Connect with us

ଆମ ଖବର

ମୃତାହତ ପରିବାର ସୁରକ୍ଷିତ ସ୍ଥାନକୁ ଯିବାକୁ ମନା କରିଥିଲେ : ଏସଆରସି

ସାଙ୍କେତିକ ଚିତ୍ର

ମୃତାହତ ପରିବାର ସୁରକ୍ଷିତ ସ୍ଥାନକୁ ଯିବାକୁ ମନା କରିଥିଲେ : ଏସଆରସି
ଭୁବନେଶ୍ୱର,୧୪ା୧୦ : ଗଜପତି ଜିଲ୍ଲାର ଗଙ୍ଗବାଡ ପଂଚାୟତର ବାରଘରରେ ୫ଟି ପରିବାର ବାସ କରୁଥିଲେ । ବାତ୍ୟା ପୂର୍ବଦିନ ସରକାରୀ ଅଧିକାରୀ ଯାଇ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରିଥିଲେ । ୬୮ ଟି ପରିବାରକୁ ସ୍ଥାନାନ୍ତର କରାଯାଇଥିଲା , କିନ୍ତୁ ୭ଟି ପରିବାର ସ୍ଥାନାନ୍ତର ହେବାକୁ ରାଜି ନଥିଲେ । ସେହି ୭ ପରିବାରର ସଦସ୍ୟ ଏକ ଗୁମ୍ଫାରେ ଆଶ୍ରୟ ନେଇଥିବା ବେଳେ ପାହାଡ ଧସିବାରୁ ସେମାନଙ୍କ ମୃତ୍ୟୁ ଘଟିଥିଲା । ସେହି ୭ ପରିବାରକୁ ୪ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ମିଳିବ ବୋଲି ଏସଆରସି ବିଷ୍ଣୁପଦ ସେଠୀ କହିଛନ୍ତି ।

ସେ କହିଛନ୍ତି ଯେ ଏପର୍ଯ୍ୟନ୍ତ ୧୬ ଜଣଙ୍କ ମଧ୍ୟରୁ ୧୫ ଜଣଙ୍କ ମୃତଦେହ ମିଳିଛି । ପୂର୍ବରୁ ୧୩ ଜଣଙ୍କ ମୃତଦେହ ମିଳିଥିବା ବେଳେ ରବିବାର ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଏବେ ବି ୩ ଜଣ ନିଖୋଜ ଅଛନ୍ତି । ତେବେ ମୃତଦେହ ଗୁଡିକୁ ଚିହ୍ନଟ କରାଯାଇପାରୁନାହିଁ । ଶବ ବ୍ୟବଚ୍ଚେଦ ରିପୋର୍ଟକୁ ଅପକ୍ଷୋ କରାଯାଇଛି । ସେହିପରି ନିଖୋଜଙ୍କୁ ଖୋଜିବା ପାଇଁ ପ୍ରଶାସନର ଉଦ୍ୟମ ଜାରି ରହିଛି ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ ଯେ ବର୍ଷା ବିତ୍ପତିରୁ ରକ୍ଷା ପାଇବା ପାଇଁ ମହେନ୍ଦ୍ରଗିରି ପାହାଡ଼ ପାଦ ଦେଶରେ ରହୁଥିବା ପ୍ରାୟ ୧୬ ଜଣ ଲୋକ ପାହାଡ଼ ଉପରେ ଥିବା ଏକ ଗୁମ୍ଫାରେ ଅ ।ଶ୍ରୟ ନେଇଥିଲେ । ହେଲେ ହଠାତ୍ ପାହାଡ଼ ଧସିବା ଅ।ରମ୍ଭ କରିଥିଲା । ଏଥିରେ ୧୩ ଜଣ ପ୍ରାଣ ହରାଇଛନ୍ତି ଓ ୩ ଜଣଙ୍କ ପତା ମିଳୁନାହିଁ ।

Click to comment

Leave a Reply

Your email address will not be published. Required fields are marked *

More in ଆମ ଖବର