Connect with us

ଅପରାଧ

ବିପୁଳ ପରିମାଣର ଗଂଜେଇ, ବ୍ରାଉନ ସୁଗାର ଓ ଚୋରା ମଦ ଧରାପଡ଼ିଲା l

ବିପୁଳ ପରିମାଣର ଗଂଜେଇ, ବ୍ରାଉନ ସୁଗାର ଓ ଚୋରା ମଦ ଧରାପଡ଼ିଲା l

ଭୁବନେଶ୍ୱର /କଟକ :- ଅବକାରୀ ବିଭାଗର ଫ୍ଲାୟିଙ୍ଗ ସ୍ବାର୍ଡ କୁ ଏକ ବିଶେଷ ଧରଣର ସଫଳତା ମିଳିଛି l ଭୁବନେଶ୍ୱର, ଖୋର୍ଦ୍ଧା ଓ କଟକ ଅଂଚଳରୁ ବିପୁଳ ପରିମାଣର ଗଂଜେଇ ଓ ବ୍ରାଉନ ସୁଗାର ଧରାପଡ଼ିଚି l ପୋଲିସ 100 ଗ୍ରାମ ବ୍ରାଉନ ସୁଗାର ,800 କିଲୋଗ୍ରାମ ଗଂଜେଇ ଓ 150 ଲିଟର ଚୋରା ମଦ ଜବତ କରିଛି l

ଚଢ଼ାଉରେ ଧରାପଡିଥିବା ବ୍ୟକ୍ତି ମାନଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି lଅଭିଯୁକ୍ତମାନେ ହେଲେ ଅଭୟ ଚରଣ ସାହୁ (45) ଖୋର୍ଦ୍ଧା ,ସନ୍ତୋଷ କୁମାର ପାଣ୍ଡବ (33) ଚାଉଳିଆଗଞ୍ଜ .କଟକ ଏବଂ ହଳଦୀପଡିଆ ଭୁବନେଶ୍ୱରରୁ ଜଣେ ମହିଳା l ଉକ୍ତ ମହିଳାଙ୍କ ଠାରୁ 20 ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଧରାଯାଇଛି l

ଅଭିଯୁକ୍ତ ମାନଙ୍କ ଉପରେ ପି ଏସ ଆକଟ ବଳରେ କେଶ କରାଯାଇ କୋର୍ଟ ଚାଲାଣ କରାଯାଉଛି l ଏହି ଚଢ଼ାଉ ଅବକାରୀ କମିଶନର ଦେବେନ୍ଦ୍ର ମହାପାତ୍ରଙ୍କ ନିର୍ଦେଶରେ କରାଯାଇଥିଲା l

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ