Connect with us

ଓଡିଶା

ବିଧାନସଭାକୁ ଆସୁ ନାହାନ୍ତି ମନ୍ତ୍ରୀ ଓ ବିଧାୟକ

ସାଙ୍କେତିକ

ବିଧାନସଭାକୁ ଆସୁ ନାହାନ୍ତି ମନ୍ତ୍ରୀ ଓ ବିଧାୟକ
ଭୁବନେଶ୍ୱର, ୧୭ ଜୁଲାଇ – ବିଧାନସଭାରେ ପ୍ରଶ୍ନୋତର କାର୍ଯ୍ୟକାଳରେ ୬ ଜଣ ଶାସକ ଓ ବିରୋଧ ଦଳ ବିଧାୟକ/ବିଧାୟିକାମାନେ ଅନୁପସ୍ଥିତ ରହିଥିବାରୁ ସେମାନଙ୍କ ପ୍ରଶ୍ନର ଆଲୋଚନା ହୋଇପାରିନଥିଲା । ଅନୁପସ୍ଥିତ ଥିବା ସଭ୍ୟମାନେ ହେଲେ ସଂଜୀବ ମଲ୍ଲିକ , ପ୍ରଶାନ୍ତ ଜଗଦ୍ଦେବ, ରମେଶ ଚନ୍ଦ୍ର ବେହେରା , କୁସୁମ ଟେଟେ , ସୁଧୀର ସାମଲ ଓ ପ୍ରଶାନ୍ତ କୁମାର ମୁଦୁଲି । ଅନ୍ୟପକ୍ଷରେ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଉଚ୍ଚଶିକ୍ଷା ତଥା କୃଷି ମନ୍ତ୍ରୀ ଅରୁଣ ସାହୁ , ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ଅନୁପସ୍ଥିତିରେ ଗୃହରେ ଉତର ରଖିଥିଲେ । ପଦ୍ମନାଭ ବେହେରା ମଧ୍ୟ ମନ୍ତ୍ରୀ ସମୀର ଦାସଙ୍କ ପାଇଁ ଉତର ଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା