Connect with us

ଅପରାଧ

ଧାମରାରେ ୨୦ଘଂଟା ପରେ ଉଠିଲା ଶବ

ସାଙ୍କେତିକ

ଧାମରାରେ ୨୦ଘଂଟା ପରେ ଉଠିଲା ଶବ
ଧାମରା-ବାସୁଦେବପୁର ରାଜପଥରେ ଯାତାୟତ ସ୍ୱାଭାବିକ
ଭଦ୍ରକ, ୧ ଏପ୍ରିଲ – ଗତକାଲି ରାତି ୮ଟା ସମୟରେ ଧାମରା ବନ୍ଦର ମଧ୍ୟରେ ହୋଇଥିବା ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ବଳଭଦ୍ରପ୍ରସାଦ ଗ୍ରାମର କାର୍ତିକ ଭୂୟାଁ ପ୍ରାଣ ହରାଇଥିଲେ । ସେ ଡ୍ୟୁଟି ସାରି ସାଇକେଲ ଯୋଗେ ଘରକୁ ଫେରୁଥିବା ସମୟରେ ଧାମରା ବନ୍ଦରର ଏକ ଓଡ-ି୦୧-ଭି୬୭୦୧ ଗାଡି କାର୍ତିକଙ୍କୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ କାର୍ତିକ ପ୍ରାଣ ହରାଇଥିଲେ । ପରେ ବନ୍ଦର କର୍ତୁପକ୍ଷ କାର୍ତିକଙ୍କ ପରିବାରକୁ ନ ଜଣାଇ ଏକ ପ୍ରାଇଭେଟ ଆମ୍ବୁଲାନ୍ସରେ ଭଦ୍ରକ ପୋଷ୍ଟମର୍ଟମ କରିବା ପାଇଁ ନେଉଥିବା ସମୟରେ କାର୍ତିକଙ୍କ ପରିବାର ଏବଂ ଗ୍ରାମବାସୀ ଖବର ପାଇ ସଂପୃକ୍ତ ଆମ୍ବୁଲାନ୍ସକୁ ବଳଭଦ୍ରପ୍ରସାଦ ଛକ ଠାରେ ଅଟକାଇଥିଲେ । କେଉଁ ପରିସ୍ଥିତିରେ କାର୍ତିକଙ୍କ ପରିବାରକୁ ନ ଜଣାଇ ଶବକୁ ପୋଷ୍ଟମର୍ଟମ କରିବାକୁ ନେଉଛନ୍ତି ବୋଲି ପଚାରିବାରୁ ଧାମରା ବନ୍ଦର କର୍ତୁପକ୍ଷ ଏବଂ ଆମ୍ବୁଲାନ୍ସ ଚାଳକ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ । ଏହି କଥାରେ ଉତ୍ୟକ୍ତ ଗ୍ରାମବାସୀ ରାତି ୮ଟା ଠାରୁ ଧାମରା -ବାସୁଦେବପୁର ରାସ୍ତାକୁ ଅବରୋଧ କରି ରଖିଥିଲେ । ଘଟଣାସ୍ଥଳରେ ଧାମରା ମେରାଇନ ଥାନାଧିକାରୀ,ବାଂଶଡା ଥାନାଧିକାରୀ ଏବଂ ଧାମରା ମେରାଇନ ଥାନାଧିକାରୀ ପହଂଚି ଉତ୍ୟକ୍ତ ଗ୍ରାମବାସୀ ମାନଙ୍କୁ ବୁଝାଶୁଝା କରିବା ପରେ ମଧ୍ୟ କିଛି ଫଳ ମିଳି ନଥିଲା । ମଧ୍ୟ ରାତିରେ ଚାନ୍ଦବାଲି ଏସଡିପିଓ ଓ ଚାନ୍ଦବାଲି ତହସିଲଦାର ଆସି ସଂପୃକ୍ତ ଗ୍ରାମବାସୀଙ୍କୁ ବୁଝାଶୁଝା କରିଥିବା ବେଳେ ଗ୍ରାମବାସୀ ମାନେ ୨୦ଲକ୍ଷ ଟଙ୍କା କ୍ଷତିପୂରଣ ପାଇଁ ଦାବୀ କରିବା ସହ ମାସିକ ୧୦ହଜାର କାର୍ତିକଙ୍କ ବିଧବା ପତ୍ନୀକୁ ଦେବା ପାଇଁ କହିଥିଲେ । ଗତକାଲି ଏହି କଥା ସମାଧାନ ହୋଇ ପାରି ନଥିଲା । ଉତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇ ଥିିବା ଗାଡି ଚାଳକ ଏବଂ ମାଲିକ ଙ୍କୁ ଘଟଣା ସ୍ଥଳକୁ ଆସିବା ପାଇଁ ଦାବୀ କରିଥିଲେ । ମାତ୍ର ଧାମରା ବନ୍ଦର କର୍ତୁପକ୍ଷ ଏହି କଥାକୁ ସରଳ ସମାଧାନ କରିବାକୁ ଚାହୁଁ ନଥିଲେ କି କୌଣସି କ୍ଷତିପୂରଣ ଦେବାକୁ ଚାହୁଁ ନଥିଲେ ବୋଲି ସଂପୃକ୍ତ ଗ୍ରାମବାସୀ ତହସିଲଦାରଙ୍କ ପାଖରେ ଅଭିଯୋଗ କରିଥିଲେ । ଆଜି ଅପରାହ୍ଣ ୪.୧୫ ମିନଟରେ ଧାମରା ବନ୍ଦର କର୍ତୁପକ୍ଷ ସଂପୃକ୍ତ ଗାଡିର ମାଲିକ ବିଞାନ ରାୟକୁ ଡାକି ତୁରନ୍ତ ଏହି କଥାର ସମାଧାନ କରିବାକୁ କହିଥିଲେ । ପରେ ସଂପୃକ୍ତ ଠିକାଦାର କାର୍ତିକଙ୍କ ପରିବାରକୁ ୩ଲକ୍ଷ ଟଙ୍କା କ୍ଷତିପୂରଣ ଦେବେ ବୋଲି ଚୁକ୍ତିପତ୍ର କରିବା ସହ ଧାମରା ବନ୍ଦର କର୍ତୁପକ୍ଷ କାର୍ତିକଙ୍କ ବିଧବା ପତ୍ନୀକୁ ମାସିକ ୭ହଜାର ଟଙ୍କା ଦେବେ ବୋଲି ମଧ୍ୟ ଚୁକ୍ତି ହୋଇଥିଲା । କାର୍ତିକଙ୍କ ୩ମାସର ଝିଅ ସାବାଳିକା ହେବା ପର୍ଯ୍ୟନ୍ତ ମାସିକ ୭ହଜାର ଟଙ୍କା ଭରଣପୋଷଣ ଦିଆଯିବ ବୋଲି ବନ୍ଦର କର୍ତୁପକ୍ଷ ରାଜି ହୋଇଥିଲେ । କାର୍ତିକଙ୍କ ଅନ୍ତେଷ୍ଟିକ୍ରିୟା ପାଇଁ ରେଡକ୍ରସରୁ ୧୦ହଜାର ଟଙ୍କା କ୍ଷତି ପୂରଣ ଦିଆଯାଇଥିଲା । ପରେ ଏହି ଚୁକ୍ତିନାମା ପରେ ବଳଭଦ୍ରପ୍ରସାଦ ଗ୍ରାମବାସୀ ରାସ୍ତା ଅବରୋଧରୁ ହଟିଥିଲେ । ଏବଂ ଧାମରା-ବାସୁଦେବପୁର ରାସ୍ତା ରେ ଯାତାୟତ ସ୍ୱାଭାବିକ ହୋଇଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ