Connect with us

ଓଡିଶା

ଦୀପାବଳୀ ବାଣ ଫୁଟାଇବା ନେଇ କମିଶନରେଟ୍ ପୋଲିସ୍ ର ପରାମର୍ଶ

ସାଙ୍କେତିକ

ଦୀପାବଳୀ ବାଣ ଫୁଟାଇବା ନେଇ କମିଶନରେଟ୍ ପୋଲିସ୍ ର ପରାମର୍ଶ
ଭୁବନେଶ୍ୱର, ୨୬ ଅକ୍ଟୋବର – ଦୀପାବଳୀ ଦିନ ବାଣ ଫୁଟାଇବା ବେଳେ ସତର୍କତା ଅବଲମ୍ବନ କରିବାକୁ ଜନସାଧାରଣଙ୍କୁ କମିଶନରେଟ୍ ପୋଲିସ୍ ପକ୍ଷରୁ ପରାମର୍ଶ ଦିଆଯାଇଛି । ଏନେଇ କମିଶନରେଟ୍ ପୋଲିସ୍ ପକ୍ଷରୁ ଆଡଭାଇଜରୀ ଜାରୀ କରାଯାଇଛି ।
ପୋଲିସ୍ କମିଶନର ସୁଧାଂଶୁ ଷଡଙ୍ଗୀ କହିଛନ୍ତି ଯେ ରାତି ୮ ଟାରୁ ୧୦ ଟା ମଧ୍ୟରେ ବାଣ ଫୁଟାଯିବ । ଲାଇସେନ୍ସ ପ୍ରାପ୍ତ ବାଣ ଦୋକାନୀଙ୍କ ଠାରୁ ବାଣ କିଣିବା , ଛୋଟ ପିଲାମାନଙ୍କୁ ଏକାକୀ ବାଣ ଫୁଟାଇବାକୁ ନଦେବା , ଦୁର୍ଘଟଣା ଘଟିଲେ ପୋଲିସ୍ ଏବଂ ଅଗ୍ନଶମକୁ ଜଣାଇବାକୁ ପରାମର୍ଶ ଦେଇଛନ୍ତି । ୧୨୫ ଡେସିବେଲରୁ ଅଧିକ ଶବ୍ଦଯୁକ୍ତ ବାଣ ନଫୁଟାଇବାକୁ ସେ କହିଛନ୍ତି ।
ଆଡଭାଇଜରୀରେ କୁହଯାଇଛି ଯେ ରେଶମ ଓ ପଶମ ପୋଷାକ ପିନ୍ଧି ବାଣ ଫୁଟାନ୍ତୁନାହିଁ । ଜନବସତି ଠାରୁ ଦୂରରେ ଖୋଲା ପଡିଆରେ ବାଣ ଫୁଟାନ୍ତୁ । ଚାଇନା ବାଣ ମାଳ ଫୁଟାଇବା ସମ୍ପୂର୍ଣ୍ଣ ନିଷେଧ । ବାଣ ଫୁଟାଇବା ସମୟରେ ଫାଷ୍ଟ ଏଡ୍ ବକ୍ସ ପାଖରେ ରଖିବା ଉଚିତ୍ । ବାଣ ଫୁଟାଇସାରିବା ପରେ ଅବଶେଷ ଗୁଡିକୁ ପାଣିରେ ବୁଡାଇଦେବା ଉଚିତ୍ । ନିଷେଧ ସ୍ଥାନ ଯଥା ହସ୍ପିଟାଲ , ଶିକ୍ଷାନୁଷ୍ଠାନ , କୋର୍ଟ ,ଧାର୍ମିକ ସ୍ଥାନ ଏବଂ ଘୋଷିତ ନୀରବ ଅଂଚଳ ଗୁଡିକରେ ବାଣ ଫୁଟାନ୍ତୁ ନାହିଁ । ନିରୀହ ପଶୁଙ୍କ ଉପରେ ଆତସବାଜୀର ପ୍ରୟୋଗ କରନ୍ତୁ ନାହିଁ ।
ଏହାଛଡା ଜରୁରୀ ପରିସ୍ଥିତିରେ ପୋଲିସ୍ କଂଟ୍ରୋଲ ରୁମ୍ (୧୦୦) କିମ୍ବା ଦମକଳ କେନ୍ଦ୍ର (୧୦୧) କୁ ସହାୟତା ପାଇଁ ଫୋନ୍ କରିବାକୁ ଆଡଭାଇଜରୀରେ କୁହାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା