Connect with us

ଓଡିଶା

ପୁରୀ ,ଖୋର୍ଦ୍ଧା ,କଟକ ,ଢେଙ୍କାନାଳ ,ଯାଜପୁର, ଜଗତସିଂହପୁର,କେନ୍ଦ୍ରାପଡା ,ଭଦ୍ରଖ ,ବାଲେଶ୍ୱର,ମୟୁରଭଞ୍ଜ ଜିଲ୍ଲା ଗୁଡିକୁ ଛାରଖାର କରିଦେଇପାରେ !

IMD

ତାଣ୍ଡବ ରଚାଇପାରେ ‘ଫନି’;
1.୧୭ ଜିଲ୍ଲା ପାଇଁ ରେର୍ଡ ଆଲର୍ଟ
2. ସମ୍ଭବତଃ ଏହା ୩ ତାରିଖ ଦିନ ଗୋପାଳପୁର ନିକଟରେ ସକାଳ ସାଢ଼େ ୯ଟାରେ ଉପକୂଳ ଛୁଇଁପାରେ ।

ଭୁବନେଶ୍ବର: ଗତକାଲି ଘଣ୍ଟାପ୍ରତି ୧୧ କିମି ବେଗରେ ଆସୁଥିବା‌ ‘ଫନି’ ଆଜି କ୍ଷୀପ୍ରଗତିରେ ଘଣ୍ଟାପ୍ରତି ୧୬ କିମି ବେଗରେ ଉତ୍ତର ପଶ୍ଚିମ ଦିଗକୁ ଅଗ୍ରସର ହେଉଛି । ବର୍ତମାନ ସୁଦ୍ଧା ବାତ୍ୟା ପୁରୀଠାରୁ כ୨୦, ଆନ୍ଧ୍ରପ୍ରଦେଶର ବିଶାଖାପାଟନମ୍‌ଠାରୁ ୪୯୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି। ବୁଧବାର ରାତି ଭିତରେ ଏହା ଅତି ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହୋଇ ଉତ୍ତର ପଶ୍ଚିମ ଦିଗରେ ଆଗକୁ ବଢ଼ିବ। ଗୁରୁବାର ମଧ୍ୟାହ୍ନ ରେ ବାତ୍ୟା ଓଡ଼ିଶା ଆଡ଼କୁ ମାଡ଼ି ଆସିପରେ ।

ଭାରତର ପାଣିପାଗ ବିଜ୍ଞାନ କନ୍ଦ୍ର ପୂର୍ବାନୁମାନ କରିଛି, ୩ ତାରିଖ ଅପରାହ୍ନ ‌ବେଳକୁ ଗୋପାଳପୁର ଓ ଚାନ୍ଦବାଲି ମଧ୍ୟରେ ପୁରୀର ଦକ୍ଷିଣ ପାର୍ଶ୍ବକୁ ଛୁଇଁବ । ଉପକୂଳ‌ରେ ପହଞ୍ଚିଲା ବେଳକୁ ପବନର ବେଗ ଘଣ୍ଟାପ୍ରତି ୧୭୫ରୁ ୧୮୫ କିମି ରହିବ । ବେଳେବେଳେ ପବନର ବେଗ ୨୦୫ କିମି ଛୁଇଁପାରେ । ହେଲେ ଆମେରିକାର ଜଏଣ୍ଟ ଟାଇଫୁନ୍ ଵାର୍ଣ୍ଣିଂ ସେଣ୍ଟର ପୂର୍ବାନୁମାନ ( ରାତି ୮ଟା) କରିଛି, ବାତ୍ୟା ଅତି ଭୀଷଣ ରୂପ ନେଇ ଆଗକୁ ବଢୁଛି। ଏହା ଉପକୂଳରେ ନ ଯାଇ ଟିକିଏ ଦୂରରେ ସ୍ଥଳଭାଗରେ ଯିବ। ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଉଦୟଗିରିରେ ସ୍ଥଳ ଭାଗ ଛୁଇଁବ, ଯତେବେଳ ପବନର ବଗ ଘଣ୍ଟା ପ୍ରତି ୧୮୫ କିେଲାମିଟର ଓ ସ୍ଥଳ ବିେଶଷରେ ୨୧୦ କିଲୋମିଟର ରହିଥିବ। ଏହା ପରେ ଖାର୍ଧା ଜିଲ୍ଲାର ଭୁବନେଶ୍ବର, କଟକର ବାଙ୍କୀ, ଢେଙ୍କାନାଳ, ଯାଜପୁର, ମୟୂରଭଂଜ ଦେଇ ପଶ୍ଚିମବଙ୍ଗ ଛୁଇଁବ । ବାତ୍ୟାର ଏଭଳି ଭୟାନକ ଚିତ୍ର ସାମ୍ନାକୁ ଆସିବା ପରେ ରାଜ୍ୟ ସରକାର ୩ ଓ ୪ ତାରିଖ ପାଇଁ ଓଡ଼ିଶାର ୧୭ ଜିଲ୍ଲାରେ ରେର୍ଡ ଆଲର୍ଟ ଜାରି କରିଛନ୍ତି।
କୁହାଯାଇଛି ‌ଯେ ଗଜପତି, ଗଞ୍ଜାମ, ପୁରୀ, ଖୋର୍ଧା, ନୟାଗଡ଼, କଟକ, ଜଗତ୍‌ସିଂହପୁର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ବାଲେଶ୍ବର, କନ୍ଧମାଳ, ରାୟଗଡ଼ା, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ଅର୍ଥା‌ତ୍‌ ୧୨୦ରୁ ୧୮୦ ମିମି ବର୍ଷା ହୋଇପାରେ । ପୁରୀ, ଖୋର୍ଧା, କଟକ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ବର ଓ ମୟୂରଭଞ୍ଜରେ ୨୦୦ ମିମିରୁ ଅଧିକ ବର୍ଷା ହେବାର ଆକଳନ କରାଯାଇଛି । ବୌଦ୍ଧ, କଳାହାଣ୍ଡି, ସମ୍ବଲପୁର, ଦେବଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାରେ ବି ପ୍ରବଳ ବର୍ଷା ସମ୍ଭାବନାକୁ ଏଡ଼ାଇ ଦେଇହେବ ନାହିଁ ।
ଏବେ ସୁଦ୍ଧା ଆକଳନ କରାଯାଉଛି ଯେ ସମୁଦ୍ର ଜୁଆରର ଉଚ୍ଚତା‌ ଦେଢ଼ ମିଟର ରହିବ। ତାହାକୁ ଦୃଷ୍ଟିରେ ରଖି ସମସ୍ତ ବନ୍ଦରରେ ଦୁଇ ନମ୍ବର ବିପଦ ସଙ୍କେତ ଜାରି ହୋଇଛି। ଏଥିସହ ଗଞ୍ଜାମ, ଗଜପତି, ଖୋର୍ଧା, ପୁରୀ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, ବାଲେଶ୍ବର ଜିଲ୍ଲାରେ ବ୍ୟାପକ କ୍ଷତି ହେବାର ଆକଳନ କରାଯାଇଛି। ଘର ଭାଙ୍ଗିବା ସହ ବିଦ୍ୟୁତ୍‌ ସରବରାହ ବ୍ୟାହତ ହୋଇପାରେ। ରାସ୍ତାଘାଟ ବିଚ୍ଛିନ୍ନ ହେବା ସହ ବ୍ୟାପକ ଫସଲ ନଷ୍ଟ, ରେଳ ଚଳାଚଳ ପ୍ରଭାବିତ ହବାର ଆଶଙ୍କା ରହିଛି । ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା