Connect with us

ଓଡିଶା

ଏକ ଲୋକସଭା ଏବଂ ନଅ ବିଧାନସଭାରେ ବିଜେଡି ପ୍ରାର୍ଥୀ ଘୋଷଣା

ସାଙ୍କେତିକ

ଏକ ଲୋକସଭା ଏବଂ ନଅ ବିଧାନସଭାରେ ବିଜେଡି ପ୍ରାର୍ଥୀ ଘୋଷଣା
ଅର୍ଥମନ୍ତ୍ରୀ ଏବଂ ଦେବାଶିଷ ନାୟକଙ୍କ ଟିକେଟ୍ କଟିଲା
ଭୁବନେଶ୍ୱର, ୦୧ ଏପ୍ରିଲ – ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ପଂଚମ ପ୍ରାର୍ଥୀ ତାଲିକା ନବୀନ ନିବାସ ଠାରେ ଘୋଷଣା କରିଛନ୍ତି । ଗୋଟିଏ ଲୋକସଭା ଏବଂ ନଅଟି ବିଧାନସଭା ପାଇଁ ଏହି ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି । ତାଲିକା ମୁତାବକ କଟକ ଲୋକସଭା ପାଇଁ ଭର୍ତୃହରି ମହତାବଙ୍କୁ ପୁନର୍ବାର ଦଳୀୟ ପ୍ରାର୍ଥୀ କରାଯାଇଛି । ସେହିପରି ଚିଲିକା ବିଧାନସଭା ଆସନ ପାଇଁ ପ୍ରଶାନ୍ତ ଜଗଦେବଙ୍କୁ ପ୍ରାର୍ଥୀ କରାଯାଇଥିଲାବେଳେ ଜୟଦେବ ନିର୍ବାଚନ ମଣ୍ଡଳୀ ପାଇଁ ପୂର୍ବତନ ବିଧାୟକ ଅରବିନ୍ଦ ଢାଲିଙ୍କୁ ଟିକେଟ ଦିଆଯାଇଛି । ବେଗୁନିଆ ନିର୍ବାଚନ ମଣ୍ଡଳୀ ପାଇଁ ବିଧାୟକ ରାଜେନ୍ଦ୍ର କୁମାର ସାହୁଙ୍କୁ ପ୍ରାର୍ଥୀ କରାଯାଇଥିଲାବେଳେ ଖୋର୍ଦ୍ଧା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଜୋତିରିନ୍ଦ୍ର ନାଥ ମିତ୍ର ଏବଂ ଦେଓଗଡ଼ ନିର୍ବାଚନ ମଣ୍ଡଳୀ ପାଇଁ ରୋମାଂଚ ରଞ୍ଜନ ବିଶ୍ୱାଳ, ବସ୍ତା ନିର୍ବାଚନ ମଣ୍ଡଳୀ ପାଇଁ ନିତ୍ୟାନନ୍ଦ ସାହୁଙ୍କୁ ପୁନର୍ବାର ଦଳୀୟ ପ୍ରାର୍ଥୀ କରାଯାଇଛି । ଏହାବ୍ୟତୀତ ରାଇରଙ୍ଗପୁର ପାଇଁ ଶ୍ରୀମତୀ ବାସନ୍ତୀ ମାରାଣ୍ଡିଙ୍କୁ ପ୍ରାର୍ଥୀ କରାଯାଇଥିଲାବେଳେ ମୋରଡ଼ା ନିର୍ବାଚନ ମଣ୍ଡଳୀ ପାଇଁ ରାଜକିଶୋର ଦାସ ଏବଂ ବରି ନିର୍ବାଚନ ମଣ୍ଡଳୀ ପାଇଁ ଶ୍ରୀମତୀ ସୁନନ୍ଦା ଦାସଙ୍କୁ ପ୍ରାର୍ଥୀ କରାଯାଇଛି ।
ଏହି ନଅଟି ନିର୍ବାଚନ ମଣ୍ଡଳୀ ମଧ୍ୟରୁ ଜୟଦେବ, ମୋରଡ଼ା ଏବଂ ବରି ନିର୍ବାଚନ ମଣ୍ଡଳୀର ଦଳୀୟ ପ୍ରାର୍ଥୀ ପରିବର୍ତନ କରାଯାଇଛି । ଦଳୀୟ ଟିକେଟରୁ ବଂଚିତ ହୋଇଥିବା ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, ମୋରଡ଼ା ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା ପୂର୍ବତନ ମନ୍ତ୍ରୀ ପ୍ରବୀଣ ଭଞ୍ଜଦେଓ ଏବଂ ବରି ନିର୍ବାନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା ଶ୍ରୀ ଦେବାଶିଷ ନାୟକଙ୍କୁ ପରିବର୍ତନ କରାଯାଇଛି । ଦୁଇଜଣ ବିଧାୟକ ଶ୍ରୀ ପ୍ରଶାନ୍ତ ଜଗଦେବ ଏବଂ ରାଜେନ୍ଦ୍ର କୁମାର ସାହୁଙ୍କୁ ନିର୍ବାଚନ ମଣ୍ଡଳୀର ପରିବର୍ତନ କରାଯାଇଛି । ଶ୍ରୀ ଜଗଦେବ ବେଗୁନିଆରୁ ପ୍ରତିନିଧିତ୍ୱ କରୁଥିଲାବେଳେ ଏବେ ତାଙ୍କୁ ଚିଲିକାରୁ ଟିକେଟ୍ ଦିଆଯାଇଛି । ସେହିପରି ଖୋର୍ଦ୍ଧାର ବିଧାୟକ ରାଜେନ୍ଦ୍ର ସାହୁଙ୍କୁ ବେଗୁନିଆ ନିର୍ବାଚନ ମଣ୍ଡଳୀକୁ ପରିବର୍ତିତ କରାଯାଇଛି । ନୂଆମୁହଁ ଭିତରେ ଚାରିଜଣ ରହିଛନ୍ତି । ସେମାନେ ହେଲେ ରୋମାଂଚ ରଞ୍ଜନ ବିଶ୍ୱାଳ, ବାସନ୍ତୀ ମାରାଣ୍ଡି, ସୁନନ୍ଦା ଦାସ ଏବଂ ରାଜକିଶୋର ଦାସ । କେନ୍ଦୁଝର ଏବଂ ଢେଙ୍କାନାଳ ଲୋକସଭା ଆସନ ଏବଂ ଦଶଟି ବିଧାନସଭା ଆସନ ପାଇଁ ଯେକୌଣସି ମୁହୂର୍ତରେ ପ୍ରାର୍ଥୀ ଘୋଷଣା ହୋଇପାରେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା