Connect with us

ତର୍କ ବିତର୍କ

ବିଜେପି ,ବିଜେଡି ଓ କଂଗ୍ରେସ ମଧ୍ୟରେ ତୁ ..ତୁ…ମୁଁ…ମୁଁ..

ବିଜେପି ,ବିଜେଡି ଓ କଂଗ୍ରେସ ମଧ୍ୟରେ ତୁ ..ତୁ...ମୁଁ...ମୁଁ..

ଭୁବନେଶ୍ୱର : ରାଜ୍ୟସଭା ଉପାଧ୍ୟକ୍ଷ ପଦବି ନିମନ୍ତେ ଏନ୍‌ଡିଏ ପ୍ରାର୍ଥୀଙ୍କୁ ବିଜେଡିର ସମର୍ଥନ ଏବଂ ନରେନ୍ଦ୍ର ମୋଦୀଙ୍କ ଧନ୍ୟବାଦ ପ୍ରଦାନ ପ୍ରସଙ୍ଗରେ ଦ୍ୱିତୀୟ ଦିନରେ ମଧ୍ୟ କଂଗ୍ରେସ ପ୍ରତିକ୍ରିୟା ପ୍ରକାଶ କରିଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଟ୍ଵିଟର ଯୋଗେ ନବୀନଙ୍କୁ କଟାକ୍ଷ କରି ନରେନ୍ଦ୍ର ମୋଦୀ ତାଙ୍କର ‘ଭଲ ବନ୍ଧୁ’ ବୋଲି ଅଭିହିତ କରିଛନ୍ତିି। ।

ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି ଯେ ଗୋଟିଏ ପଟେ ବିଜେଡିକୁ ସମର୍ଥନ ମାଗୁଛନ୍ତିି, ଅନ୍ୟ ପଟେ ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ଗର୍ଜୁଛନ୍ତିି। ଏଭଳି ପରିସ୍ଥିତିରେ ଲୋକେ ବିଜେପିକୁ ଆଉ ବିଶ୍ୱାସକୁ ନେବେନି। ଏ ନେଇ ଉଭୟ ବିଜେଡି ଓ ବିଜେପି ଲୋକଙ୍କୁ ଜବାବ ଦେବା ଦରକାର। ଅନ୍ୟଥା ଲୋକେ ଦ୍ୱନ୍ଦ୍ୱରେ ରହିବେ l ଏହାଦ୍ୱାରା ବିଜେପି ନିଜେ ନିଜର କ୍ଷତି କରିଛି ବୋଲି କହିଛନ୍ତି l

ବିଜେଡି ଜବାବ ଦେଇ କହିଛିଯେ , ଉଭୟ ବିଜେପି ଓ କଂଗ୍ରେସ ସହିତ ବିଜେଡି ସମଦୂରତା ବଜାୟ ରଖିଚି । ବିଜେଡି ମୁଖପାତ୍ର ଡ. ସସ୍ମିତ ପାତ୍ର କହିଛନ୍ତି ଯେ ରାଜ୍ୟସଭା ଉପାଧ୍ୟକ୍ଷ ପଦ ଏକ ସାମ୍ବିଧାନିକ ପଦବି ହୋଇଥିବାରୁ ବିଜେଡି ଆଶା କରିଥିଲା ଯେ ସଂସଦୀୟ ଗଣତନ୍ତ୍ର ପରମ୍ପରା ଅନୁଯାୟୀ ଜଣେ ପ୍ରାର୍ଥୀ ସେହି ପଦ ପାଇଁ ମନୋନୀତ ହେବେ। ତେବେ ନିର୍ବାଚନ ହେବାରୁ ବିଜେଡି ଆଦର୍ଶଗତ ସମନ୍ଵୟତା କାରଣରୁ ଜେଡିୟୁକୁ ସମର୍ଥନ କରିଥିଲା। ବିଜେପି ଓ କଂଗ୍ରେସଠାରୁ ବିଜେଡି ପୂର୍ବଭଳି ସମଦୂରତା ରକ୍ଷା କରିଛି, ଆଗକୁ ମଧ୍ୟ ଜାରି ରଖିବ।

Click to comment

Leave a Reply

Your email address will not be published. Required fields are marked *

More in ତର୍କ ବିତର୍କ