Connect with us

ଆଞ୍ଚଳିକ

ତିତଲି କ୍ଷତିପୂରଣ ପାଇଁ ୨୭୭୦ କୋଟି ଟଙ୍କା ଅନୁମୋଦିତ

ଭୁବନେଶ୍ୱର,୨୨ା୧୦: ସାମୁଦ୍ରିକ ଝଡ ତିତଲି କ୍ଷୟକ୍ଷତିର ହୋଇଥିବା ପ୍ରାଥମିକ ଆକଳନ ୨୭୭୦.୨୮ କୋଟି ଟଙ୍କାକୁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ରାଜ୍ୟସ୍ତରୀୟ କାର୍ଯ୍ୟନିର୍ବାହୀ କମିଟି ବୈଠକରେ ଅନୁମୋଦନ କରାଯାଇଛି । ଏହା ବ୍ୟତୀତ ଗଂଜାମ , ରାୟଗଡା ଓ ଗଜପତି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ କ୍ଷତିପୂରଣ ବାବଦକୁ ସମୁଦାୟ ୩୭୫ କୋଟି ଟଙ୍କା ଦେବାପାଇଁ ବୈଠକରେ ନିଷ୍ପତି ହୋଇଛି । ପ୍ରଥମ ପର୍ଯ୍ୟାୟରେ ୧୨୦ କୋଟି ଟଙ୍କା ଦିଆଯିବ । ଚାଉଳ, ଚୁଡା,ଗୁଡ ଏବଂ ଅନ୍ୟାନ୍ୟ ତୁରନ୍ତ ରିଲିଫ୍ ଦ୍ରବ୍ୟର ମୂଲ୍ୟ ଓ ପରିବହନ ଖର୍ଚ୍ଚ ବାବଦରେ ପ୍ରାୟ ୨୦.୩୧ କୋଟି ଟଙ୍କାର ଖର୍ଚ୍ଚ ଅନୁମୋଦନ କରାଯାଇଛି । ଏହାଛଡା ପୁନରୁଦ୍ଧାର କାର୍ଯ୍ୟ ପାଇଁ ପ୍ରଥମ ପର୍ଯ୍ୟାୟରେ ଶକ୍ତି ବିଭାଗର ୨୭ କୋଟି, ଜଳ ସଂପଦ ବିଭାଗର ୭.୭୪ କୋଟି, ପୁର୍ତ ବିଭାଗର ୪୯.୫୫ କୋଟି, ଗ୍ରାମ ଉନ୍ନୟନର ୫୫.୦୮ କୋଟି ଏବଂ ପଂ·ୟତି ରାଜ ଓ ପାନୀୟ ଜଳଯୋଗାଣ ବିଭାଗର ୬୨୪.୨୮ କୋଟି ଟଙ୍କାର ଖର୍ଚ୍ଚ ଅଟକଳ ଅନୁମୋଦନ କରାଯାଇଛି । କ୍ଷୟକ୍ଷତି ଅ।କଳନ ସୂଚନା ଭିତିରେ ଗୃହ ନିର୍ମାଣ, ଲୁଗାପଟା, ବାସନକୁସନ ଏବଂ ଘରୋଇ ବସ୍ତୁ, କୃଷି ଜମିରୁ ବାଲିଚର ଉଠାଣ, ଗୃହ ପାଳିତ ପଶୁମାନଙ୍କ ମୃତ୍ୟୁ ସହାୟତା, କ୍ଷତିଗ୍ରସ୍ତ ନୌକା ଏବଂ ଜାଲ ଆଦିର ପୁନରୁଦ୍ଧାର ବାବଦରେ ୨୧୮.୫୦ କୋଟି ଟଙ୍କାର ଅଟକଳକୁ ମଧ୍ୟ ବୈଠକରେ ଅନୁମୋଦନ କରାଯାଇଛି ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ଶ୍ରୀ ବିଷ୍ଣୁପଦ ସେଠୀ କହିଥିଲେ ।

  • ରାଜ୍ୟରେ ଭୁସ୍ଖଳନ ସମ୍ଭାବନାର ବୈଜ୍ଞାନିକ ଆକଳନ ହେବ

  • ଗଂଜାମ , ରାୟଗଡା ଓ ଗଜପତି ଜିଲ୍ଲାକୁ ଦିଆଯିବ ୩୭୫ କୋଟି ଟଙ୍କା

  • ଉଦ୍ୟାନ ଚାଷୀମାନଙ୍କୁ ମନରେଗାରେ ସହାୟତା ପାଇଁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

  • ବିଦ୍ୟାଳୟ ଓ ଅଙ୍ଗନବାଡିକରେ ସ୍ୱାଭାବିକ କାର୍ଯ୍ୟ ଚାଲୁ ରଖିବାକୁ ନିର୍ଦ୍ଦେଶ

ଅପରପକ୍ଷରେ ବାତ୍ୟା ଓ ବନ୍ୟାରେ ଫସଲ କ୍ଷୟକ୍ଷତିର ରିପୋର୍ଟ ୨ ଦିନ ମଧ୍ୟରେ ପ୍ରଦାନ କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି । ପାହାଡ ଧଶିବାକୁ କିପରି ରୋକାଯାଇପାରିବ ସେଥିନେଇ ଆଲୋଚନା ହେବା ସହ ଅତ୍ୟାଧୁନିକ ବୈଜ୍ଞାନିକ କୌଶଳ ବ୍ୟବହାର ସମ୍ପର୍କରେ ଗୁରୁତ୍ୱ ଦିଆଯାଇଥିଲା । ଏହାର କାରଣ ଉପରେ ଅନୁଧ୍ୟାନ କରିବା ପାଇଁ ମଧ୍ୟ ନିଷ୍ପତି ହୋଇଥିଲା । ବାତ୍ୟାରେ କ୍ଷତିଗ୍ରସ୍ତ ହେଉଥିବା ଜିଲ୍ଲାର ଆଖପାଖ ଅଂଚଳ ମଧ୍ୟ କ୍ଷତିଗ୍ରସ୍ତ ହେଉଛି । ଏହାକୁ କିଭଳି ରୋକାଯାଇପାରିବ ତା ଉପରେ ମଧ୍ୟ ପ୍ରାଧାନ୍ୟ ଦିଆଯାଇଥିଲା । ଉକ୍ତ ବୈଠକରେ ଶ୍ର୍ରୀ ସେଠୀ କହିଥିଲେ ଯେ ବାତ୍ୟା, ବର୍ଷା ଓ ବନ୍ୟାରେ କ୍ଷତିଗ୍ରସ୍ତ ଚାଷୀମାନଙ୍କର କ୍ଷୟକ୍ଷତି କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି । ଏଥି ପାଇଁ କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ଅଧିକ କର୍ମଚାରୀଙ୍କୁ କ୍ଷତିଗ୍ରସ୍ତ ଅଂଚଳ ମାନଙ୍କରେ ମୁତୟନ କରାଯାଇଛି । ଇତି ମଧ୍ୟରେ ପ୍ରାୟ ଶତକଡା ୬୦ ଭାଗ କ୍ଷତିଗ୍ରସ୍ତ ଗ୍ରାମରେ କ୍ଷୟକ୍ଷତି ଅ।କଳନ କାର୍ଯ୍ୟ ଚୁଡାନ୍ତ ପର୍ଯ୍ୟାୟରେ ପହଂଚିଛି । ତିତ୍ଲି ଓ ତା ପରବର୍ତୀ ବର୍ଷା ଏବଂ ବନ୍ୟାରେ ପ୍ରପୀଡିତ ଅଂଚଳମାନଙ୍କରେ ରିଲିଫ୍ ଓ ପୁନଉଦ୍ଧାର କାର୍ଯ୍ୟ ବିଷୟରେ ବୈଠକରେ ସବିଶେଷ ଅ।ଲୋଚନା ହୋଇଥିଲା । ସ୍ଥିତିର ସମୀକ୍ଷା କରି ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ କ୍ଷତିଗ୍ରସ୍ତ କାଜୁ ଏବଂ ଅନ୍ୟାନ୍ୟ ଉଦ୍ୟାନ ଫସଲ ଚାଷୀମାନଙ୍କୁ ମନରେଗା ଯୋଜନାରେ ସାମିଲ କରିବା ପାଇଁ ପଂଚାୟତିରାଜ ଓ ପାନୀୟ ,ଜଳଯୋଗାଣ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଉଦ୍ୟାନ ଗୁଡିକର ପୁନରୁଦ୍ଧାର କାର୍ଯ୍ୟ ସରିବା ପର୍ଯ୍ୟନ୍ତ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଓଡ଼ିଶା ଜିବୀକା ମିଶନରେ ସାମିଲ କରି କର୍ମନିୟୋଜନ ଓ ରୋଜଗାର ଯୋଗାଇ ଦେବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ ।

କ୍ଷତିଗ୍ରସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡି ଗୁଡିକରେ ସ୍ୱାଭାବିକ ଶିକ୍ଷାଦାନ କାର୍ଯ୍ୟକ୍ରମ ଚାଲୁ ରଖିବାକୁ ଶ୍ରୀ ପାଢ଼ୀ ନିର୍ଦ୍ଦେଶ ଦେଇଥିଲେ । ପୂଜା ଛୁଟି ଖୋଲିବା ବେଳକୁ ଅ।ବାସିକ ବିଦ୍ୟାଳୟ ମାନଙ୍କରେ ଛାତ୍ରାବାସ ଗୁଡିକରେ ବିଦ୍ୟୁତ ସଂଯୋଗ ଏବଂ ପାନୀୟ ଜଳ ଯୋଗାଣ ନିଶ୍ଚିତ କରାଇବାକୁ ମଧ୍ୟ ସଂପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦିଅ।ଯାଇଥିଲା । ରାଜ୍ୟରେ ଭୁସ୍ଖଳନ ସମ୍ଭାବନାର ବୈଜ୍ଞାନିକ ଅ।କଳନ କରିବା ପାଇଁ ବୈଠକରେ ନିଷ୍ପତି ହୋଇଥିଲା । ପରବର୍ତିତ ଜଳବାୟୁ ଦୃଷ୍ଟିରୁ ଉପକୂଳ ଜିଲ୍ଲା ସଂଲଗ୍ନ ଜିଲ୍ଲାମାନଙ୍କରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତିକୁ ଅଧିକ ସଘନ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ନିର୍ଦ୍ଦେଶ ଦେଇଥିଲେ । ଏହି ସବୁ ଜିଲ୍ଲାମାନଙ୍କରେ ବ୍ୟାପକ ସଚେତନତା ସୃଷ୍ଟି, ବହୁମୁଖୀ ଆଶ୍ରୟସ୍ଥଳ ନିର୍ମାଣ, ଅ।ଗୁଆ ସତର୍କ ସୂଚନା ପ୍ରସାରଣ ଆଦି କାର୍ଯ୍ୟକୁ ଦୃଢ଼ିଭୁତ କରାଯିବ । ଓଡ଼ିଶାର ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣତାକୁ ଦୃଷ୍ଟିରେ ରଖି ବିପର୍ଯ୍ୟୟ ନିରୋଧକ ଭିତିଭୂମୀ ନିର୍ମାଣ କରିବା ନିମନ୍ତେ ବୈଠକରେ ନିଷ୍ପତି ହୋଇଥିଲା । ଗ୍ରାମ ଉନ୍ନୟନ, ଶକ୍ତି, ପୁର୍ତ ଓ ଜଳ ସଂପଦ ଅ।ଦି ବିଭାଗରେ ବିପର୍ଯ୍ୟୟ ନିରୋଧକ ଅତ୍ୟାଧୁନିକ ବୈଷୟିକ କୌଶଳ ଗୁଡିକର ପ୍ରାୟୋଗ କରାଯିବ । ଏଥି ପାଇଁ ବମ୍ବେସ୍ଥିତ ଅ।ଇ.ଅ।ଇ.ଟି. ର ସହାୟତା ନିଅ।ଯିବା ପାଇଁ ମଧ୍ୟ ବୈଠକରେ ନିଷ୍ପତି ହୋଇଥିଲା ।

ଉକ୍ତ ବୈଠକରେ ଉନ୍ନୟନ କମିଶନର ଶ୍ରୀ ଆର୍.ବାଲାକ୍ରିଷ୍ଣନ୍ , କୃଷି ଉତ୍ପାଦନ କମିଶନର ଶ୍ରୀ ଗଗନ କୁମାର ଧଳ, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଅସୀତ୍ କୁମାର ତ୍ରିପାଠୀ, ଅର୍ଥ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ତୁହିନ୍ କାନ୍ତ ପାଣ୍ଡେଙ୍କ ସମେତ ସଂପୃକ୍ତ ବିଭାଗର ପ୍ରମୁଖ ଶାସନ ସଚିବ, ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ