Connect with us

ଅପରାଧ

ନାବାଳକ ମାମୁଁ ନାବାଳିକା ଭାଣିଜୀକୁ କଲା ଧର୍ଷଣ : ନାବାଳିକା ଗୁରୁତର l

ନାବାଳକ ମାମୁଁ ନାବାଳିକା ଭାଣିଜୀକୁ କଲା ଧର୍ଷଣ : ନାବାଳିକା ଗୁରୁତର l

ନାବାଳକ ମାମୁଁ ନାବାଳିକା ଭାଣିଜୀକୁ କଲା ଧର୍ଷଣ : ନାବାଳିକା ଗୁରୁତର l
ଭୁବନେଶ୍ୱର:- ନାବାଳକ ମାମୁଁ ନାବାଳିକା ଭାଣିଜୀକୁ ଧର୍ଷଣ କରିବାରୁ ଧର୍ଷିତା ନାବାଳିକା ଗୁରୁତର ଅବସ୍ଥାରେ କଟକ ବଡ ଡାକ୍ତରଖାନା ରେ ନିଜ ଜୀବନ ପାଇଁ ସଂଗ୍ରାମ କରୁଛି l ସବୁଠୁ ଆଶ୍ଚର୍ଯ୍ୟର କଥାହେଲା ଧର୍ଷଣକାରି ଓ ଧର୍ଷିତା ଦୁଇଜଣ ଯାକ ପ୍ରାପ୍ତବୟସ୍କ ନୁହନ୍ତି l ଧର୍ଷିତା ର ବୟସ ମାତ୍ର 6 ବର୍ଷ ହୋଇଥିବା ବେଳେ ଧର୍ଷଣ କାରିର ବୟସ 14 l ବର୍ତମାନ ସମାଜ କେଉଁଆଡକୁ ଗତି କରୁଛି ? ଆମ୍ଭମାନଙ୍କ ଉତ୍ତର ଦାୟିତ୍ୱ କଣ ?

ଘଟଣାଟି ତିନି ଦିନ ତଳର ହୋଇଥିଲେ ହେଁ ଲୋକଲୋଚନକୁ ଆସିପାରିଛି l ରାଜଧାନୀ ଭୁବନେଶ୍ୱରରେ ଏକ ପୁରାତନ ବସ୍ତି ମହିଷଖାଲ ନାମରେ ବିଜେବି ନଗର ଅଂଚଳରେ ଅବସ୍ଥିତ l ସେହି ବସ୍ତି ର ଝିଅ ଲଷ୍ମୀସାଗର ଅଂଚଳ ଶବର ସାହି ରେ ବିବାହ କରି ରହି ଆସୁଥିଲେ l ତାଙ୍କର ଏକ ଝିଅ ଅଛି l ବାପା ଓ ମା କାମକୁ ଯାଇଥିବା ବେଳେ ଘରେ କେହି ନଥିବାର ସୁଯୋଗନେଇ ମାମୁଁ ଏହି କୁକର୍ମ କରିଥିଲା l ଅତ୍ୟଧିକ ରକ୍ତ ସ୍ରାବ ଓ ଯୋଗୁଁ ଧର୍ଷିତାକୁ ଡାକ୍ତରଖାନାକୁ ନେଇଯାଇଥିଲେ l ବର୍ତମାନ ଧର୍ଷିତା ଆଇସିୟୁରେ ରହି ଚିକିତ୍ସିତ ହେଉଛନ୍ତି l ତାଙ୍କୁ ଏକ ୮ ଜଣିଆ ଡାକ୍ତରୀ ଦଳ ଚିକିତ୍ସା କରୁଛନ୍ତି l
ଦୋଷୀକୁ ଗିରଫ ଦାବିରେ ସ୍ଥାନୀୟ ଅଂଚଳର ଜନସାଧାରଣ ଲଷ୍ମୀସାଗର ଥାନା ଘେରାଓ କରିଥିଲେ l ପରେ ପରେ ପୋଲିସ ଅଭିଯୁକ୍ତ ନାବାଳକ କୁ ଗିରଫ କରି ଖୋର୍ଦ୍ଧା ସ୍ଥିତ ଜୁଭେନାଲ ଜଷ୍ଟିସ କୋର୍ଟ ରେ ପେଶ କରିବାପାଇଁ ପ୍ରସ୍ତୁତି ଚଳାଇଛି l ସ୍ଥାନୀୟ ଅଂଚଳର ବାସିନ୍ଦା ଘଟଣାଟିକୁ ନେଇ ସ୍ତବ୍ଧ ହୋଇଯାଇଥିବା ବେଳେ ସହରରେ ଏହା ଚର୍ଚାର ଖୋରାକ ଯୋଗାଇଛି l ଅନ୍ୟପକ୍ଷରେ ଏହି ନାବାଳିକା ଦୁଷ୍କର୍ମ ଘଟଣାକୁ ନେଇ କଂଗ୍ରେସ, ବିଜେପି ଓ ମହିଳା ସାଂସ୍କୃତିକ ସଂଗଠନ ପକ୍ଷରୁ ପ୍ରତିବାଦ କରାଯାଇଛି।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ