Connect with us

ଓଡିଶା

ବିଦ୍ଧିବଦ୍ଧ ଭାବେ ସାମିଲ ହେଲେ ଅପରାଜିତା ଷଡଙ୍ଗୀ

ସାଙ୍କେତିକ ଚିତ୍ର

ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ବିଜେପିରେ ବିଦ୍ଧିବଦ୍ଧ ଭାବେ ସାମିଲ ହେଲେ ପୂର୍ବତନ ପ୍ରଶାସନିକ ଅଧିକାରୀ ଅପରାଜିତା ଷଡଙ୍ଗୀ
* ଶ୍ରୀମତୀ ଷଡଙ୍ଗୀଙ୍କୁ ଦଳରେ ସ୍ୱାଗତ କରିବା ସହ ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ
* ରାଜନୀତି ହେଉଛି ଲୋକ ସେବାର ବହୁତ ବଡ ମାଧ୍ୟମ : ଅପରାଜିତା ଷଡଙ୍ଗୀ
* ଆଗାମୀ ଦିନରେ ଦଳ ପାଇଁ ଶ୍ରୀମତୀ ଷଡଙ୍ଗୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବେ : ବସନ୍ତ ପଣ୍ଡା
ଭୁବନେଶ୍ୱର,ତା.୨୭/୧୧: ପୂର୍ବତନ ପ୍ରଶାସନିକ ଅଧିକାରୀ ଶ୍ରୀମତୀ ଅପରାଜିତା ଷଡଙ୍ଗୀ ଆଜି ବିଦ୍ଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ଶ୍ରମୀତୀ ଷଡଙ୍ଗୀ ଦଳରେ ସାମିଲ ହୋଇ ପ୍ରାଥମିକ ସଦସ୍ୟତା ଗ୍ରହଣ କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ଶ୍ରୀମତୀ ଷଡଙ୍ଗୀ ସାମିଲ ହୋଇଛନ୍ତି । ଦଳରେ ଯୋଗ ଦେବା ପରେ ଶ୍ରୀମତୀ ଷଡଙ୍ଗୀ କହିଛନ୍ତି ଯେ, ବିଜେପିରେ ଯୋଗ ଦେବା ଗୋଟିଏ ବିଚାର ସମ୍ମତ ନିଷ୍ପତି ।

ଦଳର ଆଭିମୁଖ୍ୟ, ବିଚାରଧାରା ଏବଂ ନେତାଙ୍କୁ ଦେଖି ମୁଁ ଦଳରେ ମିଶିଛି । ବହୁ ଲୋକଙ୍କ ସହ ପରାମର୍ଶ କରି ବିଜେପିରେ ଯୋଗ ଦେଇଛି ବୋଲି ଶ୍ରୀମତୀ ଷଡଙ୍ଗୀ କହିଛନ୍ତି । ଶ୍ରୀମତୀ ଷଡଙ୍ଗୀ କହିଛନ୍ତି ଯେ, ରାଜନୀତି ହେଉଛି ଲୋକ ସେବାର ବହୁତ ବଡ ମାଧ୍ୟମ । ଓଡିଶାର ବିଭିନ୍ନ କୋଣ ଅନୁକୋଣରେ କାର୍ଯ୍ୟ କରିଛି । କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟ କରିବା ସମୟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟଶୈଳୀକୁ ଅତି ନିକଟରୁ ଦେଖିଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶ ପ୍ରତି ଅଙ୍ଗିକାରବଦ୍ଧତା, କଠିନ ପରିଶ୍ରମ କରିବାର କ୍ଷମତା, ଦୃଢ ଇଛା ଶକ୍ତି, କଠିନ ପରିଶ୍ରମ ଦେଖି ଦଳରେ ସାମିଲ ହୋଇଛି । ଏହା ସହ ଦଳର ଗତିଶୀଳ ପ୍ରଗତି ଏବଂ ବିକାଶ କେନ୍ଦ୍ରୀୟ ବିଚାରଧାର ସହ ମୋ ଚିନ୍ତାଧାରା ମିଶୁଛି ବୋଲି ଶ୍ରୀମତି ଷଡଙ୍ଗୀ କହିବା ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହା, ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କୃତଜ୍ଞତା ଜଣାଇଛନ୍ତି । ବିଜେପି ଦଳ ହେଉଛି ସୁଯୋଗ୍ୟ ଲୋକମାନଙ୍କ ରାଜନୈତିକ ସଙ୍ଗଠନ ।

ପ୍ରଧାନମନ୍ତ୍ରୀଙ୍କ ଉପରେ ଆସ୍ଥା ଏବଂ ବିଶ୍ୱାସ ପ୍ରକଟ କରି ଆଜି ଶ୍ରୀମତୀ ଷଡଙ୍ଗୀ ଦଳରେ ସାମିଲ ହୋଇଛନ୍ତି । ଶ୍ରୀମତି ଷଡଙ୍ଗୀ ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳ ରହି ସୂଚାରୁରୂପେ କାର୍ଯ୍ୟ କରିଛନ୍ତି ଏବଂ ଆଗାମୀ ଦିନରେ ଦଳ ପାଇଁ ଶ୍ରୀମତୀ ଷଡଙ୍ଗୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବେ ବୋଲି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି । କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ, ଶ୍ରୀମତୀ ଷଡଙ୍ଗୀଙ୍କୁ ଦଳରେ ସ୍ୱାଗତ କରିବା ସହ ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀମତି ଷଡଙ୍ଗୀ ବିଜେପିରେ ସାମିଲ ହେବା ଯୋଗୁଁ ରାଜ୍ୟରେ ଏକ ବଡ ପ୍ରଭାବ ପଡିବା ସହ ଦଳ ଆହୁରି ମଜବୁତ୍ ହେବ ବୋଲି ଶ୍ରୀ ଓରାମ କହିଛନ୍ତି । ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ଭାବେ ଶ୍ରୀମତୀ ଷଡଙ୍ଗୀ ବେଶ୍ ଜଣାଶୁଣା । ଶ୍ରୀମତୀ ଷଡଙ୍ଗୀ ଅନେକ ବିଭାଗରେ ସଂସ୍କାର ଆଣିଛନ୍ତି ।

ବିଏମସି କମିଶନର ଥିବାବେଳେ ସେ ଭୁବନେଶ୍ୱରର ସୌନ୍ଦର୍ଯ୍ୟକରଣକୁ ନେଇ ଅନେକ କାର୍ଯ୍ୟ ହାତକୁ ନେଇଥିଲେ । ପୂର୍ବରୁ ସେ ରାଜ୍ୟ ବୟନ ଶିଳ୍ପ ଏବଂ ଗଣଶିକ୍ଷା ସଚିବ ଭାବେ କାର୍ଯ୍ୟ କରିବା ସହ କେନ୍ଦ୍ରରେ ଗ୍ରାମୀଣ ବିକାଶ ସଚିବ ଭାବେ କାର୍ଯ୍ୟରତ ଥିଲେ । ଏହି ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ବସନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ପ୍ରଭାରୀ ତଥା ସାଧାରଣ ସଂପାଦକ ଅରୁଣ ସିଂହ, ରାଜ୍ୟ ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ଏବଂ ଭୁବନେଶ୍ୱର ଜିଲ୍ଲା ସଭାପତି ହରେକୃଷ୍ଣ ଖୁଟିଂଆ ପ୍ରମୁଖ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା