Connect with us

ଓଡିଶା

ବିଜେଡିରେ ନୂତନ କର୍ମକର୍ତା ନିଯୁକ୍ତ

ସାଙ୍କେତିକ

ବିଜେଡିରେ ନୂତନ କର୍ମକର୍ତା ନିଯୁକ୍ତ
ଭୁବନେଶ୍ୱର, ୦୧ ଏପ୍ରିଲ – ବିଜୁ ଜନତା ଦଳ ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ସଂଗଠନ ଓ ପ୍ରଚାରକୁ ଅଧିକ କ୍ରିୟାଶୀଳ କରିବା ପାଇଁ ନୂତନ କର୍ମକର୍ତାଙ୍କୁ ନିଯୁକ୍ତି ଦେଇଛନ୍ତି । ଏହିକ୍ରମରେ ପୂର୍ବତନ ବିଧାୟକ ଶ୍ରୀ ଅନୁପ ସାଏଙ୍କୁ ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଦଳର ପ୍ରଚାର କମିଟି ଅଧ୍ୟକ୍ଷ ଓ ଶ୍ରୀମତୀ ରୀତା ସାହୁଙ୍କୁ ସହ ଅଧ୍ୟକ୍ଷା ରୂପେ ନିଯୁକ୍ତ କରିଛନ୍ତି ।

ସେହିପରି ଶ୍ରୀ ଅନାମ ନାଏକଙ୍କୁ ଲୋଇସିଂହା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସହ ପର୍ଯ୍ୟବେକ୍ଷକ, ଶ୍ରୀ ବଳଭଦ୍ର ମାଝୀଙ୍କୁ ବିଷମ କଟକ ଓ ତଳସରା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସହ ପର୍ଯ୍ୟବେକ୍ଷକ, ଶ୍ରୀ କାଳୀପ୍ରସାଦ ମିଶ୍ରଙ୍କୁ ବିଜୁ କୃଷକ ଜନତା ଦଳ ରାଜ୍ୟ ଉପ-ସଭାପତି, ଶ୍ରୀ ସିଦ୍ଧାର୍ଥ ପଣ୍ଡାଙ୍କୁ ଛତ୍ରପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସହ ପର୍ଯ୍ୟବେକ୍ଷକ, ସୁଶ୍ରୀ ରୀତା ଶତପଥୀଙ୍କୁ ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରଚାର କମିଟିର ସଦସ୍ୟା, ଶ୍ରୀ ପ୍ରଭାତ ଆଦିତ୍ୟ ମିଶ୍ରଙ୍କୁ ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରଚାର କମିଟିର ସଂଯୋଜକ, ଶ୍ରୀ ରବି ସାମଲ ଓ ଅନୁପ ପାତ୍ରଙ୍କୁ ବିଜୁ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ, ଶ୍ରୀ ବଳରାମ ସିଂହ ଯାଦବଙ୍କୁ ବିଜେଡି ରାଜ୍ୟ ସମ୍ପାଦକ, ଶ୍ରୀ ଭୀଷ୍ମ ସରାଫଙ୍କୁ ବିଜେଡି ରାଜ୍ୟ ସମ୍ପାଦକ ସହିତ ବିଜେପୁର ପାଇଁ ପ୍ରଚାର କମିଟି ସଦ୍ୟସ୍ୟ , ଶ୍ରୀ ହଂସରାଜ ଜୈନଙ୍କୁ ରାଜ୍ୟ ସମ୍ପାଦକ, ଶ୍ରୀ ଉଦ୍ଧବ ବେହେରାଙ୍କୁ ରାଜ୍ୟ ସମ୍ପାଦକ, ଶ୍ରୀ ଋଷିକୁମାର ପଟେଲଙ୍କୁ ବିଜୁ କୃଷକ ଜନତା ଦଳ ଉପ-ସଭାପତି, ଶ୍ରୀ ପ୍ରବୀର କୁମାର ମହାନ୍ତିଙ୍କୁ ବିଜୁ ଜନତା ଦଳ ମୁଖପାତ୍ର, ଶ୍ରୀ ଆଶିଷ କୁମାର ସାହୁଙ୍କୁ ବିଜେଡି ରାଜ୍ୟ ସମ୍ପାଦକ, ଶ୍ରୀ ଯୋଗେନ୍ଦ୍ର ସ୍ୱାଇଁଙ୍କୁ ବିଜେପୁର ନିର୍ବାଚନ ମଣ୍ଡଳୀ ପାଇଁ ସହ ପର୍ଯ୍ୟବେକ୍ଷକ, ଶ୍ରୀ ପ୍ରଫୁଲ୍ଲ ପାଙ୍ଗୀଙ୍କୁ କୋରାପୁଟ ଜିଲ୍ଲା କାର୍ଯ୍ୟକାରୀ ସଭାପତି, ଶ୍ରୀ ପ୍ରବୋଧ ରଥଙ୍କୁ କଳାହାଣ୍ଡି ଜିଲ୍ଲା କାର୍ଯ୍ୟକାରୀ ସଭାପତି, ଶ୍ରୀ ହରେକୃଷ୍ଣ ଷଡ଼ଙ୍ଗୀଙ୍କୁ ନର୍ଲା ଓ ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ପାଇଁ ସହ-ପର୍ଯ୍ୟବେକ୍ଷକ, ଶ୍ରୀ ସୁଦୀପ୍ତ ରାୟଙ୍କୁ କଂଟାବାଞ୍ଜି ନିର୍ବାଚନ ମଣ୍ଡଳୀ ପାଇଁ ସହ- ପର୍ଯ୍ୟବେକ୍ଷକ, ଶ୍ରୀ କେଶବ ବେଦବାଗଙ୍କୁ ଖରିଆର ଓ ନୂଆପଡ଼ା ନିର୍ବାଚନ ମଣ୍ଡଳୀ ପାଇଁ ସହ ପର୍ଯ୍ୟବେକ୍ଷକ, ଶ୍ରୀ ରାମଚନ୍ଦ୍ର ପଣ୍ଡାଙ୍କୁ ମୁଖପାତ୍ର ଏବଂ କନ୍ଧମାଳ ଜିଲ୍ଲା ସହ-ପର୍ଯ୍ୟବେକ୍ଷକ, ଶ୍ରୀ ଅଶୋକ କୁମାର ଦାସଙ୍କୁ ନୂଆପଡ଼ା ସହ ପର୍ଯ୍ୟବେକ୍ଷକ, ଶ୍ରୀ ଜଗନ୍ନାଥ ସ୍ୱାଇଁଙ୍କୁ ଭଦ୍ରକ ଜିଲ୍ଲା ବିଜେଡି ସଭାପତି, ଏମଡି ଏସ୍.କେ. ଇନାୟତ(ଚନ୍ଦନ)ଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ସଂଖ୍ୟାଲଘୁ ସେଲର ସଭାପତି, ଶ୍ରୀ ଉମାନାଥ ସାମନ୍ତରାୟଙ୍କୁ ବିଜୁ କୃଷକ ଜନତା ଦଳ ରାଜ୍ୟ ସମ୍ପାଦକ, ଶ୍ରୀ ସୁନୀଲ ଷଡ଼ଙ୍ଗୀଙ୍କୁ ବିଜୁ ଛାତ୍ର ଜନତା ଦଳ ରାଜ୍ୟ କାର୍ଯ୍ୟକାରୀ ସଭାପତି, ଶ୍ରୀ ଶାରଦା ପ୍ରସନ୍ନ ମହାନ୍ତି(ବାପି)ଙ୍କୁ ବିଜୁ ଛାତ୍ର ଜନତା ଦଳ ରାଜ୍ୟ ଉପ-ସଭାପତି, ଶ୍ରୀ ଦେବାଶିଷ କୁବେରଙ୍କୁ ବିଜୁ ଯୁବ ଜନତା ଦଳ ରାଜ୍ୟ ସମ୍ପାଦକ, ଶ୍ରୀ ଦେବଦାସ ମହାନ୍ତିଙ୍କୁ ବିଜେଡି କେନ୍ଦ୍ରାପଡ଼ା ଜିଲ୍ଲା ମେଡ଼ିଆ ସଂଯୋଜକ, ଶ୍ରୀ ସୁଜିତ ବଳଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପାଦକ, ଶ୍ରୀ କୃଷ୍ଣଚନ୍ଦ୍ର ଦାସଙ୍କୁ ବିଜେଡି ରାଜ୍ୟ ସମ୍ପାଦକ, ଶ୍ରୀ ସୁଶୀଲ ଶବରଙ୍କୁ ଅନୁସୂଚିତ ଜନଜାତି ସେଲର ରାଜ୍ୟ ସାଧାରଣ ସମ୍ପାଦକ ଏବଂ ଶ୍ରୀ ସୁବିଧ ରଣାଙ୍କୁ ଓବିସି ସେଲ ରାଜ୍ୟ ସମ୍ପାଦକ ଭାବେ ସଭାପତି ଶ୍ରୀ ପଟ୍ଟନାୟକ ନିଯୁକ୍ତି ଦେଇଛନ୍ତି ବୋଲି ରାଜ୍ୟ ସମ୍ପାଦକ ବିଜୟ ନାୟକ ଏକ ପ୍ରେସ୍ ଇସ୍ତାହାରରେ ଜଣାଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା