Connect with us

ଓଡିଶା

ବରିଷ୍ଠ ସାମ୍ବାଦିକ ରଣଜିତ ଗୁରୁଙ୍କ ପରଲୋକ

ସାଙ୍କେତିକ

ବରିଷ୍ଠ ସାମ୍ବାଦିକ ରଣଜିତ ଗୁରୁଙ୍କ ପରଲୋକ
ଭୁବନେଶ୍ୱର, ୧୮ ଅଗଷ୍ଟ – ବରିଷ୍ଠ ସାମ୍ବାଦିକ ଶ୍ରୀ ରଣଜିତ ଗୁରୁଙ୍କ ଗତ ରାତିରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା । ଦୀର୍ଘ ଦିନ ଧରି ସେ କିଡ଼ନୀ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ବହୁଳ ପ୍ରସାରିତ ଓଡ଼ିଆ ଦୈନିକ ସମ୍ବାଦପତ୍ରରେ ସେ ଦୀର୍ଘ ୩୫ ବର୍ଷ ଧରି କାର୍ଯ୍ୟ କରି ଆସିଥିଲେ । ଏହା ବ୍ୟତୀତ ଓଡ଼ିଶା ବାହାରେ ପ୍ରକାଶ ପାଉଥିବା ଆନନ୍ଦ ବଜାର ଓ ଏସିଆନ୍ ଏଜ୍ ସମ୍ବାଦପତ୍ରରେ ତାଙ୍କର ଲେଖା ନିୟମିତ ଭାବେ ପ୍ରକାଶ ପାଉଥିଲା । ତାଙ୍କର ଏହି ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ରାଜଧାନୀର ସାମ୍ବାଦିକ ମାନଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି ।
ବରଗଡ଼ ଜିଲ୍ଲାରେ ଥିବା ତାଙ୍କର ଜନ୍ମସ୍ଥାନ ତଥା ପୈତୃକ ଗ୍ରାମ ମହଖଣ୍ଡକୁ ରଣଜିତଙ୍କ ମରଶରୀର ନିଆଯାଇଥିଲା । ସେଠାରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଥିଲା

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା