Connect with us

ଓଡିଶା

ବିଜେଡି ସଂଗଠନରେ ଆଂଶିକ ପରିବର୍ତନ l

ବିଜେଡି ସଂଗଠନରେ ଆଂଶିକ ପରିବର୍ତନ l

ଭୁବନେଶ୍ୱର :- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡି ସାଂଗଠନିକ ପଦବିରେ କିଛି ପରିବର୍ତ୍ତନ କରାଯାଇଛି । ଅଶୋକ ପଣ୍ଡାଙ୍କୁ ଭୁବନେଶ୍ୱର ସାଙ୍ଗଠନିକ ଜିଲା ସଭାପତି ଦାୟିତ୍ୱ ଦିଆଯାଇଥିବା ବେଳେ ପ୍ରଶାନ୍ତ ମୁଦୁଲିଙ୍କୁ ଜଗତ୍‌ସିଂହପୁର ଜିଲା କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ଦିଆଯାଇଛି ।

ନୂତନ ବିଜ୍ଞପ୍ତି ଅନୁଯାୟୀ ରାଜ୍ୟସଭା ଏମ୍‌ପି ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ କୋରାପୁଟ ଜିଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଥିବାବେଳେ ପ୍ରତାପ ଜେନାଙ୍କୁ ଜଗତ୍‌ସିଂହପୁର ଏବଂ ଅନୁଗୋଳ ଜିଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ ତୁଲାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବିଜୟ ନାୟକଙ୍କୁ ଢେଙ୍କାନାଳ ଜିଲାର ସହ ପର୍ଯ୍ୟବେକ୍ଷକ ଓ ନୃସିଂହ ସାହୁଙ୍କୁ ଦଳର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଛି ।

ଏହାସହ ପ୍ରଫୁଲ୍ଲ ମଲ୍ଲିକଙ୍କୁ ଢେଙ୍କାନାଳ ଜିଲା ସଭାପତି ଭାବେ କାର୍ଯ୍ୟଭାର ଦେବାନେଇ ଦଳର ବରିଷ୍ଠ ନେତା ପ୍ରଶାନ୍ତ ନନ୍ଦ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏ ସମ୍ପର୍କିତ ଏକ ପ୍ରେସ୍‌ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା