ୍କୁ ଗିରଫ କରାଯାଇଛି ଓ ୩ଜଣଙ୍କୁ ପୋଲିସ ହେପାଜତକୁ ନେଇଛି ।

ଏମାନେ ସହରାଞ୍ଚଳରେ ସକ୍ରିୟ ଥିବା ମାଓବାଦୀ ସଂଗଠନର କର୍ମକର୍ତ୍ତା ବୋଲି ପୋଲିସ କହିଛି ଓ ସେମାନଙ୍କ ସହ ମାଓବାଦୀଙ୍କ ସମ୍ପର୍କ ନେଇ ତଦନ୍ତ ଚାଲିଛି । ଉଲ୍ଲେଖଯୋଗ୍ୟ ଯେ, ୨୦୧୮ ଜାନୁଆରୀରେ ଭୀମା କୋରେଗାଓଁ ଯୁଦ୍ଧର ୨୦୦ ବର୍ଷପୂର୍ତ୍ତି ଅବସରରେ ସୃଷ୍ଟି ହିଂସାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ