Connect with us

ଓଡିଶା

ବିଧାନସଭାରେ ତେଲ ତାତି l

ବିଧାନସଭାରେ ତେଲ ତାତି l

ବିଧାନସଭାରେ ତେଲ ତାତି
ଭୁବନେଶ୍ୱର,୧୦ା୯: ପଂଚମ କାର୍ଯ୍ୟକାରୀ ଦିବସରେ ବିଧାନସଭା ଆରମ୍ଭରୁ ହିଁ ଉଭୟ ବିରୋଧୀ ଦଳ ପକ୍ଷରୁ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ହଟ୍ଟଗୋଳ ଜାରୀ ରଖିବା ଫଳରେ ଗୃହରେ ପ୍ରଶ୍ନୋତର କାର୍ଯ୍ୟକ୍ରମ ଓ ଶୂନ୍ୟକାଳ ହୋଇପାରିନଥିଲା । ଗୃହରେ ସୃଷ୍ଟ ଅଚଳାବସ୍ଥାକୁ ଏଡାଇବା ପାଇଁ ବାଚସ୍ପତି ଶ୍ରୀ ପ୍ରଦୀପ କୁମାର ଅମାତ୍ ପୂର୍ବାହ୍ନ ୧୦ଟା ୩୫ରୁ ମଙ୍ଗଳବାର ପୂର୍ବାହ୍ନ ୧୦ଟା ୩୦ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ । ହଟ୍ଟଗୋଳ ସମୟରେ ବିରୋଧୀ ଦଳ କଂଗ୍ରେସ ସଭ୍ୟମାନେ ଗୃହର ମଧ୍ୟ ଭାଗକୁ ଆସି ପେଟ୍ରୋଲ , ଡିଜେଲ ଓ ଇନ୍ଧନ ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ କେନ୍ଦ୍ର ସରକାର୍ ବିରୁଦ୍ଧରେ ନାରାବାଜି କରିଥିଲେବେଳେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିବାର ଦେଖା ଦେଇଥିଲା ।

ଅନ୍ୟପକ୍ଷରେ ବିଜେପି ସଭ୍ୟମାନେ ମଧ୍ୟ ଗୃହ ମଧ୍ୟ ଭାଗକୁ ଆସି ଡା. ଦାମୋଦର ରାଉତ ଉଠାଇଥିବା ଚାରା ଦୁର୍ନୀତି, ଓମଫେଡ୍ ପଲିଥିନ୍ ଓ ସମବାୟ ବିଭାଗରେ ଦୁର୍ନୀତି ଉପରେ ସିବିଆଇ ତଦନ୍ତ ଦାବି କରି ହୋହାଲ୍ଲା କରିଥିଲେ । କଂଗ୍ରେସ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ପୋଡିୟମ୍ ଉପରକୁ ଉଠି ମାଇକ୍ ଛଡାଇବା ଏବଂ ବିଜେପି ସଭ୍ୟ ରବି ନାଏକ ବାଚସ୍ପତିଙ୍କ ଉପରକୁ ମାଡିଗଲା ବେଳେ ଶ୍ରୀ ନାଏକ ଏବଂ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଠେଲାପେଲା ହେବାର ପରିଲକ୍ଷିତ ହୋଇଥିଲା । ଏହି ହଟ୍ଟଗୋଳ ବେଳେ ବାଚସ୍ପତି ପ୍ରଶ୍ନୋତର କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କର ଜମିଜମା ରେକର୍ଡରେ ଭୁଲ ଥିବା ହାଲ୍ ବନ୍ଦୋବସ୍ତର ବିବରଣୀ ସମ୍ପର୍କିତ ପ୍ରଶ୍ନର ଉତର ଦେବା ପାଇଁ ରାଜସ୍ୱ ମନ୍ତ୍ରୀଙ୍କୁ ଡାକିଥିଲେ । କିନ୍ତୁ ହଟ୍ଟଗୋଳ ଯୋଗୁଁ ସେ ଉତର ଦେଇପାରିନଥିଲେ । ପ୍ରଥମ ପ୍ରଶ୍ନ ଆଉଟ୍ ପୋଷ୍ଟକୁ ପୋଲିସ୍ ଷ୍ଟେସନ୍ କରିବା ନେଇ ବିଧାୟକ ଅନାମ ନାୟକଙ୍କ ପ୍ରଶ୍ନ ଥିଲା । ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତି ପାଇଁ ଏହା ଉପରେ ଆଲୋଚନା ହୋଇପାରିନଥିଲା । ହଟ୍ଟଗୋଳ ଆରମ୍ଭ ହେବାର ୪ ମିନିଟ୍ ୨ ସେକେଣ୍ଡ ପରେ ଗୃହକୁ ଆସିଥିଲେ ।

ମୁଖ୍ୟମନ୍ତ୍ରୀ ଗୃହରେ ପ୍ରବେଶ କରିବାବେଳେ ଉଭୟ ବିରୋଧୀ ଦଳ ସଦସ୍ୟମାନେ ହୋହାଲ୍ଲାକୁ ଯୋରଦାର କରିବାର ଦେଖାଯାଇଥିଲା । ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ସୋମବାର ଗୃହର ବୈଠକ ପୂର୍ବାହ୍ନ ୧୦ଟା ୩୦ରେ ଆରମ୍ଭ ହେବା ମାତ୍ରେ କଂଗ୍ରେସ ସଭ୍ୟ ଶ୍ରୀ ବାହିନୀପତିଙ୍କ ନେତୃତ୍ୱରେ ଦଳର ବିଧାୟକ ପ୍ରକାଶ ବେହେରା,ଅଂଶୁମାନ ମହାନ୍ତି, ଚନ୍ଦ୍ରଶେଖର ମାଝୀ ପ୍ରମୁଖ ଦରଦାମ ବୃଦ୍ଧି ନେଇ ହଟ୍ଟଗୋଳ ଆରମ୍ଭ କରିଥିଲେ । ପରେ ପରେ ବିଜେପି ବିଧାୟକ ପ୍ରଦୀପ ପୁରୋହିତ , ରବି ନାଏକ ଗୃହର ମଧ୍ୟ ଭାଗକୁ ପଳାଇ ଆସିଥିଲେ । ବାଚସ୍ପତି ଏଥିରୁ ନିବୃତ ରହିବା ପାଇଁ ସଭ୍ୟମାନଙ୍କୁ ବାରମ୍ବାର ଅନୁରୋଧ କରିଥିଲେ । ଏଥିରେ ବିଫଳ ହେବା ପରେ ବାଚସ୍ପତି ଶ୍ରୀ ଅମାତ୍ ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ।

ଅନ୍ୟପକ୍ଷରେ ଆଜି ଆଲୋଚନା ହେବାକୁ ଥିବା ସ୍ୱରାଷ୍ଟ୍ର ଏବଂ ସାଧାରଣ ପ୍ରଶାସନ ବିଭାଗର ସମୁଦାୟ ୩୯୦ କୋଟି ୨୬ ଲକ୍ଷ ୮ହଜାର ଟଙ୍କାର ପ୍ରଥମ ଅତିରିକ୍ତ ଖର୍ଚ୍ଚଦାବି ୧୨ ତାରିଖରେ ଗିଲୋଟିନ୍ ଦ୍ୱାରା ଗୃହୀତ ହେବ ବୋଲି ବାଚସ୍ପତି ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ହୋଇନପାରିବା ଏବଂ ଗିଲୋଟିନ୍ କୁ ଯିବା ବିଧାନସଭାରେ ପ୍ରଥମ ଘଟଣା । ସେହିପରି ମୁଖ୍ୟମନ୍ତ୍ରୀ ସାଧାରଣତଃ ଗୃହର ବୈଠକ ଆରମ୍ଭ ହେବାର ୨/୩ ମିନିଟି ପୂର୍ବରୁ ଆସିଥାନ୍ତି । ମାତ୍ର ଆଜି ସେଥିରେ ବ୍ୟତିକ୍ରମ ଦେଖାଯାଇଥିଲା । ମୁଖ୍ୟମନ୍ତ୍ରୀ ପ୍ରାୟ ୪ ମିନିଟ୍ ବିଳମ୍ବରେ ଗୃହକୁ ଆସିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା