Connect with us

ଓଡିଶା

ଓଏଏସ୍ ସ୍ତରରେ ଅଦଳବଦଳ l

ଓଏଏସ୍ ସ୍ତରରେ ଅଦଳବଦଳ l

ଓଏଏସ୍ ସ୍ତରରେ ଅଦଳବଦଳ
ଭୁବନେଶ୍ୱର,୧୦ା୯ : ସୋମବାର ରାଜ୍ୟ ପ୍ରଶାସନିକ ସ୍ତରରେ ମଧ୍ୟମ ଧରଣର ଅଦଳବଦଳ ହୋଇଛି । ୧୫ ଓଏଏସ୍ ଅଧିକାରୀଙ୍କ ବଦଳି କରିଛନ୍ତି ରାଜ୍ୟ ସରକାର । ଶ୍ରୀମନ୍ଦିରର ନୀତି ପ୍ରଶାସକ ପ୍ରଦୀପ୍ତ କୁମାର ଦାସଙ୍କ ବଦଳି କରାଯାଇ ତାଙ୍କୁ ଜଳ ସମ୍ପଦ ବିଭାଗର ଅତିରିକ୍ତ ସଚିବ ଭାବେ ଅବସ୍ଥାପିତ କରାଯାଇଛି । ତାଙ୍କ ଜାଗା ନେଇଛନ୍ତି ବିଶ୍ୱଜିତ୍ ବିଶ୍ୱାଳ ।

ସେହିପରି ରବୀନ୍ଦ୍ର ନାଥ ମିଶ୍ରଙ୍କୁ କଟକ ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ) ଉପାଧ୍ୟକ୍ଷ ଭାବେ ଅବସ୍ଥାପିତ କରାଯାଇଥିବା ବେଳେ ଭୁବନେଶ୍ୱର ମହାନଗର ନିଗମ ଡେପୁଟି କମିଶନର ଭାବେ ଦାୟିତ୍ୱ ନେବେ ପ୍ରମୋଦ ପୃଷ୍ଟି । ସୁକାନ୍ତ ତ୍ରିପାଠୀ ସମ୍ବଲପୁର ଡିଆରଡିଏର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ ହୋଇଛନ୍ତି । ସେହିପରି ବିଶ୍ୱମୋହନ ରାୟ ଏବେ କ୍ଷୁଦ୍ର ଶିଳ୍ପ ନିଗମର ଏମଡି ଭାବେ ଦାୟିତ୍ୱ ତୁଲାଇବେ ।

ନାରାୟଣ ମୁର୍ମୁ କୋରାପୁଟର ଅତିରିକ୍ତ ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଥିଲା ବେଳେ ଜ୍ୟୋତିଶଙ୍କର ମହାପାତ୍ର ନିଯୁକ୍ତି ଉପନିର୍ଦ୍ଦେଶକ, ତରଣୀସେନ ନାୟକଙ୍କୁ ବନ ବିକାଶ ନିଗମର ଜେନେରାଲ ମ୍ୟାନେଜର ଭାବେ ଅବସ୍ଥାପିତ କରାଯାଇଛି । ଏହିପରି ଅନ୍ୟ କେତେକ ଅଧିକାରୀଙ୍କ ମଧ୍ୟ ବଦଳି କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା