Connect with us

ଅପରାଧ

ବାଙ୍କୀ କଲେଜ ଅଧ୍ୟକ୍ଷଙ୍କୁ ହତ୍ୟା ଧମକ ଅଭିଯୋଗ

ସାଙ୍କେତିକ ଚିତ୍ର

ବାଙ୍କୀ କଲେଜ ଅଧ୍ୟକ୍ଷଙ୍କୁ ହତ୍ୟା ଧମକ ଅଭିଯୋଗ
– କଲେଜ ସାଇନ୍ ଏ ଡାଏ
ଭୁବନେଶ୍ୱର :- ବାଙ୍କୀ କଲେଜ କ୍ୟାମ୍ପସ୍ ରେ ଗଣ୍ଡଗୋଳ ପରିସ୍ଥିତି ଲାଗି ରହିବାରୁ କଲେଜ କର୍ତୃପକ୍ଷ ଛାତ୍ର ସଂସଦ ନିର୍ବାଚନ ବାତିଲ କରିବା ସହ ଅନିର୍ଦ୍ଦିଷ୍ଟ କାଳ ପାଇଁ ସାଇନ୍ -ଏ -ଡାଏ ଘୋଷଣା କରିଛନ୍ତି । ଏହାକୁ ବିରୋଧ କରି ଗତକାଲି ରାତିରେ ସମ୍ପୃକ୍ତ କଲେଜର ଅଧ୍ୟକ୍ଷଙ୍କୁ ଫୋନ୍ ରେ ହତ୍ୟା ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି । ଏସମ୍ପର୍କରେ କଲେଜ ଅଧ୍ୟକ୍ଷ ଲିଖିତ ଭାବେ ବାଙ୍କୀ ଥାନାରେ ଏତଲା ଦାୟର କରିଛନ୍ତି ।
ସୂଚନା ଅନୁଯାୟୀ, ଚୂଡ଼ାନ୍ତ ପ୍ରାର୍ଥୀ ତାଲିକାରୁ ନାଁ କଟିଲେ ହତ୍ୟା କରିଦେବୁ । କଲେଜରେ ବୋମା ପକାଇ ଧ୍ୱଂସ କରିଦେବୁ ବୋଲି ବାଙ୍କୀ ମହାବିଦ୍ୟାଳୟ ଅଧ୍ୟକ୍ଷ ଡକ୍ଟର ବାବାଜୀ ଚରଣ ଶତପଥୀଙ୍କ ନିକଟକୁ ଏକ ଧମକପୂର୍ଣ୍ଣ କଲ୍ ଆସିଥିଲା । ଏନେଇ ସେ ବାଙ୍କୀ ଥାନାରେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ଅ।ଜି ପ୍ରକାଶ ପାଇଥିବା ଚୂଡ଼ାନ୍ତ ପ୍ରାର୍ଥୀ ତାଲିକାରୁ କିଛି ଅ।ଶାୟୀ ପ୍ରାର୍ଥୀଙ୍କ ନାଁ ବାଦ ପଡ଼ିଥିଲା । ଏହାକୁ ନେଇ କ୍ୟାମ୍ପସ ବାହାରେ ଉତେଜନା ପ୍ରକାଶ ପାଇଥିଲା । ଛାତ୍ରଛାତ୍ରୀମାନେ ମହାବିଦ୍ୟାଳୟ ଛକରେ ଟାୟାର ଜାଳି ମୁଖ୍ୟରାସ୍ତା ଅବରୋଧ କରିଥିଲେ । ସୁରକ୍ଷା ଦୃଷ୍ଟିରୁ କଲେଜରେ ଅର୍ନିଦ୍ଦିଷ୍ଟକାଳ ପାଇଁ ସାଇନେ ଡାଏ ଘୋଷଣା କରାଯାଇଛି । ସେହିପରି ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ନିଷ୍ପତିକୁ ବିରୋଧ କରି ଚୂଡ଼ାନ୍ତ ତାଲିକାରେ ଥିବା ଛାତ୍ରଛାତ୍ରୀମାନେ ଧାରଣା ଦେଇ ନିର୍ବାଚନ କରିବାକୁ ଅଡି ବସିଛନ୍ତି ।
ଅଧ୍ୟକ୍ଷ ଡ. ଶତପଥୀ କହିଛନ୍ତି-ଲିଙ୍ଗଡୋ କମିଶନଙ୍କ ନିୟମ ଅନୁସାରେ ଅ।ଜି ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ଏଥିରେ କୌଣସି ଅନିୟମିତତା ହୋଇନି । ଏହା ସତ୍ୱେ ଉତେଜନା ଲାଗି ରହୁଥିବାରୁ ଷ୍ଟାଫ୍ କାଉନ୍ସିଲ୍ ବୈଠକରେ ପରେ ସାଇନେ ଡାଏ ଘୋଷଣା କରିବାକୁ ନିଷ୍ପତି ନେଇଛୁ । ଅ।ସନ୍ତା କାଲି ସୁଦ୍ଧା ହଷ୍ଟେଲ୍ ଖାଲି କରିବାକୁ ଛାତ୍ରୀଛାତ୍ରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ