Connect with us

ଓଡିଶା

ବାତ୍ୟା ଆଶଙ୍କାରେ ବଜାର ଦର ବଢ଼ିଲା

ସାଙ୍କେତିକ

ଆଶଙ୍କାରେ ବଜାର ଦର ବଢ଼ିଲା
ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ବୃଦ୍ଧି ରୋକିବାକୁ ମୁଖ୍ୟ ସଚିବଙ୍କୁ ପତ୍ର ଲେଖିଲେ ସୋମନାଥ ରାଉତରାୟ
ଭୁବନେଶ୍ୱର, ୩୦ ଏପ୍ରିଲ – ଜନତାଦଳ (ସଂଯୁକ୍ତ) ରାଜ୍ୟ ସାଧାରଣ ସମ୍ପାଦକ ତଥା ପ୍ରବକ୍ତା ସୋମନାଥ ରାଉତରାୟ ମୁଖ୍ୟ ସଚିବଙ୍କୁ ପତ୍ର ଲେଖି ‘ଫନି’ ବାତ୍ୟା ଆଶଙ୍କାରେ , ୩/୪ ଦିନ ପାଇଁ ଚୂଡ଼ା, ଚାଉଳ, ଚିନି, ଡ଼ାଲି, ତେଲ, ଆଳୁ, ପିଆଜ ଭଳି ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧିକୁ ରୋକିବାପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି । ବାତ୍ୟା ଆଶଙ୍କାର ସୁଯୋଗ ନେଇ ଅସାଧୁ ବ୍ୟବସାୟୀ ଓ ମହଜୁଦକାରୀମାନେ ଖାଉଟିଙ୍କୁ ଶୋଷଣ କରିବାରେ ଲାଗିଛନ୍ତି । ୧୦ ଟଙ୍କାରେ ବିକ୍ରି ହେଉଥିବା ଆଳୁ ଆଜି ୧୮ ଟଙ୍କାରେ ଆସି ପହଂଚିଛି । ସେହିପରି ୧୫ ଟଙ୍କାରେ ବିକ୍ରି ହେଉଥିବା ପିଆଜ ୨୨ ଟଙ୍କାରେ ବିକ୍ରି ହେଉଛି । ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଦର ମଧ୍ୟ ୫ରୁ ୧୦ଟଙ୍କା ବଢିଯାଇଛି । ଆସନ୍ତା ଦୁଇ ତିନିଦିନ ମଧ୍ୟରେ ବାତ୍ୟା ‘ଫନି’ ଯୋଗୁ ଓଡ଼ିଶା କ୍ଷତିଗ୍ରସ୍ତ ହେବାର ଆଶଙ୍କାକୁ ଲକ୍ଷ୍ୟ କରି ଅସାଧୁ ବେପାରୀମାନେ ଫାଇଦା ଉଠାଇବାରେ ଲାଗିଛନ୍ତି । କଳା ବଜାରୀ ମହଜୁଦକାରୀମାନେ ଯେଭଳି ଜନସାଧାରଣଙ୍କ ଏହି ଅବସ୍ଥାର ସୁଯୋଗ ନେଇ ସେମାନଙ୍କୁ ଶୋଷଣ ନକରନ୍ତି, ସେ ଦିଗରେ ପଦକ୍ଷେପ ନେବା ପାଇଁ ଶାସନ କଳକୁ ସକ୍ରିୟ କରିବାକୁ ନିର୍ଦ୍ଦେଶ ଦେବାକୁ ଶ୍ରୀ ରାଉତରାୟ ପତ୍ର ମାଧ୍ୟମରେ ଦାବି କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା