Connect with us

ଅପରାଧ

ବଳଦଯାତ୍ରା ଭସାଣି ଉତ୍ସବରେ ଗୋଷ୍ଠୀ ସଂଘର୍ଷ

ସାଙ୍କେତିକ ଚିତ୍ର

ଭୁବନ – ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଭୁବନଠାରେ ଐତିହାସିକ ବଳଦଯାତ୍ରା ଭସାଣି ଉତ୍ସବରେ ଗୋଷ୍ଠୀ ସଂଘର୍ଷକୁ ନେଇ ଅଶାନ୍ତ ହୋଇଉଠିଛି । ଦୁଇ କମିଟି ମଧ୍ୟରେ ବଚସାକୁ ନେଇ ଏପରି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଉଭୟ ପକ୍ଷ ମଧ୍ୟରେ ପଥରମାଡ଼ରେ ଜଣେ ଏସ୍‌ଆଇଙ୍କ ସମେତ ୬ଜଣ ଗୁରୁତର ଆହତ ହୋଇଛନ୍ତି । ସେହିପରି ପୋଲିସର ଲାଠି ମାଡ଼ରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି । ଏହାକୁ ନେଇ ଉତ୍ତେଜନା ଲାଗିରହିଛି ।

ସୂଚନାଯୋଗ୍ୟଯେ , ଭସାଣି ଶୋଭାଯାତ୍ରାର ଧାଡିରେ ଆଗରେ ଥିବା ଚିନ୍ନରା ପୋଖରୀ ଦଳିତସାହି ଏବଂ ଏହା ପଛକୁ ଥିବା ନାୟକ ସାହି ହନୁମାନ ଛକର ବଳଦ ପଛକୁ ପଛ ଶୋଭାଯାତ୍ରାରେ ଯାଉଥିଲେ । ଦଳିତ ସାହିର ପରିକ୍ରମା କରିବାରେ ବିଳମ୍ବ କରିବାରୁ ନାୟକ ସାହି ମଧ୍ୟରେ କଥା କଟାକଟି ହୋଇ ଧସ୍ତାଧସ୍ତି ହୋଇଥିଲା । ନାୟକ ସାହିର ଯତିନ୍ଦ୍ର ନାୟକଙ୍କ ବେକରେ ବ୍ଲେଡ୍‌ମାଡ ହେବାରୁ ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଥିଲା । ଉଭୟ ପକ୍ଷ ପରସ୍ପରକୁ ଢେଲାମାଡ଼ କରିଥିଲେ । ପୋଲିସ ହସ୍ତକ୍ଷେପ କରିବା ସତ୍ତ୍ୱେ ଘଟଣା ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା । ବାଧ୍ୟ ହୋଇ ପୋଲିସକୁ ଲାଠିଚାର୍ଜ କରିବାକୁ ପଡ଼ିଥିଲା । ଲାଠିମାଡ଼ରେ ଯାତ୍ରା ଦେଖିବାକୁ ଯାଇଥିବା କାଳୀବଜାରର ଚନ୍ଦ୍ରମଣି ପୃଷ୍ଟି ଗୁରୁତର ହୋଇଛନ୍ତି। ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଦୁର୍ବୃତ୍ତମାନେ ଦଳିତ ସାହିର କୁନି ମଳିକଙ୍କ ଘରେ ନିଅଁ। ଲଗାଇଦେଇଥିଲେ । ଏଥିରେ ତାଙ୍କର ଘର ପୋଡ଼ି ପାଉଁଶ ହୋଇଯାଇଛି ।
ପୋଲିସ ଏବଂ ପ୍ରଶାସନର ହସ୍ତକ୍ଷେପ ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା । ଆଇନଶୃଙ୍ଖଳା ପରିସ୍ଥିତି ସମ୍ଭାଳିବାକୁ ଦଳିତ ସାହିରେ ପୋଲିସ ମୁତୟନ କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ