Connect with us

ଅପରାଧ

ବଡ଼ ଦାଣ୍ଡ ରଣକ୍ଷେତ୍ର :- ପୋଲିସର ଅତର୍କିତ ଲାଠିମାଡ଼ରେ ସାମ୍ବାଦିକଙ୍କ ସମେତ ପଥଚାରୀ ଗୁରୁତର

ସାଙ୍କେତିକ ଚିତ୍ର

ପୁରୀ ୨୯ା୯:- ବଡ ଦାଣ୍ଡ ସ୍ଥିତ ଖୁଣ୍ଟିଆ ପେଟ୍ରୋଲ ପମ୍ପରେ ପୁଣି ତେଲ ଠକେଇ ଅଭିଯୋଗ ହୋଇଛି । ଉତ୍ତେଜିତ ଲୋକେ ପେଟ୍ରୋଲ ପମ୍ପରେ ବ୍ୟାପକ ଭଙ୍ଗାରୁଜା କରୁଥିବା ବେଳେ ପୋଲିସ ଉପସ୍ଥିତ ଥିଲେ ବି ଏହାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିଲା । ଘଟଣାସ୍ଥଳ ରଣକ୍ଷେତ୍ର ପାଲଟିଥିଲା ।ଏଥିରେ ବହୁ ଖବରଦାତାଙ୍କ ସହିତ ଗଣ୍ଡଗୋଳକାରୀ ଓ ପଥଚାରୀ ଆହତ ହୋଇଥିବା ଜଣାପଡିଛି । ପୋଲିସ ରକ୍ତମୁଖା ହୋଇ ପିଟିଚାଲିଥିଲା । ସାମ୍ବାଦିକମାନେ ନିଜ ନିଜ ପରିଚୟ ପତ୍ର ଦେଖେଇଲେ ସୁଦ୍ଧା ପୋଲିସ କିଛି ଶୁଣିନଥିଲା । ପୋଲିସ ର ଏହି ବର୍ବର କାଣ୍ଡକୁ ସବୁ ମହଲରେ ନିନ୍ଦା କରାଯାଉଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଖୁଣ୍ଟିଆ ପେଟ୍ରୋଲ ପମ୍ପ ବିରୋଧରେ ବାରମ୍ବାର ତେଲ ଠକେଇ ଅଭିଯୋଗ ହୋଇ ଆସୁଥିଲା । ଶୁକ୍ରବାର ଏହାର ସୀମା ଟପି ଯାଇଥିଲା । କିଛି ବ୍ୟକ୍ତିଙ୍କର ତେଲ ସରିଯିବାରୁ ଓ ସନ୍ଦେହ ହେବାରୁ ସେମାନେ ବାଇକ୍‌ରୁ ତେଲ ବାହାର କରି ମାପିବା ପରେ ତେଲ କମ୍‌ ଆସିଥିଲା । ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ତେଲରେ ଠକେଇ କରାଯାଉଥିବା ନେଇ ସେମାନେ ପାଟି କରିଥିଲେ । ଅନ୍ୟ ଲୋକମାନେ ସେଠାରେ ପହଂଚି ତାଙ୍କୁ ସମର୍ଥନ କରିଥିଲେ । ପରେ ଏହା ଉଗ୍ରରୂପ ଧାରଣ କରିଥିଲା । ଉତ୍ତେଜିତ ଲୋକେ ପେଟ୍ରୋଲ ପମ୍ପରେ ଭଙ୍ଗାରୁଜା କରିଥିଲେ ।

ଖବରପାଇ ଅତିରିକ୍ତ ଏସପି ଧୀରେନ୍ଦ୍ର ନନ୍ଦ, କୁମ୍ଭାରପଡା ଥାନା ଅଧିକାରୀ ଅଭିମନ୍ୟୁ ନାୟକ, ସମୁଦ୍ରକୂଳ ଥାନାଧିକାରୀ ବିଶ୍ୱରଞ୍ଜନ ସେନାପତି ପହଂଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ସତ୍ତ୍ବେ ବିଫଳ ହୋଇଥିଲେ । ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ହଠାତ ପୋଲିସ ଲାଠି ଚାଳନା କରିଥିଲା । କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ଲାଗି ଘଟଣାସ୍ଥଳରେ ୧୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ସାମ୍ବାଦିକଙ୍କୁ ମାଡ ଅଭିଯୋଗରେ ଆଜି ସାରା ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ