Connect with us

ଆଞ୍ଚଳିକ

କ୍ୟାବିନେଟ୍ ବୈଠକରେ ୧୦ଟି ପ୍ରସ୍ତାବକୁ ଅନୁମୋଦନ – ବିଶ୍ୱସ୍ତରୀୟ ଐତିହ୍ୟ ସହର ହେବ ପୁରୀ

ସାଙ୍କେତିକ

କ୍ୟାବିନେଟ୍ ବୈଠକରେ ୧୦ଟି ପ୍ରସ୍ତାବକୁ ଅନୁମୋଦନ – ବିଶ୍ୱସ୍ତରୀୟ ଐତିହ୍ୟ ସହର ହେବ ପୁରୀ ,
୩ ବର୍ଷରେ ଖର୍ଚ୍ଚ ହେବ ୩,୨୦୮ କୋଟି ଟଙ୍କା
ଭୁବନେଶ୍ୱର,୨୧ ଅକ୍ଟୋବର – ଓଡିଶାର ପୁରୀ ସହରକୁ ବିଶ୍ୱସ୍ତରୀୟ ଐତିହ୍ୟ ସହର କରାଯିବ । ଏଥିପାଇଁ ରାଜ୍ୟ ସରକାର ୧୫ ଟି ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି । ଏଥିଲାଗି ୩ ବର୍ଷରେ ୩,୨୦୮ କୋଟି ଟଙ୍କା ଖର୍ଚ୍ଚ କରିବାକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି । ଚଳିତ ଆର୍ଥିକ ବର୍ଷ ୨୦୧୯-୨୦ରେ ୭୧୯ କୋଟି ଟଙ୍କା ବ୍ୟୟ କରାଯିବ । ସେହିପରି ୨୦୨୦-୨୧ ବର୍ଷରେ ୧୪୦୨ କୋଟି ଏବଂ ୨୦୨୧-୨୦୨୨ରେ ୧୦୮୭ କୋଟି ଖର୍ଚ୍ଚ କରାଯିବ । ସୋମବାର ଦିନ ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଅସୀତ୍ ତ୍ରିପାଠୀ କହିଛନ୍ତି ଯେ ପୁରୀରେ ତୀର୍ଥଯାତ୍ରୀଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଯାତ୍ରୀ ମାନଙ୍କୁ ଉନ୍ନତ ଓ ସୁଲଭ ମୂଲ୍ୟରେ ସୁବିଧା ସୁଯୋଗ ଯୋଗାଇଦେବାକୁ ନିଷ୍ପତି ନେଇଛନ୍ତି । ଏଥିପାଇଁ ୨୦୧୭-୧୮ ବର୍ଷରେ ଅବଢା ଯୋଜନାର ଶୁଭାରମ୍ଭ ହୋଇଥିଲା । ପୁରୀରେ ହବିଷିୟାଳି ମାନଙ୍କର ରହଣି ପାଇଁ ନୂତନ ଆଶ୍ରୟସ୍ଥଳୀ ନିର୍ମାଣ , ପୁରୀର ବିଭିନ୍ନ ସ୍ଥାନରେ ରାସ୍ତାର ଉନ୍ନତିକରଣ ଓ ଷ୍ଟାଡିୟମ୍ ନିର୍ମାଣ ଚାଲୁ ଅଛି ।

ଫନି ପରେ ମୁଖ୍ୟମନ୍ତ୍ରୀ ପୁରୀ ଗସ୍ତ କରି ଏହାକୁ ବିଶ୍ୱ ଐତିହ୍ୟ ସହରଭାବେ ଗଢିବାକୁ ଘୋଷଣା କରିଥିଲେ । ଏହି ସମୟରେ ଜଷ୍ଟିସ୍ ବିମଳ ପ୍ରସାଦ ଦାଶଙ୍କୁ ନେଇ ଗଠିତ ତଦନ୍ତ ଆୟୁକ୍ତଙ୍କ ସୁପାରିଶ ଅନୁଯାୟୀ ପୁରୀ ଜଗନ୍ନାଥ ମନ୍ଦିର ଓ ଦେବୋତର ସଂସ୍ଥାର ସୁଶାସନ ଓ ପ୍ରଶାସନ ପାଇଁ କେତେକ ଯୋଜନା ଅନୁମୋଦନ କରିନ୍ତି । ଏଗୁଡିକୁ ଅବଢା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ମୁଖ୍ୟମନ୍ତ୍ରୀ ଅବଢା ଯୋଜନାରେ କେତେକ ନୂତନ ପ୍ରକଳ୍ପ ଯଥା ଶ୍ରୀ ଜଗନ୍ନାଥ ମନ୍ଦିରର ସୁରକ୍ଷା ଓ ଐତିହ୍ୟ କ୍ଷେତ୍ରର ବିକାଶ,ଶ୍ରୀ ସେତୁ ପ୍ରକଳ୍ପ , ମୂଷା ନଦୀର ପୁନରୁଦ୍ଧାର ଯୋଜନା , ବହୁତଳ କାର ପାର୍କିଂ , ପୁରୀ ହ୍ରଦ ଉନ୍ନତିକରଣ , ଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର , ଗୃହ ନିର୍ମାଣ ଯୋଜନା , ରଘୁନନ୍ଦନ ପାଠାଗାର , ଆଚାର୍ଯ୍ୟ ହରିହର ଛକର ପୁନଃ ଉନ୍ନତିକରଣ , ଅଠରନଳାର ଐତିହ୍ୟର ଉନ୍ନତିକରଣ ଓ ବିଭିନ୍ନ ମଠର ଉନ୍ନତି ପ୍ରଚେଷ୍ଟାକୁ ମୁଖ୍ୟମନ୍ତ୍ରୀ ସ୍ୱୀକୃତି ପ୍ରଦାନ କରିଛନ୍ତି ବୋଲି ମୁଖ୍ୟ ଶାସନ ସଚିବ ପ୍ରକାଶ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ