Connect with us

ଅପରାଧ

କାରରୁ ମହିଳାଙ୍କ ମୃତଦେହ ମିଳିବା ଘଟଣା , ଅଭିଯୁକ୍ତ ସ୍ୱାମୀ କୋଲକାତାରୁ ଗିରଫ

କାରରୁ ମହିଳାଙ୍କ ମୃତଦେହ ମିଳିବା ଘଟଣା , ଅଭିଯୁକ୍ତ ସ୍ୱାମୀ କୋଲକାତାରୁ ଗିରଫ

କାରରୁ ମହିଳାଙ୍କ ମୃତଦେହ ମିଳିବା ଘଟଣା , ଅଭିଯୁକ୍ତ ସ୍ୱାମୀ କୋଲକାତାରୁ ଗିରଫ
– ପରକୀୟା ପ୍ରୀତି ସାଜିଲା କାଳ
ଭୁବନେଶ୍ୱର :- ଗତ ସୋମବାର ଭୁବନେଶ୍ୱର ସାମନ୍ତରାପୁର ଅଂଚଳରୁ ରାସ୍ତାରେ ରଖାଯାଇଥିବା ଗାଡିରୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣାରେ ଅଭିଯୁକ୍ତ ସ୍ୱାମୀ ସଂଗ୍ରାମ ଆଇଚ ଗିରଫ ହୋଇଛନ୍ତି । କମିଶନରେଟ୍ ପୋଲିସ୍ ର ସ୍ପେଶାଲ ସ୍କ୍ୱାର୍ଡ ତାଙ୍କୁ କୋଲକାତାରୁ ଗିରଫ କରିଛି । ଏହାସହ ମୃତ ମହିଳା ତନୁଜାଙ୍କ ୫ ବର୍ଷର ପୁଅକୁ ପୋଲିସ୍ ଉଦ୍ଧାର କରିଛି । ପୋଲିସ୍ ସଂଗ୍ରାମଙ୍କୁ ଟ୍ରାଂଜିଟ୍ ରିମାଣ୍ଡରେ ଆଣି ପଚରାଉଚରା କରିବ ।

ଭୁବନେଶ୍ୱର ଡିସିପି ଅନୁପ ସାହୁ କହିଛନ୍ତି ଯେ ଗାର୍ଲଫ୍ରେଣ୍ଡଙ୍କୁ ନେଇ ସଂଗ୍ରାମ ଆଇଚ ଓ ପତ୍ନୀ ତନୁଜାଙ୍କ ମଧ୍ୟରେ ନିୟମିତ କଳହ ଲାଗୁଥିଲା । ଗତ ରବିବାର ରାତିରେ ଉଭୟଙ୍କ ମଧ୍ୟରେ ଝଗଡ଼ା ମଧ୍ୟ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସଂଗ୍ରାମ ପତ୍ନୀ ତନୁଜାଙ୍କୁ ମାଡ଼ ମାରିବା ସହ ତାଙ୍କ ନାକ ଓ ପାଟିକୁ ଚିପି ବନ୍ଦ କରି ଦେଇଥିଲା । ଏଥିରେ ତନୁଜା ସଜ୍ଞାହୀନ ହୋଇଯାଇଥିଲେ । ଅବସ୍ଥା ଗୁରୁତର ହୋଇପଡ଼ିବାରୁ ନିଜ ଗାର୍ଲଫ୍ରେଣ୍ଡକୁ ସଂଗ୍ରାମ ଡକାଇଥିଲା । ତା’ପରେ ଗାର୍ଲଫ୍ରେଣ୍ଡଙ୍କ ସହ ସଂଗ୍ରାମ ଓ ତାଙ୍କ ପୁଅ ତନୁଜାଙ୍କୁ ପ୍ରଥମେ କାରରେ କ୍ୟାପିଟାଲ ହସ୍ପିଟାଲ ନେଇ ଯାଇଥିଲେ । ହେଲେ ସେଠାରେ ଚିକିତ୍ସା ନକରାଇ କଟକ ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ । ସେଠାରେ ଡାକ୍ତର ତନୁଜାଙ୍କୁ ମୃତ ଘୋଷଣା କରିଥିଲେ । ତନୁଜା ମୃତ ବୋଲି ଜାଣିବା ପରେ ସଂଗ୍ରାମ ଓ ତାଙ୍କ ଗାର୍ଲଫ୍ରେଣ୍ଡ ଉପାୟଶୂନ୍ୟ ହୋଇପଡ଼ିଥିଲେ । ଶେଷରେ ମୃତଦେହକୁ ଠିକଣା ଲଗାଇବାକୁ ସେମାନେ ଯୋଜନା କରିଥିଲେ । ଗାର୍ଲଫ୍ରେଣ୍ଡ ହଷ୍ଟେଲରେ ରହିଯିବା ସହ ତନୁଜାଙ୍କ ମୋବାଇଲ ଫୋନକୁ ନିଜ ପାଖରେ ଲୁଚାଇ ରଖିଥିଲେ । ମୃତଦେହ ସହ ସଂଗ୍ରାମ ତାଙ୍କ ପୁଅକୁ ଧରି ଯାଉଥିବା ବେଳେ ସାମନ୍ତରାପୁର ଅଂଚଳରେ ଏକ ହାଇୱା ସହ କାରର ସାମାନ୍ୟ ଦୁର୍ଘଟଣା ହୋଇଥିଲା । ଏ ସମ୍ପର୍କରେ ଜାଣିବା ପରେ ଘଟଣାସ୍ଥଳକୁ ସ୍କୁଟି ଧରି ଅ।ସିଥିଲେ ଗାର୍ଲଫ୍ରେଣ୍ଡ । ପରେ କାରରେ ତନୁଜାଙ୍କ ମୃତଦେହକୁ ସାମନ୍ତରାପୁର ନିକଟରେ ରଖି ସଂଗ୍ରାମ ତାଙ୍କ ପୁଅକୁ ଧରି କୋଲକାତା ଫେରାର ହୋଇଯାଇଥିଲେ । ସଂଗ୍ରାମଙ୍କ କଲ୍ ଡିଟେଲସରୁ ପୋଲିସ୍ ଗାର୍ଲଫ୍ରେଣ୍ଡର ସୁରାଗ ପାଇଥିଲା ବୋଲି ଭୁବନେଶ୍ୱର ଡିସିପି ଅନୁପ ସାହୁ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ସୋମବାର ସକାଳେ ଲିଙ୍ଗରାଜ ଥାନା ଅନ୍ତର୍ଗତ ଲୁଇସ ରୋଡର ଶ୍ରୀରାମନଗର ହନୁମାନ ମନ୍ଦିର ନିକଟରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ମୃତଦେହ ମିଳିବା ପରେ କମିଶନରେଟ ପୋଲିସ ହତ୍ୟାକୁ ଦୁର୍ଘଟଣାର ରୂପ ଦିଅ।ଯାଇଛି ବୋଲି ଜାଣିବା ପରେ ତଦନ୍ତ ଆରମ୍ଭ କରିଥିଲା । ପରେ ତନୁଜାଙ୍କୁ ତାଙ୍କ ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ତନୁଜାଙ୍କୁ ହତ୍ୟା କରିବା ପରେ ସଂଗ୍ରାମ ନିଜର ୫ବର୍ଷର ପୁଅକୁ ନେଇ ଫେରାର ହୋଇଯାଇଥିଲେ ।

 

 

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ