Connect with us

ଓଡିଶା

ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ପ୍ରାର୍ଥୀପତ୍ର ଦାଖଲ

ସାଙ୍କେତିକ

ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ପ୍ରାର୍ଥୀପତ୍ର ଦାଖଲ
କେନ୍ଦ୍ରାପଡ଼ା, ୩୦ ଏପ୍ରିଲ – ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ଦଳ ପକ୍ଷରୁ ସାବିତ୍ରୀ ଅଗ୍ରୱାଲ ମଙ୍ଗଳବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପୂର୍ବରୁ ପ୍ରାର୍ଥୀଥିବା ବିଧାୟକ ବେଦପ୍ରକାଶ ଅଗ୍ରୱାଲାଙ୍କ ପରଲୋକ ଯୋଗୁ ଏହି ବିଧାନସଭା କ୍ଷେତ୍ର ପାଇଁ ଭୋଟ୍ ଗ୍ରହଣ ବନ୍ଦ ରହିଥିଲା । ମଙ୍ଗଳବାର ସାବିତ୍ରୀ ବହୁ ସଂଖ୍ୟକ ଦଳୀୟ ସମର୍ଥକଙ୍କ ଗହଣରେ ଆସି ପାଟକୁରା ପାଇଁ ରିଟର୍ଣ୍ଣି ଅଫିସର ତଥା ଉପଜିଲ୍ଲାପାଳ ସଂଜୟ ମିଶ୍ରଙ୍କ ନିକଟରେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ସୂଚନାଯୋଗ୍ୟ ସାଧାରଣ ନିର୍ବାଚନ ପାଇଁ ସୋମବାର ଦିନ ୪ର୍ଥ ଓ ଓଡିଶାର ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ ସରିଯାଇଛି । କେନ୍ଦ୍ରାପଡା ଲୋକସଭା ମଣ୍ଡଳୀ ଅନ୍ତର୍ଗତ ପାଟକୁରା ନିର୍ବାଚନ ମଣ୍ଡଳୀରେ ବିଜେଡିରୁ ପ୍ରାର୍ଥୀ ହୋଇଥିବା ବେଦ ପ୍ରକାଶ ଅଗ୍ରୱାଲାଙ୍କ ଗତ ୨୦ ତାରିଖରେ ଦେହାନ୍ତ ଯୋଗୁ ଏହି ନିର୍ବାଚନ ସ୍ଥଗିତ ରହିଥିଲା । ଜିଲ୍ଲା ରିଟର୍ଣ୍ଣିଂ ଅଫିସର ତଥା ଉପଜିଲ୍ଲାପାଳ ସଞ୍ଜୟ କୁମାର ମିଶ୍ରଙ୍କ ସୁପାରିଶ କ୍ରମେ ଆସନ୍ତା ମେ ୧୯ ତାରିଖରେ ପାଟକୁରା ବିଧାନସଭା ପାଇଁ ନିର୍ବାଚନ ତାରିଖ ମୁଖ୍ୟ ନିର୍ବାଚନ କମିଶନର ଗତ ୨୪ ତାରିଖରେ ବିଜ୍ଞପ୍ତି ପ୍ରକାଶ କରିଥିଲେ । ବହୁ ଚର୍ଚ୍ଚିତ ଏହି ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡିର ପ୍ରାର୍ଥୀ ବେଦପ୍ରକାଶଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲାଙ୍କୁ ଦଳୀୟ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ସନ୍ଧ୍ୟାରେ ପ୍ରାର୍ଥୀ ଭାବେ ଘୋଷଣ କରିଥିଲେ ।
ତେବେ ମଙ୍ଗଳବାର ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲା ଏହି ନିର୍ବାଚନ ମଣ୍ଡଳୀ ପାଇଁ ନିଜର ନାମାଙ୍କନ ପତ୍ର ଜିଲ୍ଲା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ଦାଖଲ କରିଛନ୍ତି ।

ନାମାଙ୍କନ ପତ୍ର ଦାଖଲ ସମୟରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବ, ବେଦପ୍ରକାଶଙ୍କ ପୁଅ ସଂଜୟ ଅଗ୍ରୱାଲା ଓ ଝିଅ ମଧୁମତୀ ଅଗ୍ରୱାଲାଙ୍କ ସମେତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମାନସ କୁମାର ପରିଡା, ରାଜ୍ୟ ଯୁବ ବିଜେଡି ସାଧାରଣ ସଂପାଦକ ରାଜେଶ ଦାସ, ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ ପଣ୍ଡା ପ୍ରମୁଖ ବହୁ ଦଳୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା