Connect with us

ଓଡିଶା

ସିବିଏସଇ ପରୀକ୍ଷା ଫିରେ ବ୍ୟାପକ ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀ ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କୁ ଲେଖିଲେ ପତ୍ର

ସାଙ୍କେତିକ

ସିବିଏସଇ ପରୀକ୍ଷା ଫିରେ ବ୍ୟାପକ ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀ ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କୁ ଲେଖିଲେ ପତ୍ର
ଭୁବନେଶ୍ୱର, ୧୩ ଅଗଷ୍ଟ – ସିବିଏସଇ ଦ୍ୱାରା ଦଶମ ଓ ଦ୍ୱାଦଶ ପରୀକ୍ଷା ଫିରେ ଅହେତୁକ ବୃଦ୍ଧି ନେଇ ଉଦବେଗ ପ୍ରକାଶ କରିବା ସହ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡ. ରମେଶ ପୋଖରିୟାଲ ନିଶଙ୍କଙ୍କୁ ପତ୍ର ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗରୀବ ଛାତ୍ର ଛାତ୍ରୀ ମାନଙ୍କୁ ଦୃଷ୍ଟିରେ ରଖି ଏହି ନିଷ୍ପତି ସମ୍ପର୍କରେ ପୁନର୍ବିଚାର କରିବାକୁ ନବୀନ ପଟ୍ଟନାୟକ ଏହି ପତ୍ରରେ ଅନୁରୋଧ କରିଛନ୍ତି ।
ଶ୍ରୀ ପଟ୍ଟନାୟକ ଏହି ପତ୍ରରେ କହିଛନ୍ତି ଯେ ସିବିଏସଇ ଦ୍ୱାରା ଦ୍ୱାରା ଦଶମ ଓ ଦ୍ୱାଦଶ ପରୀକ୍ଷା ଫିରେ ଅହେତୁକ ବୃଦ୍ଧି କରା ଯାଇଛି । ଏସସି, ଏସଟି ଛାତ୍ର – ଛାତ୍ରୀଙ୍କ କ୍ଷେତ୍ରରେ ଏହା ୨୪ ଗୁଣ ହୋଇଥିବାରୁ ଏହା ସ୍ତବ୍ଧକାରୀ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ରାଜ୍ୟ ସରକାର ୨ ଶହରୁ ଉର୍ଧ ଇଂରାଜୀ ମିଡିୟମ ସ୍କୁଲ ଗ୍ରାମାଂଚଳରେ ଖୋଲିଛନ୍ତି ଓ ଏଗୁଡିକ ସିବିଏସଇ ଦ୍ୱାରା ଅନୁବନ୍ଧିତ ହୋଇଥିବା କାରଣରୁ ଏହି ଅହେତୁକ ଫିସ ବୃଦ୍ଧି ଗ୍ରାମାଂଚଳର ପିଲା ମାନଙ୍କ ପାଇଁ ଅସୁବିଧା ସୃଷ୍ଟି କରିବ । ତେଣୁ ଏହି ନିଷ୍ପତିକୁ ପୁନର୍ବିଚାର କରିବାକୁ ସେ ଅନୁରୋଧ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା